
ରଂଜନ ଦାସ ମର୍ଡର ମିଷ୍ଟ୍ରି (୨)
ପାଟକୁରା ଥାନା,ତାଳସଂଗା ପଂଚାୟତ,ମାଣିକପୁର ଗାଁ ର ସୂଚନାଧିକାର କର୍ମୀ ରଂଜନଦାସକଂ ଶବ ମାର୍ଶାଘାଇ ଥାନା,ବେରୁଆଁ ପଂଚାୟତ,ବେରୁଆଁ – ଭଗବାନପୁର ରାସ୍ତା ପାର୍ଶ୍ୱରୁ ମିଳିବା ଆଜିକୁ ୧୨ଦିନ ଟପିବାକୁ ବସିଲାଣି ହେଲେ ପୁଲିସର ତଦନ୍ତ ଏହି ଯୋଜନା ବଦ୍ଧ ହତ୍ୟାକାଣ୍ଡକୁ ଦୁର୍ଘଟଣା ବୋଲି ଦର୍ଶାଇବା ପାଖରେ ଅଟକି ଯାଇଛି।ଏମିତିକି ଧାରଣା ଆନ୍ଦୋଳନ,ରାଜ୍ୟ ପୁଲିସ ମୁଖ୍ୟକଂ ନିର୍ଦ୍ଦେଶ,ଜନସ୍ୱାର୍ଥ ମାମଲା,ମାନବାଧିକାର କମିଶନକଂ ନିର୍ଦ୍ଦେଶ ସତ୍ତ୍ୱେ ପୁଲିସ ନିଦାବିଷ୍ଣୁ ସାଜିଛି।ପୁଲିସ ଜାଣିଛି କି ଯେତେ ଯୁଆଡୁ ଯେତେଉଚ୍ଚ କର୍ତ୍ତ୍ରୁପକ୍ଷକଂ ଆଦେଶ ଆସିଲେ ବି ସମସ୍ତେ ଆସି ଗୋଟିଏ ଜାଗାରେ ଅଟକି ଯିବେ ତାହା ହେଲା ପୋଷ୍ଟ ମର୍ଟମର ଡାକ୍ତରୀ ରିପୋର୍ଟ, ଯାହା କି କୋର୍ଟରେ ବିଜ୍ଞାନ ସିଦ୍ଧ ପ୍ରମାଣ ସାବ୍ୟସ୍ତ ହେବ ଓ ଦୋଷୀ ମାନେ ତାହାକୁ ଆୟୁଧ ଭାବେ ବ୍ୟବହାର କରି ଫାଶୀରୁ ବି ମୁକୁଳିଯିବେ!ଜନସାଧାରଣ ଭକୁଆ ସାଜିବେ ?ଅପରାଧୀକଂ ସାମ୍ରାଜ୍ୟ ବିସ୍ତାର ହେବ,ନିରୀହ ଶାନ୍ତିକାମି ଜନତା ନ୍ୟାୟରୁ ବଂଚିତ ହେବେ।କେଉଁ କେଉଁ ଓ କଣ ସବୁ ବଳିଷ୍ଠ ଯୁକ୍ତି ରହିବ,ଯାହାକି ପୁଲିସର ତଦନ୍ତରେ ଘଳିଆ ରହିଛି ବୋଲି ସାବ୍ୟସ୍ତ ହେବ ?ହତ୍ୟାକାଣ୍ଡକୁ ପୁଲିସ ଟାଳିଦେଇ ଦୁର୍ଘଟଣା ଓ ଡାକ୍ତରକଂ ଶବ ବ୍ୟବଛେଦ ରିପୋର୍ଟ ଆଳରେ କଦାପି ଖସି ଯାଇପାରିବ ନାହିଁ । କଣ ସବୁ ସୂତ୍ର ହତ୍ୟାକାରୀ ମାନେ ଛାଡିଯାଇଛନ୍ତି ଯାହାକୁ ଭିତ୍ତିକରି ରଂଜନଦାସକଂ ମ୍ରୁତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବୋଲି ପ୍ରମାଣ କରିହେବ ? ସେଭଳି କିଛି ଅଣ ଆଲୋଚିତ ଦିଗପ୍ରତି ଆଜିର ସତ୍ୟାନୁସଂଧାନର ଅନୁସଂଧାନ ମୂଳକ ରିପୋର୍ଟ ।
