ରାଜ୍ୟଖବର

ରଂଜନଦାସକଂ ମ୍ରୁତ୍ୟୁ ସନ୍ଦେହଘେରରେକାହିଁକି ?

Spread the love

ରାଜ୍ୟର ଆଗ ଧାଡିର ଜଣେ ସୂଚନାଧିକାର କର୍ମୀ,ଐତିହାସିକ କେନ୍ଦ୍ରାପଡା ଜିଲ୍ଲାର ଜଣେ ସଚେତନ ନାଗରିକ,ଉତ୍କଳ ବିଶ୍ୱ ବିଦ୍ୟାଳୟ,ବାଣୀବିହାରରୁ ଇତିହାସରେ ଏମ୍.ଏ ପାଶ କରିଥିବା ଜଣେ ମେଧାବୀ ତଥା ଉଚ୍ଚଶିକ୍ଷିତ ଯୁବକ ରଂଜନ କୁମାର ଦାସ(୩୮) କଂ ଶବ ଚଣ୍ଡିଖୋଲ -ପାରାଦ୍ୱୀପ ୫ ନମ୍ବର ଜାତୀୟ ରାଜପଥ( କ) ର ହଳଦିଆଗଡା ଛକଠାରୁ ପାଟକୁରା ଆଡକୁ ଯାଇଥିବା ରାସ୍ତାରୁ ନିଜଗ୍ରାମ ତାଳସଂଗା ପଂଚାୟତ ମାଣିକପୁର ରାସ୍ତା ପାର୍ଶ୍ୱରୁ ଗତ ଫେବ୍ରୁୟାରୀ ୧ ତାରିଖ ସକାଳେ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା।ପ୍ରାଥମିକ ଅବସ୍ଥାରେ ଏହା ଏକ ଦୁର୍ଘଟଣା ଜନିତ ମ୍ରୁତ୍ୟୁ ବୋଲି ମାର୍ଶାଘାଇ ପୁଲିସ ସନ୍ଦେହ କରୁଥିବା ବେଳେ ସାରା କେନ୍ଦ୍ରାପଡା ଜିଲ୍ଲାର ଅଧିକାଂଶ ଜନସାଧାରଣ ଏହା ସୁଚିନ୍ତିତ, ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ପୁଲିସ ପ୍ରଶାସନ ଘଟଣାର ତଦନ୍ତ ସଠିକ ଭାବେ କରୁ ନ ଥିବା ଓ ତଦନ୍ତ କରିବାକୁ ଆଗ୍ରହ ପ୍ରକାଶ କରୁନ ଥିବା ଅଭିଯୋଗ କରିଆସୁଥିଲେ।ତେବେ ଜନ ଆନ୍ଦୋଳନ ଓ ଗଣମାଧ୍ୟମର ସକ୍ରିୟତା ପରିପ୍ରେକ୍ଷୀରେ ସ୍ଥାନୀୟ ପୁଲିସ ମାତ୍ର କିଛିସମୟ ଲୋକ ଦେଖାଣିଆ ତତ୍ପରତା ପରେ ତଦନ୍ତର ଦିଗ ଯଥା ପୂର୍ବଂ ତଥାପର।ରଂଜନକୁଂ ହତ୍ୟା କରାଯାଇଥିବା ସନ୍ଦେହର ଯଥେଷ୍ଟ କାରଣ ବି ଥିଲା।ମ୍ରୁତ ରଂଜନ ୩ ବର୍ଷ ଆଗରୁ ଅଧିକାଂଶ ସମୟ କଟକରେ ରହୁଥିଲେ।ସେ ତାଂକ ପିତା ମାତାକଂ ଏକମାତ୍ର ପୁଅ ଥିଲେ,ମାଆ ସ୍ୱାସ୍ଥ୍ୟ ବିଭାଗରେ ସେବିକା ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି ଓ ଅଧିକାଂଶ ସମୟ ଅସୁସ୍ଥ ରହୁଥିବାରୁ ତାଂକ ଦେଖାଶୁଣା କରିବାକୁ ରଂଜନ ମାଣିକପୁରରେ ରହୁଥିଲେ।ତାଂକର ୩ବର୍ଷର ଏକ ପୁଅଅଛି।ପତ୍ନୀ ମଧ୍ୟ ପିତା ମାତାକଂ ଏକମାତ୍ର ସନ୍ତାନ।ଶ୍ୱଶୁରଘର ତିର୍ତ୍ତୋଲ।