ଅଂଚଳ ଖବର ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ରକ୍ତ-ଶୋଷା ସାମ୍ବାଦିକ! ସାଧୁ ସାବଧାନ ?

Spread the love

ଲୋକଟା ସେଆଡୁ ଚାଲିଚାଲି ବଡପାଟିରେ ଗାଳି କରିକରି ଆସିଲା କହୁଥାଏ ” ଶଳା ସାମ୍ବାଦିକ ବୋଲି ବିଶ୍ୱାସ କରିଥେଲି ଶଳା ସାମ୍ବାଦିକ ନୁହଁ ତ ରକ୍ତ-ଶୋଷା ଡକାୟତ ଗୁଡାକ ଦିନ ଦି ପହରେ ମଣିଷ ବେକ କାଟିଦେବେ “ଆଉସବୁ ଯାହା କହିଲା ସେଗୁଡାକ ବଖାଣି ହବନି ତେଣୁ ବାପୁକଂ ତିନି ମାଂକଡ ଭୂମିକା ରେ ନିରବ ରହିଲି ଦୋ-ଅକ୍ଷରୀ ,ତିନି-ଅକ୍ଷରୀ ଲଗେଇ ରଗଡିଲା ଆଉ ସମ୍ଭାଳି ପାରିଲିନି।ପାଖ ପାନ -ଚୂନ ଦୋକାନୀକୁଂ ପଚାରିଦେଲି ଲୋକଟା କଣ ପାଗଳ କି ?ଉତ୍ତର ମିଳିଲା ନାଇଁ , ତେବେ କିଛି ତ ବିଷୟଟା ବୁଝି ହଉନି ତ ଏମିତି କଣ ଗପୁଚି ?ଦୋକାନୀ କହିଲେ ତାକୁ ପଚାରନ୍ତୁ ସେ ସବୁ କହିବ ,ସେ ଭଲ ଲୋକଟାଏ ବିଗିଡିକି କହୁଚି ହେଲେ ସତ କହୁଚି।ସେଇଲୋକ ପାଖକୁ ଅତି ସଂତର୍ପଣରେ ଗଲି ଧିରେ ସୁସ୍ଥେ ପଚାରିଲି , ଭାଇ କଣ ହେଇଚି କି ଏମିତି କାଇଁ ରାଗୁଚ ? କହିଲା ରାଗିବି ନେଇଁ ?

