କଟକ( ଗ୍ରାମାଂଚଳ): କଟକଜିଲ୍ଲା କଣ୍ଟାପଡା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଫନି ସହାୟତାରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।ବିଭିନ୍ନଅଂଚଳର ଲୋକେ ତହସିଲ ସମ୍ମୁଖରେ ଆନ୍ଦୋଳନ କରିଥିଲେ।ଏମିତିକି ନାହାଳପୁର ରାଜସ୍ୱ ନିରୀକ୍ଷକକଂଅଂଚଳ ଅଧୀନସ୍ଥ ଯୋହଳ ରାଜସ୍ୱ ଗ୍ରାମରେ ସରକାରକଂ ତାଲିକାରେ ଘରସଂଖ୍ୟା ଯେତିକି ବୋଲିଉଲ୍ଲେଖ ରହିଛି ତାହାଠାରୁ ଯଥେଷ୍ଟ ଅଧିକ ଦର୍ଶାଇ ଓ କୋଠାଘର ଥିବା ଲୋକକଂ ଘର ଅକ୍ଷୁର୍ଣ ଥିବା ସତ୍ତ୍ୱେ , ଗୋଟିଏ ଘରକୁ ଏକାଧିକ,ପତି-ପତ୍ନୀ,ବାପ-ପୁଅ -ବୋହୁ-ଶାଶୁକୁଂ ଏକାଧିକ ଘର ଦେଖାଇ ରାଜକୋଷ ଅର୍ଥରୁ ପ୍ରାୟ କୋଟି ଟଂକା ଲୁଟି ନିଆ ଯାଇଥିବାର କଣ୍ଟାପଡା ତହସିଲଦାରକଂ ନାମରେ କ୍ରାଇମବ୍ରାଂଚର ଅର୍ଥ ନୈତିକ ଅପରାଧ ଶାଖାରେ ଠକେଇ ଓ ଜାଲିଆତିର ଲିଖିତ ଅଭିଯୋଗ ହୋଇଥିଲା ଯାହାକି ଏବେ ବି ବିଚାରାଧୀନ ରହିଛି।ତେବେ କେନ୍ଦ୍ରାଂଚଳ ରାଜସ୍ୱକମିଶନର ଓ କଟକ ଜିଲ୍ଲାପାଳକଂ ନିକଟରେ ଏପରି ଅଭିଯୋଗ ପହଂଚିବା ପରେ କଡା ତାଗିଦ ହୋଇଥିଲା।ଏମିତିକି ରାଜକୋଷ ଅର୍ଥ ଦରମା ଓ ପେନସନରୁ ଶୁଝିବାକୁ ପଡିବ ବୋଲି ସେମାନେ କୁଆଡେ ରୋକ ଠୋକ ତହସିଲଦାରକୁଂ ଚରମ ବାଣୀ ଶୁଣାଇଥିଲେ।ତହସିଲଦାର ଧର୍ମକୁ ଆଖିଠାର ସଦ୍ରୁଶ ନାହାଳପୁର ଆର.ଆଇକୁଂ ଏ ସଂପର୍କରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି କାରଣ ଦର୍ଶାଇବାକୁ ନୋଟିସ ଜାରି କରିଥିଲେ।ଏଥିପାଇଁ ଧାର୍ଯ୍ୟ ସମୟ ବି ଦିଆ ଯାଇଥିଲା।ତେବେଏହି ନୋଟିସ ପାଇବା ପରେ ସଂପ୍ରୁକ୍ତ ଆର. ଆଇ ଯେଉଁ ଉତ୍ତର ଦେଇଥିଲେ ତାହାକୁ ପଢି ତହସିଲଦାର ତାଂକ ବିରୁଦ୍ଧରେ ଆଉ କାର୍ଯ୍ୟାନୁଷ୍ଠାନ ନେବେକଣ? ଓଲଟା ଧାନୁଆ ଲଂକା ଚୋବାଇଦେବା ପରି ତାଂକ କାନମୁଣ୍ଡା ଝାଇଁ ଝାଇଁ ହୋଇଯାଇଥିଲା ।