ଆଗରୁ ଆମେ ଜାଣିଛେ କି ଶବ ମିଳିଥିବା ସ୍ଥାନରେ( 1) ମ୍ରୁତ ରଂଜନକଂ ଶବ ଉପରେ ତାଂକ ବାଇକ ଟି ଫୁଲ ଷ୍ଟାଣ୍ଡ ମରା ଥାଇ ଲଦା ହୋଇରହିଥିଲା।ଏହା ଅପରାଧୀକୁଂ ଧରିବାରେଏକ ମୁଖ୍ୟପ୍ରମାଣ ଅଟେ।(2)ଦ୍ୱିତୀୟ ପ୍ରମାଣଟି ହେଉଛି କି ହେଲମେଟ ପିନ୍ଧି ଥିବା ବ୍ୟକ୍ତିର ହେଲମେଟ୍ ନ ଭାଂଗି,ବାଇକ ଅକ୍ଷୁର୍ଣ ଥାଇ କେବଳ ଗୋଟିଏ ପାର୍ଶ୍ୱ ମୁଖମଣ୍ଡଳର ଏତେବଡ କ୍ଷତିହେଲା କେମିତି?ଶବ ପଡିଥିବା ସ୍ଥାନରେ ଦୁର୍ଘଟଣା ଘଟିବା ଭଳି କିଛି ଗଛ କିମ୍ବା କଠିନ ପଥୁରିଆ ସ୍ଥାନ ଦେଖିବାକୁ ମିଳିନାହିଁ ବରଂ କାଦୁଆ ବିଲରେ ଏପରି ରକ୍ତାକ୍ତ ହେଲା କିପରି?ଅତ୍ୟଧିକ ରକ୍ତସ୍ରାବ ଜନିତ ମ୍ରୁତ୍ୟୁ ହୋଇଥିଲେ ସେତିକି ପରିମାଣର ରକ୍ତ ଶବ ପାଖରେ ପଡିନାହିଁ,ତେଣୁ ରକ୍ତ ଗଲା କୁଆଡେ? ଶବ ମିଳିଥିବା ସ୍ଥାନରୁ ରଂଜନ କଂ ଗୋଟିଏ ମୋବାଇଲ ମିଳିିଥିବା ସ୍ଥଳେ ଅନ୍ୟ ମୋବାଇଲଟି ଗଲା କୁଆଡେ?ରଂଜନ ସୂଚନାଧିକାର କର୍ମି ଭାବେ ବହୁ ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ,ଫଳରେ ଦୁର୍ନୀତିଖୋର ମାନେ ତାଂକଉପରେ କ୍ଷୁବ୍ଧ ଥିଲେ,କୋକୁଆ ଭୟ ଅଂଚଳରେ ସ୍ରୁଷ୍ଟି ହୋଇଥିଲା ତେବେ ରଂଜନ ଦାସ ଯଦି ଦୁର୍ଘଟଣାରେ ମ୍ରୁତ୍ୟୁ ବରଣ କଲେ ସେମାନେ ଗାଁ ରୁ ଫେରାର ହେବାର କାରଣ କଣ?କେଉଁ କେଉଁ ମାନକଂ ନାମରେ ରଂଜନ ଥାନାରେ ଅଭିଯୋଗ କରିଥିଲେ?କେଉଁ ମାନେ ଏବେ ଅନ୍ତର୍ଦ୍ଧାନ ଅଛନ୍ତି?ସି.ସି ଟିଭି.ବାକିଆ ପାଉଣା ପାଇ ନ ଥିବାରୁ ଯେଉଁ ଦୋକାନୀ ମ୍ରୁତ୍ୟୁର ଅଳ୍ପଦିନ ଆଗରୁ ରଂଜନକଂ ଅନୁପସ୍ଥିତରେ ସି.ସି ଟିଭି ଖୋଲି ନେଲେ ସେ ଏବେ କେଉଁଠି?
