ରାମ ରାଜ୍ୟରେ ରାବଣ ଉତ୍ପାତ!! ଯୋଗାଣ ଦୁର୍ନୀତି ମହାକୁମ୍ଭରେ ଯୋଗାଣମନ୍ତ୍ରୀ ଓ ସଚୀବ: ତୁରନ୍ତ ବିଭାଗ ପରିବର୍ତ୍ତନ ଦାବୀ!!!
ମୋହନ ସରକାରଙ୍କ ନିର୍ଦ୍ଦେଶ ପାଳନ ହେଉଛି କେମିତି??? ଆସନ୍ତୁ ଜାଣିବା ଏହାର ଭିତିରିକଥା!!!
କଟକ ଗ୍ରାମାଞ୍ଚଳ ଜିଲ୍ଲା (ନି.ପ୍ର)ରାଜ୍ୟରେ ସରକାର ବଦଳିଲା ଫଳରେ ୨୪ବର୍ଷର ରାବଣ ଶାସନ,ଉତ୍ପାତ, କଳଙ୍କକୁ ଧୋଇ ଦେଇ ଏକ ରାମ ରାଜ୍ୟ ପରିକଳ୍ପନାରେ ବେଶ୍ ଆଶାବାଦୀ,ମସଗୁଲ ହୋଇ ପଡିଥିବା ଜନ ସାଧାରଣଙ୍କ ଆଶା ଓ ଭରସାରେ ଏବେ ଛଦ୍ମ ବେଶୀ ରାବଣ ମାନେ କେମିତି କୁରାଢ଼ୀ ପାହାର ଦେଇ ଚାଲିଛନ୍ତି ତାହାର ନମୁନା ଏବେ ସାମ୍ନାକୁ ଆସିଛି!!।ପ୍ରାପ୍ତ ତଥ୍ୟ ସୂଚନା ଅନୁଯାୟୀ,ଯୋଗାଣ ଦୁର୍ନୀତିର ମହା ଦୁର୍ନୀତିର ସାମୟିକ ବିରତି ଦେବା ଲକ୍ଷ୍ୟରେ ଯୋଗାଣ ବିଭାଗର ସର୍ବକନିଷ୍ଠ ବ୍ଲକ ଯୋଗାଣ ନୀରିକ୍ଷକ ପଦବୀର ରାଜ୍ୟ ବ୍ୟାପୀ ପ୍ରାଥମିକ ପର୍ଯ୍ୟାୟରେ ୧୩୮ ଜଣ ଯୋଗାଣ ନୀରିକ୍ଷକଙ୍କୁ ବଦଳି କରିଛନ୍ତି।ମୋହନ ସରକାରଙ୍କ ଏହି ବଦଳି ନିର୍ଦ୍ଦେଶ ରାଜ୍ୟ ଯୋଗାଣ ସଚିବଙ୍କ ଆଦେଶ ନାମା ଜରିଆରେ ଗତ ୮.୧୦.୨୦୨୪ରୁ ଜାରୀ ହେଲାଣି, ଅଥଚ ୨୦ ଦିନ ବିତିବା ପରେ ବି ଉକ୍ତ ଆଦେଶ ନାମାର ନକଲ ସଂପୃକ୍ତ ଜିଲ୍ଲାପାଳ,ଜିଲ୍ଲା ଯୋଗାଣ ଅଧିକାରୀ ମାନେ ପାଇ ମଧ୍ୟ ଏଯାଏ ବଦଳି କର୍ମଚାରୀ ମାନଙ୍କୁ ରିଲିଭ କରାଯାଉ ନାହିଁ,ଅନ୍ୟ କର୍ମଚାରୀଙ୍କ ପରି ବଦଳି ଆଦେଶନାମାରେ ଡିମଡ ରିଲିଭ ବଦଳରେ,ଲୋକାଲ ଆରେଞ୍ଜମେଣ୍ଟ କରି ବିକଳ୍ପ ବ୍ୟବସ୍ଥା କରିବାକୁ ସଚିବଙ୍କ ଆଦେଶରେ ଉଲ୍ଲେଖ ହୋଇଛି।ଏବେ ବଦଳି ହୋଇଥିବା କର୍ମଚାରୀଙ୍କ ଠାରୁ ଜଣକା ପ୍ରାୟ ୭/୮ ଲକ୍ଷ ଲେଖାଏଁ ବଟି କେହି ଜଣେ ମନ୍ତ୍ରୀଙ୍କ ଭାଇ ବୋଲି ନିଜକୁ ପରିଚୟ ଦେଇ ଆଦାୟ କରି ନେଉଥିବା ଚର୍ଚ୍ଚା ହେଲାଣି, ଅର୍ଥ ଏହି ବଦଳି ଆଦେଶ ଜାରୀର ଭୟ ଦେଖାଇ ଏହାକୁ ଏପଟ ସେପଟ କରିବାର ପ୍ରଗାଢ଼ ପ୍ରୟାସ ଜାରି ରହିଥିବାରୁ ଟାଇମ୍ ଗ୍ୟାପ ଦିଆଯାଇଛି ବୋଲି କଥା ବ୍ୟାପିଲାଣି ତେଣୁ ଏହା କିପରି