ଆର. ଆଇ କଂ ଉତ୍ତର ର ସାରାଂଶ ଥିଲା ‘ ଏଥିପାଇଁ ଏକା ମୁଁ ଦାୟୀନୁହେଁ ସମସ୍ତେ ଦାୟୀ ,ସେତେବେଳେ ଯାହା ସମୟ ଥିଲା କୁଆଡେ କିଛି ଜାଣିହେବାର ଉପାୟ ନ ଥିଲା।କିଏ କେଉଁ ଘର ଦେଖାଇଲା?କାହାର କିଏ ସଂପର୍କୀୟ କିଛି ଜାଣି ହେଲାନି।ମୁଁ ଆପଣକୁଂ ଜଣେଇଲି ଆପଣ କୌଣସି ଅନୁସଂଧାନ କଲେନି କିମ୍ବା ଆଦୌ ଗଲେନି ଏଣୁ ଏଥିପାଇଁ ସମସ୍ତେ ଦାୟୀ।ମୋତେ ସେଠାରୁ ବଦଳି କରିଦିଅନ୍ତୁ।ଅପର ପକ୍ଷରେ ଓଡିଶା ଲୋକାଲଫଣ୍ଡ ଅଡିଟ ଆଇନ ଓ ନିୟମ ଅନୁଯାୟୀ ଯାହା ଯୋଗୁ ସରକାରୀ ରାଜକୋଷର ବିନର୍ବ୍ୟୟ ପାଇଁ ଯେ ଦାୟୀ ତାଂକ ଠାରୁ ଉକ୍ତଅର୍ଥ ଆଦାୟ ଯୋଗ୍ୟ ଅଟେ।ଗୋଟିଏ ପଟେ ସଂପ୍ରୁକ୍ତ ଆର.ଆଇ ଯାହା ଉତ୍ତର ଦେଇଛନ୍ତି ତାହାକୁ ତହସିଲଦାର ଅଜାଗା ଘା ‘ପରି ଦେଖେଇପାରୁଛନ୍ତି ନା ଦେଖିପାରୁଛନ୍ତି ?ଅନ୍ୟପଟେ କ୍ରାଇମ ବ୍ରାଂଚ ଅର୍ଥ ନୈତିକ ଅପରାଧ ଶାଖାରେ ଦାଖଲ ଅଭିଯୋଗ ତଣ୍ଟିରେ କଣ୍ଟା ହୋଇ ଫୁଟିଛି,ଯେତେବେଳେ ହେଲେ ବି ତାହା ଜୀବନ ନେବା ଅବସ୍ଥା।କରୋନା ପ୍ରଶମିତ ପରେ ଏହି ଘଟଣାର ହାଇକୋର୍ଟରେ କ୍ରାଇମବ୍ରାଂଚର ଶୂନ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ମାମଲାରୁଜୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ।ତହସିଲଦାର କଂ ଦରମା ଓ ପେନସନ ବନ୍ଦ ପ୍ରାର୍ଥନା ହେବ ବୋଲି ଅଭିଯୋଗ କାରୀ କହିଛନ୍ତି
କଟକ( ଗ୍ରାମାଂଚଳ):କଟକଜିଲ୍ଲା କଣ୍ଟାପଡା ବ୍ଲକ ବ୍ଲକ ଅନ୍ତର୍ଗତ ୧୪ଟି ପଂଚାୟତର ପ୍ରାୟ ୭୭୯୬ ଜଣ ଚାଷୀକଂ ଫସଲ ଗତ ଫନୀ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ସରକାରକଂ କ୍ରୁଷି ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା। ମାତ୍ର ଫନିବାତ୍ୟାକୁ ବର୍ଷଟିଏ ପୂରଣ ହେବାକୁ ଆଉ ମାସେ ରହିଲା ଅଥଚ ଏଯାଏ କ୍ଷତିପୂରଣ ଅର୍ଥ ଚାଷୀକୁଂ ମିଳିପାରିଲା ନାହିଁ। ଏ ସଂପର୍କରେ ବ୍ଲକ କ୍ରୁଷି ବିଭାଗର ସୂଚନା ଯେ ସେମାନେ ତାଂକ କାର୍ଯ୍ୟ ଶେଷ କରି ଫାଇଲ ତହସିଲ କାର୍ଯ୍ୟାଳୟରେ ଦାଖଲ କରିଦେଇଛନ୍ତି।