ରାସ୍ତାଆଲୋକୀକରଣ ଘୋଟାଲା:ଅର୍ଥନୈତିକ ଅପରାଧ ଶାଖା ଓ ହାଇକୋର୍ଟକୁ ବି ଯିବ ଅଭିଯୋଗ !
ଛାନିଆରେ ଭୂବନେଶ୍ୱରର କ୍ରିସ୍ ଏଲ.ଇ.ଡି ଯୋଗାଣକାରୀ ସଂସ୍ଥା ? କଟକ, ୯।୯(ସ୍ୱ.ପ୍ର)- ଅର୍ଥକମିଶନ ପଂଚାୟତ ଗୁଡିକୁ ଯୋଗାଇଥିବା ଆର୍ଥିକ ଅନୁଦାନରେ ଗ୍ରାମାଂଚଳ ରାସ୍ତା ଆଲୋକୀକରଣ ନାଁ ରେ ହୋଇଥିବା ମହାଘୋଟାଲାରେ ଭୂବନେଶ୍ୱରର କ୍ରିସ ଏଲ.ଇ.ଡି ଯୋଗାଣକାରୀ ସଂସ୍ଥା ଉପରେ ମହାବାତ୍ୟାପରି ବିପଦ ଯେମିତି ଘନେଇବାରେ ଲାଗିଛି। ଅପରପକ୍ଷରେ ଉକ୍ତ ବ୍ୟବସାୟୀକ ସଂସ୍ଥାକୁ ଫସେଇଦେଇଥିବା ପଂଚାୟତ ଗୁଡିକ ଏବେ ନିଜକୁ ମୁହଁଛପା ଦେଲେଣି। କାରଣ ଯେତେ ଯାହା ହେଲେ ନିଜକୁ ରକ୍ଷାକରିବାକୁ ଦେଉଥିବା ସଫେଇକୁ ଟପି ଏହି ସଂସ୍ଥା କାଗଜପତ୍ରରେ ନିଜକୁ ଚୋର ସାବ୍ୟସ୍ତ କରିବାକୁ ଯଥେଷ୍ଟ ପ୍ରମାଣ ରଖିଛି।ଅପର ପକ୍ଷରେ ପଂଚାୟତ ଗୁଡିକ ସବୁ ଖାଇପିଇ ସାରି ମୁହଁପୋତି ଝାଡିଝୁଡି ହୋଇ ବସିଛନ୍ତି। ଯୋଗାଣ କାରୀ କିନ୍ତୁ ନଛୋଡ ବନ୍ଦା , ତାଂକ କହିବାନୁଯାୟୀ ସେମାନେ ଆମ କୋଟେସନ ଅନୁଯାୟୀ ସାମଗ୍ରୀର ଦାମ ଦେଇ ଅବଶିଷ୍ଟ ଅଧିକ ଅର୍ଥ ସେମାନେ ନେଇଗଲେ। ଯଦି ଆମେ ଅସୁବିଧାରେ ପଡିବୁ ତାହା ହେଲେ ସବୁକଥା ଖୋଲିଦେବୁ।ଏହି ଉକ୍ତିର ରେକର୍ଡିଂ ପ୍ରମାଣ ସହ ଘୋଟାଲାର କାଗଜପ୍ରମାଣ ଯଥାଶୀଘ୍ର କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖାରେ ଦାଖଲ ହେବାକୁ ଯାଉଛି। ଯହିଁରେ କଟକ ଜିଲ୍ଲା ବାଂକି, ବାରଂଗ ସମେତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ପିପିଲି, ନିମାପଡା,ଅସ୍ତରଂଗ , କୋଣାର୍କ ବି ରହିଥିବା ସଂସ୍ଥାର ବକ୍ତବ୍ୟରୁ ଜଣା ପଡିଛି । ତେଣୁ ଏଥିରେ ରାଜ୍ୟର ଉପକୁଳ ଜିଲ୍ଲାରେ ଆଲୋକିକରଣ ଆଳରେ କୋଟି ଟଂକାର ଦୂର୍ନିତି ହୋଇଥିବା ନିଃସନ୍ଦେହ।ଯଦି ଯୋଗାଣକାରୀକଂ ବକ୍ତବ୍ୟକୁ ସତବୋଲି ମନା ଯାଏ ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ କେଉଁଥିପାଇଁ ଯୋଗାଣ କାରୀ ସଂସ୍ଥା ଏଥିରେ ସାମିଲ ହେଲା ?ତା’ର କଣ ସାମଗ୍ରୀ ବିକ୍ରି ହେଉ ନ ଥିଲା ଯେ ଏପରି ତଂଚକତାରେ ସାମିଲ ହେଲା ଓ କେତେ ପରିମାଣର ଲାଭ ଆଶାରେ ଏକ ବିରାଟ ବିପତ୍ତିକୁ ନିଜ ଆଡକୁ ଡାକି ଆଣିଲା ? ଦ୍ୱିତୀୟ ପ୍ରସଂଗଟି ହେଲା କେଉଁମାନେଏଥିରେ ସାମିଲ ବୋଲି ପ୍ରଶ୍ନରେ ଉତ୍ତର ମିଳିଛି କି ବ୍ଲକର ବି.ଡି.ଓ ଓ ପଂଚାୟତ ର ସରପଂଚ ମାନେ। ଘଟଣାର ସତ୍ୟାସତ୍ୟ ତ ତଦନ୍ତପରେ ସ୍ପଷ୍ଟ ହେବ ନିଶ୍ଚୟ ,ହେଲେ ଅଭିଯୋଗ କାରୀ କହିଲେଣି ଯେ ଯଦି କ୍ରାଇମବ୍ରାଂଚ ପଦକ୍ଷେପ ନେବାରେ କୌଣସି ଅବହେଳା କରେ ତେବେ ଆମେ ହାଇକୋର୍ଟ ଯିବା ସୁନିଶ୍ଚିତ। ଘଟଣାରେ ଅଧିକାଂଶ ବିଜେଡି ସରପଂଚ ଜଡିତ ଥିବା ଅଭିଯୋଗ ହେଉଥିବାରୁ ଜିଲ୍ଲାପାଳ ସମନ୍ୱିତ ଶିଶୁବିକାଶ ଯୋଜନା ସମୀକ୍ଷା ନାଁ ରେ କଣ୍ଟାପଡା ବ୍ଲକ ବି.ଡି.ଓ କଂ ସହିତ କବାଟକିଳା ବୈଠକ କରି ଫେରିଯାଇଥିବା ଓ ଶାସକଦଳ ସମର୍ଥିତ ସରପଂଚ ମାନକୁଂ କିପରି ରକ୍ଷା କରାଯିବ,ଦରକାର ପଡିଲେ ବିରୋଧୀ ଦଳ ସରପଂଚ ମାନକୁଂ ବଳିପକାଯାଇ କାର୍ଯ୍ୟାନୁଷ୍ଠାନର ଡିଣ୍ଡିମ ପିଟାଯିବ ସେଥିନେଇ ବିଚାର ବିମର୍ଶ ଓ ଯୋଜନା ପ୍ରଯୋଜନା ଚାଲିଥିବା ଭିତିରି ମହଲରୁ ଜଣାପଡିଛି।