ରାମରାଜ୍ୟର ପରିକଳ୍ପନା?? ଯେଉଁ ଯୋଗାଣ ନୀରିକ୍ଷକ ୮ଲକ୍ଷ ଟଙ୍କା କୌଣସି ନୂଆ ଚାକିରି ପାଇବାକୁ ନୁହେଁ,ବରଂ ଥିବା ଚାକିରିରେ ବଦଳି ଲାଗି/ବଦଳି ବନ୍ଦ ଲାଗି ଦେବେ ବା ଦେଉଛନ୍ତି ସେ କିପରି ରାସନ୍ ଦୁର୍ନୀତି ଜରିଆରେ ଆଦାୟ କରିବାରେ ସକ୍ଷମ ହେଲେ ବା ହେବେ ତାହାର ପତ୍ତା ଲଗାନ୍ତୁ ଆପେ ରାମ ପ୍ରେମୀ ସବୁ ବୁଝିପାରିବେ। ଉକ୍ତ ଦୁର୍ନୀତି ମହାକୁମ୍ଭରେ ମନ୍ତ୍ରୀ ଓ ସଚିବ ଜଡ଼ିତ ଥିବାର ଅଭିଯୋଗ ଓ ମୋଟା ଅଙ୍କ ଆଦାୟ କରିବାକୁ ଜାରୀ ବଦଳି ନିର୍ଦ୍ଦେଶର ନାଟକ ରଚା ଯାଇଥିବା କଥା ଉଠୁଛି ସେଠାରେ ଯୋଗାଣମନ୍ତ୍ରୀ ଓ ସଚିବଙ୍କ ତୁରନ୍ତ ବିଭାଗ ପରିବର୍ତ୍ତନ ଓ ଆଦେଶନାମା ଅକ୍ଷରେ ଅକ୍ଷରେ ପାଳନ ନକଲେ ତାହା ମୋହନ ସର କାରଙ୍କୁ ବଦନାମ କରିବ କି ନାହିଁ, ବିଶେଷତଃ ଦଳ ପ୍ରେମୀମାନେ ଡଙ୍ଗା ବୁଡିବାର ବହୁ ଆଗରୁ ବୁଝିଯିବା ଦରକାର।କାରଣ ସତକୁ କେବେ ବି ସବୁ ସମୟ ଲାଗି ଚାପି ଦେଇ ହେବ ନାହିଁ। ଯୋଗାଣ ଦୁର୍ନୀତିର ଆହୁରି ସ୍ପଷ୍ଟ ଚିତ୍ର ବି ନିଅନ୍ତୁ:- ଏହି ବଦଳି ତାଲିକାରେ ନିଆଳି ବ୍ଲକ ଯୋଗାଣ ନୀରିକ୍ଷକ ନସିମା ବେଗମ୍ ଓ କଣ୍ଟାପଡ଼ା ବ୍ଲକ ଯୋଗାଣ ନୀରିକ୍ଷକ ଶର୍ମିଷ୍ଠା ଦଳ ବେହେରାଙ୍କ ନାମ ଯଥା କ୍ରମେ ୨୩ ଓ ୨୪ ରେ ରହିଛି ଓ ନସିମାଙ୍କ ନସିବ ଢେଙ୍କାନାଳ ଶର୍ମିଷ୍ଠାଙ୍କ ନସିବ ଗଞ୍ଜାମ ଜିଲ୍ଲା ହୋଇଛି, ଯାହା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସି ଏସ୍ ଓ ନିର୍ଦ୍ଦିଷ୍ଟ କେଉଁ ବ୍ଲକ ହେବ ତାହା ସେହି ଜିଲ୍ଲା କାର୍ଯ୍ୟାଳୟରେ ଯୋଗ ଦେବା ପରେ ହିଁ ଧାର୍ଯ୍ୟ କରିବେ।କିନ୍ତୁ ଏମାନେ ଏଠାରୁ ଯେଉଁ ମିଠା ଖାଇଛନ୍ତି ସେଥିରୁ କଣ ସତରେ ବର୍ତ୍ତି ପାରିବେ??ଆମକୁ କାହିଁକି ସେପରି ଏ କଥା ସହଜ ଲାଗୁନି!!! ଏମାନେ ସବୁ କେଉଁ ଦୁର୍ନୀତିରେ ସଂପୃକ୍ତ ?? ତାହାଲେ ଆସନ୍ତୁ ସେ କଥା ବି ଜାଣିବା।