ସେ ବ୍ୟାଂକର ଉଚ୍ଚପଦବୀରେ କାର୍ଯ୍ୟକରି ଅବସର ନେଇଛନ୍ତି।ରଂଜନ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ।ବିଭିନ୍ନ ସରକାରୀ ଯୋଜନା ଯଥା:- ପ୍ରଧାମନ୍ତ୍ରୀ ଆବାସ ଯୋଜନା,ପ୍ରଧାନ ମନ୍ତ୍ରୀ ଗ୍ରାମସଡକ ଯୋଜନାରେ ଆଦିରେ ହେଉଥିବା ହେଉଥିବା ବ୍ୟାପକ ଦୁର୍ନୀତି ସଂପର୍କରେ ସୂଚନାଧିକାର ଆଇନ ଆଧାରରେ ତଥ୍ୟମାଗି ଦୁର୍ନୀତିଖୋର ମାନକଂ ଅବସ୍ଥା ଘାଇଲା କରିଥିଲେ।ଏଥିସହିତ ବେଆଇନ ନଦୀବାଲି ଚାଲାଣ,ଚିଂଗୁଡି ମାଫିଆ,ମଦମାଫିଆ, ଠିକାଦାର,ବେଆଇନ ଇଟାଭାଟି ଗୁଡିକକଂ ଦୁର୍ନୀତିକୁ ସୂଚନାଧିକାର ତଥ୍ୟ ବଳରେ ଲୋକ ଲୋଚନକୁ ଆଣୁଥିଲେ।ଭିତରକନିକା ଜାତୀୟ ଉଦ୍ୟାନ ପରିସରମଧ୍ୟରେ (ସାମୁଦ୍ରିକ ବେଳାଭୂମିରୁ ୫୦୦ ମିଟର ନିଷିଦ୍ଧାଂଚଳ ମଧ୍ୟରେ) ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୨ବର୍ଷତଳେ ହେଉଥିବା ବେଆଇନ ନିର୍ମାଣ ବୁଲିବାକୁ ଯାଇଥିବା ବେଳେ ତାଂକ ଦ୍ରୁଷ୍ଟିରେ ପଡିଥିଲା।ସୂଚନାଧିକାର ଭଳି ଏକ ବିରାଟ ଅସ୍ତ୍ରର ସେ ସଫଳ ପ୍ରୟୋଗ କରି କର୍ତ୍ତ୍ରୁପକ୍ଷକୁଂ ନାହିଁ ନ ଥିବା ସମସ୍ୟାରେ ପକାଇଥିଲେ।ଶେଷରେ ସେ ଜିତିଥିଲେ। ଭିତରକନିକା ଜାତୀୟ ଉଦ୍ୟାନରେ ବେଳାଭୂମି କ୍ଷୟ ରୋକିବାକୁ Integrated Coastal Zone Management ପ୍ରକଳ୍ପରେ ୨୫ଲକ୍ଷଟଂକାର ବ୍ରୁକ୍ଷ ରୋପଣ ନାଁ ରେ ଅନୁଦାନ ହଡପ ତାଂକ ଦ୍ୱାରା ଧରାପଡିଥିଲା।ଫଳରେ ସାରାଜିଲ୍ଲା ପ୍ରଶାସନରେ ତାଂକପ୍ରତି କୋକୁଆ ଭୟ ସ୍ରୁଷ୍ଟି ହୋଇଥିଲା।ବହୁଗରିବ ଲୋକେ ତାଂକଦ୍ୱାରା ଉପକ୍ରୁତ ହେଉଥିଲେ।ନିକଟରେ ଦୁଇଟି ଦୁର୍ନିତି ଘଟଣାକୁ ସେ ଲୋକାୟୁକ୍ତରେ ମାମଲାରୁଜୁ କରିଥିଲେ।ଏସବୁ ଘଟଣାରେ କ୍ଷୁବ୍ଧ ମାଫିଆ ମାନଂକ ଆଡୁ ତାଂକ ଜୀବନ ପ୍ରତି ପ୍ରତି ଭୟ ଥିଲା ଓ ରିତିମତ ଧମକ ମିଳୁଥିଲା ବୋଲି ପୁଲିସ ପ୍ରଶାସନ ତଥା ତାଂକ ପ୍ରିୟପରିଚିତକୁଂ ସେ ବିଭିନ୍ନ ସମୟରେ ଜଣାଇଥିଲେ।କିନ୍ତୁ କୌଣସି ପଦକ୍ଷେପ ନିଆ ଯାଇନଥିଲା।

ସେ ଦିନର ସେ କାଳ ରାତ୍ରୀରେ କଣ ସବୁ ଘଟିଥିଲା ? ଯାହା ଚାରିଆଡେ ଚର୍ଚ୍ଚା ଜୋର ଧରିଛି,ତାହାହେଲା ଜାନୁୟାରୀ ୩୧ ତାରିଖରେ ଚଳାଉଥିବା ବାଇକ୍ ରେ ସକାଳୁ ରଂଜନ ମା’କଂ ପାଇଁ ଔଷଧ କିଣିବାକୁ ଘରୁବାହାରି ଯାଇଥିଲେ।ସୁଯୋଗ ଅପେକ୍ଷାରେ ଥିବା ତାଂକ ମାଫିଆ ଶତ୍ରୁମାନକଂ ମଧ୍ୟରୁ କେତେକ ବିଶେଷତଃ ସଦ୍ୟ ଘଟିଥିବା ଖେଳପଡିଆ ବିବାଦ,ସି.ସି ଟିଭି ବିକ୍ରିକରି ପୁନଃ ସେ ନଥିବା ବେଳେ ଖୋଲି ନେଇଥିବା ବିକ୍ରେତା ତାଂକ ଗତିବିଧିଉପରେ ପୂର୍ଣନଜର ରଖିଥିଲେ।ସେମାନେ ନିଜ ନିଜ ମଧ୍ୟରେ ମୋବାଇଲ ରେ ଘଟଣାଦିନ ଯୋଗାଯୋଗ ରଖି ପ୍ରତିଶୋଧ ନେବା ପ୍ରସ୍ତୁତିରେ ଥିଲେ।ରାତି ପ୍ରାୟ ୯ଟା ପାଖାପାଖି ହେବ, ରଂଜନ ୫ନମ୍ବର (କ) ଜାତୀୟ ରାଜପଥ ପାର୍ଶ୍ୱରେ ହଳଦିଆଗଡାର ଏକ ଢାବାରେ ଖାଇଲେ।ଖାଇବା ବେଳେ ପ୍ରାୟ ୫/୭ ଜଣ ତାଂକ ଚିହ୍ନା ସାଂଗସାଥୀ ବି କଥା ବାର୍ତ୍ତା ହୋଇ ଏକାଠି ବସି ଖାଇଥିଲେ।।ସମୟ ପ୍ରାୟ ୯.୧୫ ରୁ ୯.୩୦ ହେବ,ରଂଜନ ଘରକୁ ଯିବାକୁ ବାହାରିଲେ।କଥା ବାର୍ତ୍ତାରେ ରଂଜନ ତାଂକ ଜୀବନପ୍ରତି ଭୟଥିବା ଓ ଖୁବଶୀଘ୍ର ହୁଏତ ତାଂକୁ ଜୀବନ ହରେଇବାକୁ ପଡିପାରେ ବୋଲି ଗତ କିଛିମାସ ହେଲାଣି କହି ଆସୁଥିବା ବେଳେ ଏବେ ପ୍ରାୟ ମାସେ ହେବ ଅଧିକ ଥର ଏକଥା ସମସ୍ତକୁଂ କହୁଥିଲେ ଏମିତିକି କେନ୍ଦ୍ରାପଡା କଲେଜ ନୂଆ ବର୍ଷ ବନ୍ଧୁମିଳନ ବେଳେଏହାତାଂକର ଶେଷ ବନ୍ଧୁମିଳନ ହୋଇପାରେ ଆଂଶକା ପ୍ରକାଶ କରିଥିଲେ।ଜାନୁୟାରୀ ୩୧ ରାତି ରେ ଢାବାରେ ଖାଇସାରି ସେ ତାଂକ ଗାଁ ତାଳସଂଗା ପଂଚାୟତ ମାଣିକପୁରକୁ ଯାଉଥିଲେ।ହଳଦିଆଗଡା ଛକରୁ ପାଟକୁରା ପ୍ରାୟ ୧୦କି.ମି ରାସ୍ତାରେ ସେ ଆଗ ଛକରାସ୍ତାରୁ ନ ଭାଂଗି ୩କି.ମି ରୁ ବେରୁଆଁ- ମାଣିକପୁର ଆଡକୁ ଭାଂଗିଥିଲେ ଯେଉଁ ରାସ୍ତା କି ଏତେ ନିଛାଟିଆ ନିରୋଳା ଯେ ସେବାଟରେ କେବଳ ଭୁତ ପ୍ରେତ ହିଁ କୁଆଡେ ଯାତାୟତ କରିଥାନ୍ତି ବୋଲି ସ୍ଥାନୀୟ କିଛି ଲୋକ କହିଥିଲେ ସେ ବାଟରେ ରଂଜନ ଯାଇ ଆଉ ଏକ ବିଲ ରାସ୍ତାରେ ଭାଂଗି ଘରେ ପହଂଚିଥାନ୍ତେ ।