ଲକ୍ଷେ ଟଙ୍କା ଲାଞ୍ଚ ନେଲାବେଳେ ଧରାପଡ଼ିଲେ, ଜେଲ୍ ଗଲେ ତିନି ଲାଞ୍ଚୁଆ ପୁଲିସ ବାବୁ

ଜୟପୁର : ଲାଞ୍ଚ ନେବା ମହଙ୍ଗା ପଡିଲା। ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ମାଲକାନଗିରି ଥାନାର ତିନି ଲାଞ୍ଚୁଆ ପୁଲିସ ଅଧିକାରୀ ଗିରଫ ହୋଇ ଜେଲ୍ ଯାଇଛନ୍ତି। ଏହି ଘଟଣା ଖାକି ପୋଷାକରେ କଳାଦାଗ ଲଗାଇବା ସହ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗିରଫ ୩ ଅଧିକାରୀ ହେଲେ, ମାଲକାନଗିରି ଥାନା ଅଧିକାରୀ ରଂଜନ ସାହୁ, ଏସଆଇ ମାନସ ରଂଜନ ସ୍ବାଇଁ ଓ କୁନାଲ କୁମାର।