
ରାସ୍ତା ଆଲୋକି କରଣ ନାଁ ରେ ପଂଚାୟତ ଦ୍ୱାରା ଲକ୍ଷାଧିକ ଟଂକା ଲୁଟ୍ !
କଟକ ୧୭।୮(ସ୍ୱ.ପ୍ର) ଜନସାଧାରଣକୁଂ ସୁବିଧା ଦେବା ନାଁ ରେ ଯୋଜନାବଦ୍ଧ ଭାବେ ଲୁଟିବାର ଯୋଜନା କୁ ଯଦି ଉନ୍ନୟନ ଆଖ୍ୟା ଦିଆଯାଏ, ତେବେ କହିବାକୁ ହେବ ଯେ ସ୍ୱାଧିନତାର ଦୀର୍ଘ ୭୨ ବର୍ଷପରେ ବି ଶିକ୍ଷା ଦୀକ୍ଷା ଓ ସଚେତନତାରେ ଆମେ ସେଭଳି କିଛି ବି ଅଗ୍ରଗତି କରିନାହୁଁ। ଲୁଟ ତଥା ଦୁର୍ନିତିର ପଂଜା ଆମକୁ ଏବେ ବି କବଳିତ କରି ରଖିଛି। ଯୋଜନାପରେ ଯୋଜନା ଓ ବ୍ୟୟ ରାଜକୋଷଅର୍ଥ କିଭଳି ବ୍ରୁଥା ଯାଉଛି ତାହାରଏକ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ମିଳିଥିବା ସୂଚନାଅନୁଯାୟୀ,ସରକାର ଅର୍ଥକମିଶନ ଅନୁଦାନରେ କେଉଁ କେଉଁ କାର୍ଯ୍ୟ ଓ ଯୋଜନା ହାତକୁ ନିଆ ଯାଇପାରିବ ସେନେଇ ଏକ ନିୟମାବଳୀ ପଂଚାୟତ ଗୁଡିକୁ ପଠାଇଥିଲେ।ଉକ୍ତ ନିୟମାବଳୀ ଆଧାର ରେ ବିଭିନ୍ନ ପଂଚାୟତ ଗୁରୁତ୍ୱପୂର୍ଣ ଛକ, ହାଟସ୍ଥଳୀ ,ସାହି, ସର୍ବସାଧାରଣକଂ ଯାତାୟତ ସ୍ଥାନ, ମଠ,ମନ୍ଦିର ନିକଟରେ ଏହି ଆଲୋକିକରଣ ବ୍ୟବସ୍ଥା କରିଛନ୍ତି । ଯାହାର ବିଜୁଳିବିଲ୍ ପଂଚାୟତ ବହନ କରିବ।ତେବେଏହି ଯୋଜନାରେ ଲକ୍ଷ ଲକ୍ଷ ଟଂକା ଲୁଟି ନିଆ ଯାଇଥିବାର ଚାଂଚଲ୍ୟକର ଅଭିଯୋଗ ଓ କାଗଜ ପ୍ରମାଣ ହସ୍ତଗତ ହୋଇଛି । ଏଥିରୁ କଟକ ଜିଲ୍ଲା , କଣ୍ଟାପଡା ବ୍ଲକ , ବଡପାଟସୁନ୍ଦରପୁର ପଂଚାୟତକୁ ନମୁନା ଭାବେ ନିଆଯାଇପାରେ। ଉକ୍ତ ପଂଚାୟତରେ ମୋଟ ପ୍ରାୟ ୧୫ ଟି ଆଲୋକ ସ୍ତମ୍ଭ ସ୍ଥାପିତ ହୋଇଛି, ଯହିଁରୁ ୧୩ ଗୋଟି ସ୍ତମ୍ଭ ସମାନ ପ୍ରକାରର ଓ ଅନ୍ୟ ଦୁଇଟି ଅଧିକ ଦାମର। ଏହାପରେ ମଧ୍ୟ ଆଉ ପ୍ରାୟ ୭ଟି ଓ ୱାଡ ପ୍ରତି ୫/୭ ଟି ହିସାବରେ ୧୯ଟି ୱାଡରେ ୨୫୦୦ ଟଂକିଆ ଷ୍ଟ୍ରିଟଲାଇଟ ଲଗା ଯାଇଛି । ଲଗାଯାଇଥିବା ଆଲୋକ ସ୍ତମ୍ଭ୧୫ଟି ର ତଥ୍ୟ ଅନୁଯାୟୀ, “କ୍ରିସ ଇଣ୍ଡିଜେନସ ଟେକ୍ନୋ ଇକ୍ୱିପମେଣ୍ଟ (ପ୍ରା) ଲିଃ” ଭୁବନେଶ୍ୱର , ଜିଲ୍ଲା ଖୋର୍ଦ୍ଧା Account No.137313100001167, Andhra Bank, Khordha Branch, IFSC:ANDB0001373 ରହିଛି ।ଉକ୍ତ ସଂସ୍ଥା ବଡପାଟସୁନ୍ଦରପୁର ପଂଚାୟତ(କୁ ସାମଗ୍ରୀ ଯୋଗାଇଛି ବୋଲି କଣ୍ଟାପଡା ବ୍ଲକରୁ ଜନସୂଚନାଅଧିକାର ଆଇନ ଆଧାର ରେ ଆମ କଣ୍ଟାପଡା ବ୍ଲକ ପ୍ରତିନିଧି ଶରତ ପରିଡା ତଥ୍ୟ ହାସଲ କରିଛନ୍ତି। ଏଥିସହ କ୍ରିସ ଇଣ୍ଡିଜେନସ ସଂସ୍ଥାରୁ ସେ କୋଟେସନ ମଧ୍ୟ ସଂଗ୍ରହ କରିଛନ୍ତି।ଉଭୟର କ୍ୟାମେରା କପି ପ୍ରମାଣସ୍ୱରୁପ ଏଥିସହ ସଂଯୋଗ କରାଯାଇଛି । ମୂଳକାଗଜ ଭିଜିଲାନ୍ସ କର୍ତ୍ତ୍ରୁପକ୍ଷକଂ ତଦନ୍ତ ନିମନ୍ତେ ସଂରକ୍ଷିତ ଅଛି । ଉକ୍ତ କାଗଜପତ୍ର ପ୍ରମାଣ ଭିତ୍ତିରେ ଜଣାପଡିଛି ଯେ, 90wt LED ଲାଇଟ୍ ର ମୂଲ୍ୟ ଏହି ସଂସ୍ଥା ସମସ୍ତ ଟିକସକୁ ମିଶାଇ ୫୦୯୬ ଟଂକା ବୋଲି ଲିଖିତ କ୍ୱୋଟେସନରେ ଦର୍ଶାଇଥିବା ବେଳେ , ବଡପାଟସୁନ୍ଦରପୁର ପଂଚାୟତକୁ 80wt LED ଲାଇଟ ୧୧ହଜାର ୫୧୭ ଟଂକା ୮୬ ପଇସା ଉପରେ ୧୨% ଟିକସ ମିଶାଇ ବିଲ କରାଯାଇଛି । ସେହିଭଳି ଜି. ଆ ଇ ପୋଲ୍ ୪ବାହୁ ବିଶିଷ୍ଟ ସଂପୂର୍ଣ ସେଟ୍ ସହିତ ଟିକସ ମିଶାଇ ମୋଟ ୧୫ହଜାର ୯୩୦ ଟଂକା କ୍ୱୋଟେସନରେ ଉଲ୍ଲେଖ ଥିବାବେଳେ ବିଲ୍ ରେ ଏହାର ମୂଲ୍ୟ ୨୪ହଜାର ୨୮୮ଟଂକା ୧୪ପଇସା ଓ ଟିକସ ୧୮% ମିଶାଇ ୨୮ହଜାର ୬୬୦ ବିଲ୍ କରାଯାଇଛି ।କଣ୍ଟ୍ରୋଲ ପ୍ୟାନେଲ ବକ୍ସ, କ୍ଲାମ୍ପ୍ ଓ ସମସ୍ତ ଆସେସରିଜ ଟିକସକୁ ମିଶାଇ କୋଟେସନରେ ଏହି ସଂସ୍ଥା ସେଟ୍ ପ୍ରତି ୪୫୦ ଟଂକା ଲେଖାଁ ଉଲ୍ଲେଖ କରିଥିବା ସ୍ଥଳେ ବିଲ୍ ରେ ୨୭୯୬.