ଏହିସମୟରେ ୪/୫ ଜଣ ଏକ ଚାରିଚକିଆ ଯାନରେ ବସି ସେଇ ରାସ୍ତାରେ ବାରମ୍ବାର କାହାକୁ ଯେମିତି ସଂଧାନ କରି ଖୋଜୁଥିଲେ ଓ ଅପେକ୍ଷା କରୁଥିଲେ,ପାଖଘର କିଛି ସି.ସି ଟିଭି ଫୁଟେଜ ଯାଂଚକଲେ ଜଣାପଡିବ ଯେ କିଏ ସେମାନେ ?ଗାଡିଟି କାହାର?।ସମୟ ପ୍ରାୟ ରାତି ୧୦.୨୫ ରଂଜନକଂ ମୋବାଇଲରେ ଶେଷ କଥୋପକଥନ ଥିଲା ଜଣେ ସାଂଗପାଖକୁ ଯେ ମୁଁ କୋଳଥ ନେଇକରି ଯିବି ,କାଲି ରହିବି ଫିଷ୍ଟକରିବା, କିଏ ଜାଣିଛି କି ମୁଁ ଆଉକେତେଦିନ ବଂଚିବି ?ଏହାପରେ ତାଂକ ମୋବାଇଲ ନୀରବି ଯାଇଥିଲା ସବୁଦିନ ପାଇଁ। ରଂଜନ ଆଉ ଘରକୁ ଫେରି ନ ଥିଲେ। ସକାଳୁ ସକାଳୁ ଏହି ରାସ୍ତା ପାର୍ଶ୍ୱ କାଦୁଅ ଧାନବିଲରୁ ମୁହଁମାଡି ପଡିଥିବା ଅବସ୍ଥାରେ ମିଳିଥିଲା ତାଂକ ଶବ ଓ ତାଂକ ଉପରେ ଫୁଲଷ୍ଟାଣ୍ଡ ଥାଇ ଲଦିହୋଇ ପଡିଥିବା ବାଇକ। ଦୁଇଟି ମୋବାଇଲରୁ ଆଣ୍ଡ୍ରଏଡ ଟି ମିଳିଥିଲା ,କିନ୍ତୁ ମିଳି ନ ଥିଲା କି – ପ୍ୟାଡ ମୋବାଇଲଟି।ବେରୁଆଁ – ମାଣିକପୁର ରାସ୍ତା ପାର୍ଶ୍ୱ ଆରମ୍ଭ ସ୍ଥଳ ଠାରୁ କିଛିବାଟ ସରକାରୀ ବ୍ରୁକ୍ଷଲଗା ଯାଇଛି।ଗଛଗୁଡିକ ବି ବଡହୋଇଗଲାଣି ଗଛରେ ଯଦି ରଂଜନକଂ ଗାଡିଧକ୍କା ହେଲା ସେଠାରୁ ପ୍ରାୟ ୧୫/୨୦ ମିଟର ଦୂରକୁ ଶବଗଲା କେମିତି ?ପୁଣି ବାଇକର ଫୁଲ/ଡବଲଷ୍ଟାଣ୍ଡ ଶେଷ ଯାଏ ମରାହେଇ ରହିଛି କିପରି ? ଫୁଲଷ୍ଟାଣ୍ଡ ମରାଯାଏ କେତେ ବେଳେ?ଚାଲିଲା ବେଳେ ନା ରଖିଲାପରେ ?ଧରାଯାଉ ବଡ ଦୁର୍ଘଟଣା ଟେ ଘଟିଛି। ତେବେ ବାଇକ ଭାଂଗିନି,ଶରୀରର ଅନ୍ୟକିଛି କ୍ଷୟକ୍ଷତି କ୍ଷତ ଆଦି କିଛି ହେଇନି,ହେଲମେଟର ସାମ୍ନାରୁ ସାମାନ୍ୟକିଛି ଭାଂଗିଛି ହେଲମେଟ ଟପି ମୁହଁର ବାମପାର୍ଶ୍ୱଟି କେବଳ କ୍ଷତ ହେଲା ଅଥଚ ଡାହାଣପାଖ ମୁହଁ କିଛିହେଲାନି ହେଲମେଟ ଥାଇ ନ ଭାଂଗି ଏମିତି ଘଟଣାକେଉଁଠି ହେଲେ ବି ଦେଖିବାକୁ ମିଳିଥିବ କି ? ମ୍ରୁତ୍ୟୁପରେ ଶବ ନିଜେ ନିଜେ ବାଇକର ଫୁଲଷ୍ଟାଣ୍ଡ ମାରି ତା ତଳକୁ ଚାଲିଯାଇଥିବ?ଗୋଟିଏ ମୋବାଇଲ ମିଳିଲା ଅନ୍ୟଟି ଗଲା କୁଆଡେ?ମୁହଁଟି(ଥୋଡି) ହେଲମେଟ ତଳୁ ଗୁରୁତର ଭାବେ ଫାଟିଛି କେମିତି?