
ରାସ୍ତା ଦୁର୍ଘଟଣାରେ ଯୁବକ ମୃତ
କଟକ ଗ୍ରାମାଞ୍ଚଳ ପ୍ରତିନିଧି ୭/୦୩ କଟକ ଜିଲ୍ଲା,ଓଲଟପୁର ଥାନା ଅନ୍ତର୍ଗତ ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ଅନ୍ତର୍ଗତ ସୁନ୍ଦରଗ୍ରାମ ଠାରେ ଆଜି ମଧ୍ୟାହ୍ନ ସମୟ ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇ ଯାଇଛି।ଖୋର୍ଦ୍ଧା ଜିଲ୍ଲା, ବାଲିଅନ୍ତା ଥାନା,ପ୍ରତାପରୁଦ୍ରପୁର କୁଳସାହିର ଲୋକନାଥ ସ୍ୱାଇଁ(୨୫)ପିତା ଲୋଚନ ସ୍ୱାଇଁଙ୍କ ବାଇକ୍ ଏକ ଟାଟା ଏସି ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା,ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୁଲିସ ଦୁର୍ଘଟଣାଗ୍ରସ୍ତ ଯାନଦ୍ବୟକୁ ଜବତ କରିଛି,ଥାନା କେଶନମ୍ବ ର ୨୫/୨୨ କ୍ରମେ ଏକ ମାମଲା ରୁଜୁ ହୋଇଛି।