ଶଳା ଯାହା ତ ଚୋରୀ ଚପାଟି କରି ଖାଉଚ ଲୋକ ଜାଣିଚନ୍ତି ହେଲେ ସାମ୍ବାଦିକ ବୋଲି କଣ ଆମ ରକ୍ତ ବିକି ଖାଇବ ?ପୁଲିସ କି ଡରେଇ ରଖିଚ,ତାଂକ ରୁଢିଆ ,ଚାନ୍ଦାରୁ ଷଣ୍ଢ ବଟି ଖାଉଚ !ଶେଷକୁ ଆମ ରକ୍ତ ବିକି ଖାଇବ ?ବାବୁ ତମେ ସାମ୍ବାଦିକ କି ?କହିଲି ନା ନା ଆଗରୁ ଥିଲି କିଛି ବର୍ଷ ହେଲାଣି ଛାଡିଦେଇଛି।ଏକଥା ଶୁଣି ଜୋରରେ ଗଳା ଫଟେଇ ଆଗ ଥୋଡାଏ ହସିଦେଲା କହିଲା ‘ ଜାଣି ପାଇଲି ତମ ମୁହଁରୁ ଜଣା ପଡୁଚି ତମ ଭଳିଆ ଭଲ ଲୋକ ଏ ଲାଇନରେ ରହି ପାରିବେ ନାଇଁ,ସୁଦୁ ଚୋର ଗୁଡାକକଂ ରାଜ୍ୟ, ‘କଥାଟା କୁହ ବସ ଆସିଯିବ ମୁଁ ପଳେଇବି।’ ସେଇଠୁ ଆରମ୍ଭ କଲା।କହିଲା “ଆମ ଏଇଠି ଗୋଟାଏ ସାମ୍ବାଦିକ ସଂଘ ଗଢିଚନ୍ତି ତା ନାଁ ପ୍ରେସକ୍ଲବ,କୋଉବ୍ଲକ ବି ନୁହଁ।କହିଲେ ଗୋଟାଏ ରକ୍ତଦାନ ଶିବିର କରିବା।ବହୁ ଗରୀବ ରୋଗୀ ରକ୍ତ କିଣି ପାରୁନାହାନ୍ତି ତମ ନାଁ ବି ଖବରକାଗଜ, ଟି.ଭି ରେ ଆମେ ବାହାର କରିଦବା ପ୍ରଶଂସା ମିଳିବ ଲୋକେ ଜାଣିବେ।ସବୁ ସହଯୋଗ କଲି ନିଜେ ରକ୍ତ ବି ଦେଲି ହେଲେ ସବୁ ବେକାର ରେ ଗଲା। କଟକ କେନ୍ଦ୍ରୀୟ ରେଡକ୍ରସ ଭଣ୍ଡାର ରକ୍ତ ସଂଗ୍ରହ କଲା। କଣ ହେଲା ଜାଣିଚ ବାବୁ ଏଗୁଡାକ ପୁରା ଖଣ୍ଟ କି ଡାକୁ ଚୋରକଂ ଠୁ କିଛି କମ ନୁହଁ। ହଇଓ ଏତେ ବଡ ବଡ କଥା କହୁଥିଲେ,ହେଲେ ୟାକଂ ଭିତରୁ କେହି ଜଣେ ବି ରକ୍ତ ଦେଲେନି ଯାହା କୁହାଗଲା ସେ କହିଲା କିଛି ନା କିଛି ପ୍ରକାରେ ଦେହଖରାପ,ଆସି ନ ଥାନ୍ତି ଖାଲି ବାଧ୍ୟରେ ଆସିଲି, କହିଥିଲି ନ ଗଲେ କଥା ଟା ଖରାପ ହବ ବୋଲି। ୪୨ୟୁନିଟ ରକ୍ତ ଦାତାକଂ ଠାରୁ ମିଳିଲା।ସେମାନକୁଂ ସାର୍ଟିଫିକେଟ ଖଣ୍ଡେ ଲେଖାଁ ରେଡକ୍ରସ ପକ୍ଷରୁ ମିଳିବା କଥା ମିଳିଲା ହେଲେ ଏଗୁଡା ତାକୁ ନ ବାଣ୍ଟି ଜଣେ ତାକୁ ନେଇ ବିକିଦେଲା କି କଣ ବାଣ୍ଟିଲେନି।ସେ ସବୁ କୋଉ କାମରେ ଅବା ଆସିବ?ଖାଲି ଗୋଟାଏ ଦାତା ବୋଲି ପ୍ରମାଣ, ନିଜର ଦରକାର ବେଳେ ମିଳିବ।ରକ୍ତଭଣ୍ଡାର ଗୋଟାଏ ସିଲ ଦେଲା ତାକୁ ଜଣେ ଏକା ଏକା ଧରି ଛୁ !କୋଉ ଧାତୁରେ ତିଆରି ଦେଖିବାକୁ ବି ଦେଲେନି?ଆଉ ଗୋଟାଏ କଥା ଜାଣିଚ ବାବୁ? ପ୍ରେସ କ୍ଲବଟା ପୁଣି ରେଜେଷ୍ଟ୍ରୀ ହେଇନି। ବ୍ୟାଂକରେ ଆକାଉଣ୍ଟ କ୍ଲବ ନାଁ ରେ ନାହିଁ ଯଦି କିଏ ଟଂକା ଦେବ କି ନେବ ଭାରି ସମସ୍ୟାରେ ପଡିବ ବ୍ଲଡବ୍ୟାଂକ, ଯଦି ଖୋଳତାଡ ହେବ ରକ୍ତଦାତାକୁ୍ଂ ଜଣପିଛା ମିଳୁଥିବା ଟଂକା କେମିତି କାହା ଖାତାକୁ ଗଲା?କୋଉ ପ୍ରେସ କ୍ଲବ କି ? ତା ନାଁ କଣ ଟା ଯେ?କହିଲା ହଇଓ ଫୁଲନଖରାରେ ଠିଆ ହୋଇଚ ଏତିକି ବୁଝିପାରୁନ?ଆଉ କଣ ବାଣପୁର ନା ଦିଲ୍ଲୀ କଥା କହୁଚି ?

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]