
ଲାଞ୍ଚ ବିନିମୟରେ ବ୍ଲକ ଶିକ୍ଷାଧିକାରୀଙ୍କ ମିଥ୍ୟା ରିପୋର୍ଟ:