କଣ୍ଟାପଡା ତହସିଲ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁଉତ୍ତର ମିଳିଛି ଯେ ସେମାନେ ତହସିଲର ଆକାଉଣ୍ଟ ଥିବା ନିଆଳି ବ୍ୟାଂକକୁ ପଠାଇ ଦେଇଛନ୍ତି ତେବେ ସମସ୍ୟା କେଉଁଠି ?ଯେଉଁଥିପାଇଁ ଚାଷୀର ବ୍ୟାଂକ ଖାତାକୁ କ୍ଷତିପୂରଣ ଅର୍ଥ ରାଶି ଆସୁନାହିଁ ତାହା କେହି କହିପାରୁ ନାହାନ୍ତି ।
ରାଜ୍ୟସ୍ୱାସ୍ଥ୍ୟ ଓ ପରିବାର ମଂଗଳ ନିର୍ଦ୍ଦେଶାଳୟ
ଭୂବନେଶ୍ୱର(ସ୍ୱତନ୍ତ୍ର ପ୍ରତିନିଧି):ସ୍ୱାସ୍ଥ୍ୟ ସେବାର ଯତ୍ନ,ଆୟୁର୍ବେଦ ଓ ହୋମିଓପାଥିକରେ ଗବେଷଣା,ସ୍ୱାସ୍ଥ୍ୟ ସଂପର୍କୀତ ଶିକ୍ଷା ନିମନ୍ତେ ଜୁନ ୬ତାରିଖ ୧୯୬୮ମସିହାରେ ଆୟୁଷ ନିର୍ଦ୍ଦେଶାଳୟର ସ୍ରୁଷ୍ଟି ହୋଇଥିଲା।ଏଥିରେ ଆୟୁର୍ବେଦ,ଯୋଗ,ୟୁନାନି,ସିଦ୍ଧ,ଓ ହୋମିଓପାଥିକକୁ ସାମିଲ କରାଯାଇ ସବୁର ଇଂରାଜୀ ମୂଳ ଅକ୍ଷରକୁ ନିଆଯାଇ ସଂକ୍ଷୀପ୍ତରେ ଆୟୁଷ କୁହାଯାଉଛି।ଅବଶ୍ୟଏହା ଆଗରୁ ଓଡିଶା ହୋମିଓପାଥିକ ମେଡିସିନ ଆକ୍ଟ ୧୯୫୬ ଆଧାରରେ ଏହି ବିଭାଗ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଅଧୀନରେ ପରିଚାଳିତ ହେଉଥିଲା ଓ ଏଥିସହିତ ଆୟୁର୍ବେଦ ସାମିଲ ଥିଲା।ୟୁନାନି ଚିକିତ୍ସାକୁ ୧୯୬୮ରେ ସାମିଲ କରାଯାଇଥିଲା।୧୯୭୨ ମସିହା ସେପ୍ଟେମ୍ବର ଠାରୁ ଏହା ଭାରତୀୟ ଭେଷଜ ଓ ହୋମିଓପାଥିକ ଓଡିଶା ନିର୍ଦ୍ଦେଶାଳୟ ନାମରେ ପୁନଃ ନାମିତ ହେଲା। ୧୪.୧୧.୧୯୭୭ ଚିଠି ନମ୍ବର ୩୭୫୧୮/ଏଚ ବଳରେ ୨୨.୦୩.୧୯୮୨ ଠାରୁ ସ୍ୱାସ୍ଥ୍ୟଓପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ସ୍ଥାୟୀ ହେଲା।ଏତେଉତ୍ଥାନ ଓ ପରିବର୍ତ୍ତନ ମଧ୍ୟଦେଇ ଆସିଥିବା ଉକ୍ତ ବିଭାଗ ପ୍ରତି ସରକାର ପରେ ସରକାର ବଦଳିଲେ ମଧ୍ୟ ସରକାରକଂ ବୈମାତ୍ରୁକ ମାନସିକତାରେ କୌଣସି ପରିବର୍ତ୍ତନ ଆସିନାହିଁ । ଆଜି ମଧ୍ୟ ଏହି ବିଭାଗ ସଂପୂର୍ଣ ଭାବେ ଅବହେଳିତ।