ସତ୍ୟାନୁସଂଧାନର ଅନୁସଂଧାନ ରିପୋର୍ଟ କହୁଛି କି ଘଟଣା ଦିନ ରଂଜନ ୪ହଜାର ଟଂକା ନେଇଥିଲେ ୨ ହଜାର ଟଂକା ଖର୍ଚ୍ଚ କରିଥିଲେ।୫୦୦ ଟଂକାର ମଦ କିଣି ବଡପାଳ ଗଡା ଢାବାରେ ପିଇଥିଲେ।ସେଠାରେ ତାଂକସହ କେଉଁମାନେ ମଦ ପିଇଥିଲେ?ସେମାନେ ସବୁ କିଏ?ଅନ୍ୟପଟେ ରଂଜନକୁଂ ହତ୍ୟାପାଇଁ ଯୋଜନା ପ୍ରସ୍ତୁତ ହୋଇ ସାରିଥିଲା ।ହତ୍ୟାକାରୀ ଗୋଷ୍ଠୀ ବେରୁଆଁ – ଭଗବାନପୁର ରାସ୍ତାରେ ଛକି ରହିଥିଲେ ଏହି ନିରୋଳା ନିର୍ଜନ ରାସ୍ତା ଯାହାକି ସଂଧ୍ୟାପରଠୁ ପ୍ରେତ ପିଶାଚ ବି ଭୟ କରିବେ ସେଠାରେ ଏକ ଅଜଣା ବୋଲେରୋ ବାରମ୍ବାର ଯାତାୟତ କରୁଥିଲା,କେହି ଜଣେ ହୁଏତ ରଂଜନକଂ ସହ ଯୋଗାଯୋଗ ଜାରୀ ରଖିଥିଲା । ରଂଜନ ବଡପାଳଗଡାରେ ଢାବାରେ ଖାଇବା ସହିତ ମଦ ମଗାଇ ପିଇଥିଲେ।ସଂଧ୍ୟା ପ୍ରାୟ ୫.୩୦ ରୁ ରାତି ୧୦.୩୦ ପର୍ଯ୍ୟନ୍ତ ରଂଜନ ବଡପାଳଗଡାରୁ ହଳଦିଆଗଡା ପର୍ଯ୍ୟନ୍ତ ଏପଟ ସେପଟ ହେଉଥିଲେ।ରାତି ପ୍ରାୟ ୧୦.୩୦ କିମ୍ବା ୧୦.୪୦ ହେବ ରଂଜନ ନିଜ ଗାଁ କୁ ବାହାରିଲେ। ହଳଦିଆଗଡା-ପାଟକୁରା ରାସ୍ତାର ବେରୁଆଁ – ଭଗବାନପୁର ରାସ୍ତାରେ ସେ ନିଜ ଘରକୁ ଯାଉଥିଲେ। ଯେଉଁଠାରୁ ତାଂକ ଶବ ମିଳିଛି ଏହାର ପ୍ରାୟ ୩୦୦ ମିଟର ପଛକୁ ରାସ୍ତା ପାର୍ଶ୍ୱରେ ବେରୁଆଁ ପଂଚାୟତର ଏକ ପରିତ୍ୟକ୍ତ ଗୋଦାମ ଗ୍ରୁହ ରହିଛି।ସେଠାରେ ଆଗରୁ ଛକି ରହିଥିବା ପ୍ରାୟ ୭ରୁ ୯ଜଣ ବାଇକ ଧାରୀ ତାଂକ ସୂଚନାଧିକାର ତଥ୍ୟରେ କ୍ଷୁବ୍ଧ ଶତ୍ରୁ ବାଲି,ଇଟା,ମଦ,ଇନ୍ଦିରା ଆବାସ ମାଫିଆ ରଂଜନକୁ୍ଂ ବାଟ ଓଗାଳି ଅଟକାଇଥିଲେ।ନିଶାସକ୍ତ ରଂଜନ ଅଟକିବାକୁ ବାଧ୍ୟହେଲେ।ସେଠାରେ ତାଂକୁ ମିଳିତ ଭାବେ ସେମାନେ ଟଣା ଘୋଷରା ଓ ମୁଥ ମାରିବା,କିଛି କାଠ,ଲୁହା ବା ବାଡି ପରି ବସ୍ତୁରେ ମରଣାନ୍ତକ ଆକ୍ରମଣ ଓ ପ୍ରବଳ ମାଡ ମାରିଥିଲେ।