
ରକ୍ତାକ୍ତ ଆକ୍ରମଣକୁ ୨ଦିନ ବିତିଲା,ଗୋବିନ୍ଦପୁର ପୋଲିସ ମାମଲା ପଞ୍ଜିକରଣ ନ କରିବା ରହସ୍ୟ ଘେରରେ

କଣ୍ଟାପଡ଼ା,୦୧/୭(ନି ପ୍ର)ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେ ଶ ଅନୁଯାୟୀ,୨୦୧୩ ମସିହା ଲଳିତା କୁମାରୀ ବନାମ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଓ ଅନ୍ୟମାନେ ମାମଲା ରୁ କୌଣସି ଧର୍ତ୍ତବ୍ୟ ଅପରାଧର ଅଭିଯୋଗ ଥାନାରେ ପହ ଞ୍ଚିବା ପରେ ପୁଲିସ Cr.P.C ଧାରା ୧୫୪(୧)ଆଧାରରେ ଏହାର ପଞ୍ଜିକରଣ କରିବାକୁ ବାଧ୍ୟ।ବିନା ପଞ୍ଜିକରଣର କୌଣସି ବିକଳ୍ପ ନାହିଁ।ଏହା ପ୍ରାୟତଃ ସମସ୍ତ ଥାନାର କେବଳ ଅଧିକାରୀ ନୁହନ୍ତି,ସାରା ଭାରତ ବର୍ଷର ସମଗ୍ର ପୁଲିସ ଅଧିକାରୀ ମାନେ ଜାଣନ୍ତି।ଅଥଚ ଗତ ୨୯ ତାରିଖ ରାତ୍ର ପ୍ରାୟ ୮ ଟା ବେଳେ ଗୋବିନ୍ଦପୁର ଥାନାକୁ ଲାଗିଥିବା ମଜୁରାଇ ଗ୍ରାମର ନବ କିଶୋର ପାତ୍ରଙ୍କ ପୁଅ ପାର୍ଥ ସାରଥି ପାତ୍ରଙ୍କୁ୍ ଗ୍ରାମର ୩ ଅଭିଯୁକ୍ତ ମରଣାନ୍ତକ ରକ୍ତାକ୍ତ ଆକ୍ରମଣ କରିବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଜଣା ପଡିଛି।ପାର୍ଥ ସାରଥୀଙ୍କ ଦୋଷ ଏତିକି ଯେ ଗ୍ରାମକୁ ଲାଗିଥିବା ଦେବୀନଦୀ ଦକ୍ଷିଣପାର୍ଶ୍ଵ ବନ୍ଧ ପଥର ପ୍ୟାକିଂ ୩ବର୍ଷ ହେଲାଣି ଚାଲିଛି,କାର୍ଯ୍ୟ ନିମ୍ନ ମାନର,ଜଳସମ୍ପଦ ବିଭାଗ ଝାରପଡ଼ା ସେକ୍ସନ,ଓ ପ୍ରତାପନଗରୀ ସବଡ଼ିଭିଜନ ର ସନ୍ଦେହ ଜନକ ଭୂମିକା। ନା ପାର୍ଥ ସାରଥୀ ଠିକାଦାର କାମ ପ୍ରତ୍ୟାଶି ଥିଲେ ନା ତାଙ୍କ ପିତା ନବ କିଶୋର ପାତ୍ର।ଏମିତିକି ବାପା ଓ ପୁଅ ଘରପାଖରେ ଝାରପଡ଼ା ଜଳ ସମ୍ପଦ ସେକ୍ସନ କାର୍ଯ୍ୟାଳୟ ଥିଲେ ହେଁ ମୋବାଇଲ ଫୋନରେ ଯନ୍ତ୍ରୀଙ୍କ ନମ୍ବର ବ୍ୟତୀତ ନାମ ବି ଜାଣି ନ ଥିଲେ।