ଉକ୍ତ ବିଭାଗର କର୍ମଚାରୀମାନେ ସ୍ୱାସ୍ଥ୍ୟ ସେବାପରି ଏକ ଗୁରୁତ୍ୱପୂର୍ଣ ବିଭାଗ ଅଧୀନରେ କାର୍ଯ୍ୟ କରୁଥିଲେ ହେଁ ସେମାନକୁଂ ସେଇ ମର୍ଯ୍ୟାଦା ଓ ଗୁରୁତ୍ୱ ଅନ୍ତତଃ ସରକାରକଂ ପକ୍ଷରୁ ମିଳେ ନାହିଁ ,ଆଉ ଜନ ସାଧାରଣକଂ କଥା କଣ ଅବା କୁହାଯିବ?କେବଳ ସେତିକି ନୁହେଁ ଗାଁ ଗଣ୍ଡାରେ ଶହ ଶହ ସାଧାରଣ ଗରୀବଲୋକେ ପ୍ରତ୍ୟେହ ଏହି ସେବା ଉପରେ ଅତ୍ୟନ୍ତ ନିର୍ଭରଶୀଳ ହୋଇଥିବା ସରକାର ଅବଗତ ଥିବା ସତ୍ତ୍ୱେ ବାର୍ଷିକ ଆବଶ୍ୟକ ସଂଖ୍ୟକ ହୋମିଓପାଥିକ ଶିଶି ଯୋଗାଇ ଦିଅନ୍ତିନାହିଁ,ଫଳତଃ ଗରୀବଲୋକଟି ଔଷଧ ସହିତ ନେଇଥିବା ଶିଶିକୁ ଅପରିଷ୍କାର ସ୍ଥାନରେ ଅଥବା ଷଢେଇ,ପୁରୁଣା ଡବାରେ ଅଜାଡି ଶିଶିକୁ ଖାଲିକରିଥାଏ ଏବଂ ଡାକ୍ତର ଖାନାକୁ ଆଉ ଔଷଧ ନେବାକୁଏହି ଶିଶିକୁ ଆଣିଥାଏ ଫଳରେ ଏପରି ଦ୍ୱାରା ଔଷଧର ଗୁଣମାନରେ ହ୍ରାସ କେବଳ ଘଟି ନ ଥାଏ ବରଂ ଅନ୍ୟ ଔଷଧ ଯଥା: ସଲଫର, ନକ୍ସଭମ, ହିପର ସଲଫ, ଶଂଖୁଆ ବିଷରୁ ପ୍ରସ୍ତୁତ ଆର୍ସେନିକଆଲବ ପରି କେତେକ ଔଷଧ ଏହାର ବିପରୀତ ଔଷଧ ସଂଶ୍ପର୍ଶରେ ଆସିବା ଦ୍ୱାରା ବିଭିନ୍ନପ୍ରକାର ସମସ୍ୟା ସ୍ରୁଷ୍ଟି ହୋଇପାରେ।ଏହା ସବୁ ସରକାରୀ ଚିକିତ୍ସାଳୟ( ହୋମିଓପାଥିକ) ର ପ୍ରତିଦିନର ସମସ୍ୟା ,ହେଲେ ଏକଥା ସରକାର ଭଲଭାବରେ ଅବଗତ ଥାଇ ମଧ୍ୟ ଚଳେଇଦେବା ନ୍ୟାୟରେ ଜାଣି ନ ଜାଣିବା ପରି ରହିଛନ୍ତି। ଏବେକାର ନୂତନ କରୋନା ସମସ୍ୟା ଉପୁଜିବା ପରଠାରୁ ଗ୍ରାମାଂଚଳରେ ପୂର୍ବ ଭଳି ଥଣ୍ଡା,ଜ୍ୱର,କାଶ ପାଇଁ ଆସୁଥିବା ଲୋକମାନକଂ ମଧ୍ୟରେ ଯେ କରୋନା ସଂକ୍ରମିତ ନ ଥିବେ ତାହାର ନିଶ୍ଚିତତା କିଏ ଦେବ ? ନା ସେମାନକୁଂ ମନାକରିହେବ ନାଁ ସେମାନକୁଂ ସାଧାରଣ ଜ୍ୱରଭାବି ଚିକିତ୍ସା କରିହେବ?ଏଭଳି ରୋଗୀକଂ ସଂଶ୍ପର୍ଶରେ ଆସି ଯଦି କର୍ମଚାରୀ ପିଡିତ କିମ୍ବା କ୍ଷତିଗ୍ରସ୍ତ ହେଲେ ତେବେ ପରିବାର ଲୋକେ କ୍ଷତିପୂରଣ ରାଶି ପାଇବେ ନାହିଁ କାହିଁକି?ସରକାର ଏ ସଂପର୍କରେ ଯଥାଶୀଘ୍ର ସ୍ପଷ୍ଟ କରିବାକୁ ଦାବୀ ହେଉଛି।