ପ୍ରାୟ ୧୨ଫୁଟ୍ ରେ ୧୨ ଫୁଟ ପରିତ୍ୟକ୍ତ ଗୋଦାମ ଗ୍ରୁହ ଚାବି କାମ କରେନା ସଟର ଟେକିଦେଲେ ଖୋଲିଯାଏ ତା ଭିତରକୁ ରଂଜନକୁଂ ନିଆ ଯିବାପରେ ସଟର ପକେଇ ମାଡ ଦେବାରେ ରଂଜନକଂ ମ୍ରୁତ୍ୟୁ ହୋଇଥିଲା।ସେଠାରୁ ଶବକୁ ସ୍ଥାନାନ୍ତର କରି ନେଇ ପ୍ରମାଣ ଲୁଚେଇବାକୁ ଦୁର୍ଘଟଣାର ରୂପ ଦିଆ ଯାଇଥିଲା ଶବକୁ କାଦୁଅ ବିଲରେ ମୁହଁ ମାଡି ପକାଇ ତା ଉପରେ ବାଇକ ଲଦି ହତ୍ୟାକାରୀମାନେ ଖସିପଳାଇଥିଲେ।
ପୁଲିସ ମଧ୍ୟ ହତ୍ୟାକାରୀ ଭଳି ପ୍ରଥମରୁ ଭୂମିକା ନିଭାଇଥିବାର ସନ୍ଦେହ ସବୁମହଲରେ ବଳବତ୍ତର ହୋଇଛି।ଶବ ଜବତ ବେଳେ ମାଜିଷ୍ଟ୍ରେଟ ଜଣେ ଉପସ୍ଥିତ ରହିବା କଥା ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ଯାହାକି ଘଟଣାକୁ ଦୁର୍ଘଟଣା ରୂପ ଦେବାକୁ ପୁଲିସ ବିନା ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ଶବ ଜବତ କରି ବହୁ ପ୍ରମାଣକୁ ନିଜେ ନଷ୍ଟ କରିଛି।ସଂଧାନୀ କୁକୁରକୁ କାମରେ ଲଗାଯିବା ବେଳେ କୁକୁର ରଂଜନକଂ ହେଲମେଟର ବାସ୍ନା ଆଘ୍ରାଣ କରି ପରିତ୍ୟକ୍ତ ଗୋଦାମ ଗ୍ରୁହକୁ ଯିବାବେଳେ ତାହାକୁ ଅଟକାଇ ଡଗ ଭ୍ୟାନରେ ନେଇ ରଖିଛି ବୋଲି ଦେଖଣାହାରୀକଂ ସୂତ୍ରରୁ ଜଣାପଡିଛି । ଏତଦ ଭିନ୍ନ ପୁଲିସ ଶବ ବ୍ୟବଛେଦର ରିପୋର୍ଟକୁ ରଂଜନକଂ ଉତ୍ତରାଧିକାରୀକୁଂ ଦେଖାଇବାକୁ ମନାକରିଛି ଯାହା କି ନକଲ ଦିଆ ଯାଇପାରିବାର ବ୍ୟବସ୍ଥାଅଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ ଦିଗଟି ରହିଛି ତାହା ହେଲା ଭିସେରା ଟେଷ୍ଟ । ଯେହେତୁ ରଂଜନ ନିଶା ପିଇଥିଲେ ଓ ନିଶା ଖସିବାର ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇ ନଥିଲା,ଓ ଘଟଣାଟି ହତ୍ୟା ବୋଲି ଅଭିଯୋଗ ହୋଇଛି,ତେଣୁ ଭିସେରା ଟେଷ୍ଟ ଜରୁରୀ ଥିଲା। ଏ ବାବଦରେ ମାନ୍ୟବର ସୁପ୍ରିମ କୋର୍ଟ କ୍ରିମିନାଲ ଅପିଲ ନମ୍ବର ୫୦୮/୨୦୦୯ ଶ୍ରୀ ମଂଜେରି ସୁନ୍ଦର ରାଜସ୍ଥାନ ମାମଲାରେ ରାୟ ଦେଇଥିଲେ କି ପୋଷ୍ଟ ମର୍ଟମ ପରେ ପରେ ତୁରନ୍ତ ଭିସେରା ଟେଷ୍ଟ ନିମନ୍ତେ ଫରେନସିକ ଲାବୋରେଟୋରୀକୁ ପଠାଯିବ।