ପୁଅ ଠାରୁ ମୋବାଇଲ ନେଇ ନିଜେ ନବ କିଶୋର ହିଁ ସେକ୍ସନ ଯନ୍ତ୍ରୀଙ୍କୁ ଉକ୍ତ ନମ୍ବରରେ ଅଭିଯୋଗ କରିବାର ମାତ୍ର ଦିନକ ପରେ ଅଭିଯୋଗକାରିଙ୍କ ପୁଅ ଉପରେ ଆକ୍ରମଣକାରୀ ମାନେ କାହିଁକି ଅଭିଯୋଗ କଲୁ ବୋଲି ଆକ୍ରମଣ କରିଥିବା କହି ଥିବା କଥା ଅଭିଯୋଗରେ ଉଲ୍ଲେଖ ରହିଛି।ଏହାର ଅର୍ଥ ଫୋନରେ ଅଭିଯୋଗ ପାଇ ଯନ୍ତ୍ରୀ ଜଣଙ୍କ ଆକ୍ରମଣକାରିଙ୍କୁ ସବିଶେଷ ଦେଇଦେବାରୁ ଓ ନିୟୋଜିତ କରିଥିବାରୁ ଘଟଣା ଘଟିଥିବା ଆଶଙ୍କା ବଳ ବତ୍ତର ହୋଇଛି।ଯାହା ଉଭୟ ପକ୍ଷର ମୋବାଇଲ କଲ ରେଜିଷ୍ଟର ପୁଲିସକୁ ତଦନ୍ତରେ ସଂଗ୍ରହ କରିବାକୁ ପଡ଼ିବ।ଅପରାଧ ତଦନ୍ତରେ ବର୍ତ୍ତମାନ ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ଓ ସାଧାରଣ ପ୍ରାଥମିକତା।ଏଥିରେ ପ୍ରତାପ ନଗରୀ ଜଳ ସମ୍ପଦ ଏସ ଡି ଓ ଙ୍କ କଥା ଉଲ୍ଲେଖ ଥିବାରୁ ତାଙ୍କ ମୋବା ଇଲର କଲ ଡିଟେଲ ମଧ୍ୟ ପରିସର ଭୁକ୍ତ କରିବାକୁ ପଡ଼ିବ।ଏତଲା ପଞ୍ଜିକରଣ ନ ହେଲେ ଏହି ଆକ୍ରମଣର ତଦନ୍ତ ହେବ କିପରି?ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ।ଉକ୍ତ ଠିକାଦାରି କାମର କର୍ଯ୍ୟାଦ୍ଦେଶ କାହା ନାମରେ ଥିଲା?ଅଧିକାଂଶ କାମରେ ଉପରିସ୍ଥ ଅଧିକାରୀଙ୍କ ଜାଣତରେ ସଂପୃକ୍ତ ଯନ୍ତ୍ରୀ ଜଣଙ୍କ ଅଂଶୀଦାର ଥିଲେ ବୋଲି ଅଭିଯୋଗ ହୋଇ ଆସୁଛି,ଏବେ ବି ଗତ ୨୩ତାରିଖରୁ ବଦଳି ହୋଇ ଯିବା ପରେ,ଉକ୍ତ କୋଟି ଟଙ୍କାର କାମ ଦେଖାଶୁଣା କରିବାକୁ ଉପସ୍ଥିତ ରହୁଛନ୍ତି।ଜୁନ ୧୬ତାରିଖ ପରେ ମାଟିକାମ ନ କରିବାକୁ ସରକାରଙ୍କ ସ୍ଥାୟୀ ନିଷେଧାଦେଶ ରହିଛି।ଏହା ସତ୍ତ୍ବେ ଏବେ ବି ମାଟି କାମ କରାଯାଉଛି।ତେବେ ଗୋବିନ୍ଦପୁର ପୁଲିସ ଏତେବଡ଼ ଘଟଣାକୁ ହାଲୁକା ଭାବେ ନେବା,ମାମଲା ପଞ୍ଜି କରଣରେ ଟାଳଟୁଳ ନିତିଧରିବା,ନବ କିଶୋରଙ୍କ ପରିବାରକୁ ସୁରକ୍ଷା ନ ଯୋଗାଇବା ରାଜ୍ୟରେ ଆଇନ ଶୃଙ୍ଖଳା ପରି ସ୍ଥିତି ବିପ ନ୍ନ ବୋଲି ସୁଚାଉ ନାହିଁ କି?