୬୧ ଉପରେ ୧୮% ଟିକସ ମିଶାଇ ୩୩୦୦ ଟଂକା ବିଲ୍ କରିଛି। Earthing with G.I.Earthing coil ଦାମ୍ ଟିକସ ମିଶାଇ ୨୫୦ ଟଂକା ଲେଖାଁ କ୍ୱୋଟେସନରେ ଲିଖିତ ଦେଇଛି,ଅଥଚ ବିଲ୍ କରାଯାଇଛି ୨୨୮୮ଟଂକା ୧୪ ପଇସା ଓ ୧୮% ଟିକସ ସହ ମୋଟ୍ ୨୭୦୦ ଟଂକା , ନିୟମାନୁଯାୟୀ, ଫିଟିଂଗ ଚାର୍ଜ ଏହି ସଂସ୍ଥା ବହନ କରିବାକଥା ।ଅଥଚ ପୋଲ୍ ପ୍ରତି ଫିଟିଂଗ ଚାର୍ଜ ବାବଦରେ ୮୩୦୫ ଟଂକା ୮ପଇସା ସହିତ ଏହା ଉପରେ ୧୮% ଟିକସ କିଏ ନେଲା ,ଏହାକୁ ସରକାରକଂ ସେବା ଓ ଦ୍ରବ୍ୟକର ବିଭାଗରେ କେବେ କିପରି ଜମା ହେଲାକି ନାହିଁ ତାହା ଉଲ୍ଲେଖ ନାହିଁ। ଭାଉଚର ନମ୍ବର 37/16.1.19 Rs.99thousand 900 ରେ ବଡପାଟସୁନ୍ଦରପୁର ପଂଚାୟତ ପାସ୍ ଫର୍ ପେମେଣ୍ଟ କରାଯାଇଛି।ଏହା ହେଉଛି ଗୋଟିଏ ଆଲୋକ ସ୍ତମ୍ଭର ହିସାବ, ତଦନୁଯାୟୀ ମୋଟ କେତୋଟି ସ୍ତମ୍ଭରେ କେତେ ହରିଲୁଟ୍ ହୋଇଥିବ ତାହା ସହଜରେ ଅନୁମାନ କରାଯାଇପାରେ। ଗୋଟିଏ ପଟେ ଆଲୋକ ସ୍ତମ୍ଭ ଗୁଡିକ ଦେଖି ସାଧାରଣଲୋକେ ଖୁସି ହେଉଥିବା ବେଳେ,ଅସଲରେ କିନ୍ତୁ ସଚେତନତା ଅଭାବରୁ ଜନସାଧାରଣକଂ ଅର୍ଥ କିଭଳି ଓ କେତେ ପରିମାଣରେ କେଉଁମାନେ ଲୁଟୁଛନ୍ତି ତାହା ସମ୍ଭବ ହେଉ ନଥିବା ପରିତାପର ବିଷୟ ବୋଲି କିଛି ବୁଦ୍ଧିଜିବୀ ଘଟଣା ଜାଣିବା ପରେ ମତ ଦେଇଛନ୍ତି। ଉକ୍ତ ଅଭିଯୋଗର ଏବେ ଭିଜିଲାନ୍ସ ତଦନ୍ତନିମନ୍ତେ ସ୍ଥାନୀୟ କିଛି ନାଗରିକ ଆବେଦନ କରିବାକୁ ସ୍ଥିର କରିଛନ୍ତି।ଅଭିଯୋଗ ସଂପର୍କରେ ପ୍ରତିକ୍ରିୟା ଜାଣିବାକୁ “ସତ୍ୟାନୁସଂଧାନ” ପକ୍ଷରୁ ପଂଚାୟତର ନିର୍ବାହୀ ଅଧିକାରୀ ହେମନ୍ତ କୁମାର ଦାଶ କୁଂ ଫୋନରେ ଯୋଗାଯୋଗ କରାଯାଇଥିଲା ସେ ହଠାତ୍ ହଡବଡେଇ ଯାଇଥିଲେ ଓ କୌଣସି ସନ୍ତୋଷ ଜନକ ତଥ୍ୟ କି ଉତ୍ତର ଦେଇପାରି ନ ଥିଲେ ।