ଲାବୋରେଟୋରୀ ମଧ୍ୟ ନିଶ୍ଚିତ ହେବା ଦରକାର କି ସେମାନେ ଯଥାଶୀଘ୍ର ଏହି ପରୀକ୍ଷା କରିଛନ୍ତି ଓ ମାମଲା ବିଚାରାଧୀନ କୋର୍ଟକୁ କିମ୍ବା ତଦନ୍ତ କାରୀ ଅଧିକାରୀକୁଂ ପଠାଇଛନ୍ତି। ଏଥିରେ ଅବହେଳା ହୋଇଥିଲେ ଫରେନସିକ ଲାବୋରେଟୋରୀକୁ ପ୍ରସିକ୍ୟୁସନ ଏଜେନ୍ସି ସମନ କରି କୈଫିୟତ ମାଗିବେ ଓ କାରଣ ଦର୍ଶାଅ ନୋଟିସ ଜାରୀ କରିବେ।ଭିସେରା ଟେଷ୍ଟ ହେଉଛି ସେହି ପରୀକ୍ଷା ଯହିଁରେ ଶରୀର ଭିତରର ସବିଶେଷ ଓ ଗୁରୁତ୍ୱପୂର୍ଣ ଅଂଗ ପ୍ରତ୍ୟେଂଗର ଭଲଭାବେ ପରୀକ୍ଷା।ଏଥିପାଇଁ ପୋଷ୍ଟ ମର୍ଟମ ପରେ ପରେ ଫରେନସିକ ସାଇନସ ଲାବୋରେଟୋରୀକୁ ପରୀକ୍ଷାପାଇଁ ପଠାଯାଇଥାଏ ଯାହାର ଫଳାଫଳ ଆସିବାକୁ କିଛି ସପ୍ତାହ ଲାଗିଥାଏ । ଏପରି ପୂର୍ଣ ବ୍ୟବଛେଦ ନିମନ୍ତେ ନିମ୍ନ କାର୍ଯ୍ୟକ୍ରମ ନିଆ ଯାଇଥାଏ। (୧) ଶବ ବ୍ୟବଛେଦ ନିମନ୍ତେ ଯେତେବେଳେ ପୁଲିସ ପକ୍ଷରୁ ଅନୁରୋଧ ପତ୍ର ଲିଖିତ ପଠାଯାଏ ସେଥିରେ ତଦନ୍ତକାରୀ ଅଧିକାରିକଂ ରିପୋର୍ଟ ସୂଚନା ,ଶବଜବତ ରିପୋର୍ଟ,(୨) ମ୍ରୁତକକଂ ପରିଚୟ( ୩) ଶବ ର ବହିର୍ଭାଗର ନିରିକ୍ଷଣ ରିପୋର୍ଟ (୪) ଭିତର ପରୀକ୍ଷଣ (୫)ଶରୀର ଭିତରର ପରୀକ୍ଷଣ ଯାହାଏକ ମେଜର ୨/୩ ଘଣ୍ଟାର ଅସ୍ତ୍ରୋପଚାର ଭଳି( ୬)ସ୍ୱତନ୍ତ୍ର ପରୀକ୍ଷଣ ଯହିଁରେ ଟିସୁ ବା ତନ୍ତୁ ସଂଗ୍ରହ କରାଯାଇ ପରବର୍ତ୍ତୀ ପରୀକ୍ଷଣ ନିମନ୍ତେ ପଠାଯାଇଥାଏ।ପ୍ରଶ୍ନ ଉଠୁଛି କି ରଂଜନକଂ ଘଟଣାରେ କେନ୍ଦ୍ରାପଡା ପୁଲିସ ଏସବୁ ଠିକଣା ଭାବେପାଳନ କରିଛି ତ?ନ ହେଲେ ମାନବ ଅଧିକାର କମିଶନ ଓ ଅନ୍ୟାନ୍ୟ ଅଦାଲତରେ ପୁଲିସ କୁ ଦଣ୍ଡିତ ହେବାକୁ ପଡିପାରେ ।