କେନ୍ଦ୍ର ସରକାର କିରୋସିନିରୁ ସବସିଡ ପର୍ଯ୍ୟାୟ କ୍ରମେ ପ୍ରତ୍ୟାହାର କରିବା ପରେ କିରୋସିନିର ଦର୍ ଅହେତୁକ ଭାବେ ବୃଦ୍ଧି ଘଟିଛି ତେଣୁ ଚାହିଦା ବି କମି ଥିବାରୁ କେନ୍ଦ୍ର ସରକାର୍ ଓଡ଼ିଶାର କିରୋସିନି କୋଟା କମେଇ ଦେଇଛନ୍ତି। ରାସନରେ କିରୋସିନି ଏକ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଅନ୍ତର୍ଭୁକ୍ତ ଥିବାରୁ ବାଧ୍ୟହୋଇ ନିଯୁକ୍ତ ହୋଲ ସେଲର ମାନେ କିରୋସିନି ଉଠାଣ କରୁଛନ୍ତି ,ନହେଲେ ହୋଲସେଲରଶିପ ରହିବ ନାହିଁ।ଏ କଥାଟି ଯଦି ସତ ତେବେ ଏହି ହୋଲସେଲର ମାନେ ଉଠାଣ କିରୋସିନି କୁ ସରକାର ନିଯୁକ୍ତ କରିଥିବା ଫେୟାରପ୍ରାଇସ ରାସନ୍ ଡିଲର ମାନଙ୍କୁ ନିଶ୍ଚୟ ଯୋଗାଣ କରିଥିବେ!!!ଫେୟାର ପ୍ରାଇସ ରାସନ୍ ଡିଲରମାନେ ଉଠାଣ କିରୋସିନିକୁ ଅନ୍ୟ ସାମଗ୍ରୀ ଯଥା ମାଗଣା ଚାଉଳ ସହ ହିତାଧୀକାରୀ ମାନ ଙ୍କୁ ଦେଇଥିବେ!!ଏହି ଦେବା ନେବା କାମ e pos ମେସି ନ୍ ଜରିଆରେ ରେକର୍ଡ଼ ବି ହୋଇଥିବ?? କିନ୍ତୁ ମେସିନ୍ ଦିଆହେବା ପରଠାରୁ କୌଣସି ଡିଲର ବୁନ୍ଦାଏ ବି କିରୋ ସିନି ବଣ୍ଟନ e pos ମେସିନ୍ ଜରିଆରେ ଥରଟିଏ ପାଇଁ କରିନାହାନ୍ତି!!କାହିଁକି????ଏକଥା ସମୃକ୍ତ ଯୋଗାଣ ନୀରିକ୍ଷକ ଦ୍ୱୟ ଜାଣିଛନ୍ତି ନା ଜାଣିଶୁଣି ଲୋକଙ୍କୁ ଓ ବିଭାଗ ତଥା ସରକାରଙ୍କୁ ଲୁଚାଇ ରଖିଛନ୍ତି??ଜିଲ୍ଲା ପାଳ,ଜିଲ୍ଲା ଯୋଗାଣ କର୍ତ୍ତୃପକ୍ଷ,ଯୋଗାଣ ସଚୀବ ଏସବୁ ଜାଣିଛନ୍ତି?ନା କଣ କିଛି ପଦକ୍ଷେପ ନେଇଛନ୍ତି?ଅତ୍ୟାବ ଶ୍ୟକ ସାମଗ୍ରୀ ଆଇନ ତେବେ କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ?ଚାଉଳ ବଣ୍ଟନହେବ epos ମେସିନରେ,ଅଥଚ ଉଠାଣ ରାସନ କିରୋସିନି ବଣ୍ଟନ ହେବ ଖାତାରେ??ଏହା କେଉଁ ନିୟମ ଆଧାରରେ??ଓ କାହିଁକି??ବର୍ଷ ବର୍ଷ ଧରି ଏପରି ଉପାୟରେ କୋଟି କୋଟି ଟଙ୍କା ସବସିଡ କିରୋ ସିନିର ଚୋରାଚାଲାଣ,ଲୁଟ ହୋଇଥିବା ସତ ନା ମିଛ??ଏ ବାବଦଟଙ୍କା ନେଲାକିଏ???ଏହା ଗଣ ମାଧ୍ୟମ ମାନେ ଜାଣିଛନ୍ତି କି ନା?????????? ମୋହନ ସରକାର୍ ଏସବୁ ଦୁର୍ନୀତିର ତଦନ୍ତ ଲାଗି ଲୋକାୟୁକ୍ତ ନିଯୁକ୍ତି ଦେଉ ନାହାନ୍ତି କାହିଁକି? ଅଯଥା ବୋଝ ନିଜ ସରକାର ମୁଣ୍ଡକୁ ନେଉଛନ୍ତି କାହିଁକି??