ଦୁର୍ଘଟଣା ପରେ ହେଲମେଟ ସାଇଜ ହୋଇ ଥୁଆ ହୁଏ ନା ବିକ୍ଷିପ୍ତ ହୋଇ ପଡିଥାଏ?ଦୁର୍ଘଟଣା ଜନିତ ଅତ୍ୟଧିକ ରକ୍ତ ସ୍ରାବରୁ ମ୍ରୁତ୍ୟୁ ହୋଇପାରେ ! ତେବେଏହିଘଟଣାରେ ଦୂର୍ଘଟଣା ସ୍ଥଳରେ ସେତେ ରକ୍ତ ବି ଦେଖିବାକୁ ମିଳିନି ଫଳତଃ ସ୍ୱତଃ ସନ୍ଦେହ ହେବା ସ୍ୱାଭାବିକ ଯେ ମ୍ରୁତ୍ୟୁ ସ୍ଥଳ ଏବଂ ଶବ ପଡିଥିବାସ୍ଥଳ ଅଲଗା ଅଲଗା ! ଯଦି ହତ୍ୟାକାଣ୍ଡ ବୋଲି ଧରାଯାଏ, ତେବେ ରଂଜନକଂ ସ୍ୱାସ୍ଥ୍ୟାବସ୍ଥା ଯାହା ଜଣେଏକା ରୋକିପାରିବା ସମ୍ଭବ ନୁହେଁ ଏଣୁ ନିଶ୍ଚିତ ୪/୫ଜଣ ଅନ୍ୟୁନ ଏପରି କାମରେ ଜଡିତ ରହିଥାଇ ପାରନ୍ତି।ରଂଜନ କାହା କାହା ନାମରେ କେବେ କେବେ ଏତାଲା କରିଛନ୍ତି। ସେ ସବୁ ମାମଲାର ସ୍ଥିତି କଣ ?

ଘଟଣାକୁ ନେଇ କେବଳ କେନ୍ଦ୍ରାପଡା ଜିଲ୍ଲା ନୁହେଁ ,ଅନ୍ୟ ଜିଲ୍ଲାରେ ବି ଉଦବେଗ ପ୍ରକାଶ ପାଇଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସୂଚନା ଅଧିବକ୍ତା ପ୍ରଦୀପ ପ୍ରଧାନକଂ ସମେତ,ମାନବାଧିକାର କର୍ମୀ ଅଖଣ୍ଡ,ସଂଜୁକ୍ତା ପାଣିଗ୍ରାହୀ ,ରଂଜୁଲତା ମହାପାତ୍ର,ପ୍ରତାପଚନ୍ଦ୍ର ମହାନ୍ତି ,କାଳନ୍ଦୀ ମଳିକ,ମହମ୍ମଦ ଜିଆଉଦ୍ଦିନ,ବିକାଶମହାନ୍ତି, ନଗେନ୍ଦ୍ରଜେନା ପ୍ରମୁଖ ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ଦାବି କରିଛନ୍ତି ।ସେହିଭଳି ବରିଷ୍ଠ ଆଇନ ଜୀବି ପ୍ରଦିପ ଦାଶ,ରମଣୀ ରଂଜନ ରାଉତରାୟକଂ ନେତ୍ରୁତ୍ୱରେ ଏକ ଶାନ୍ତିପୂର୍ଣ ମହମବତୀ ଶୋଭାଯାତ୍ରା ପୁରୁଣା ବସ ଷ୍

RanjanDas RTI Activist murder suspective case(2) satyanusandhana news{ video(2)}
Mr. Bijaya Mohapatra state senior leader BJP and Ex-Minister and his associates arrived at residence Of Lt RTI ACTIVIST Ranjan Das to convey his deep condolence for victimised family.

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]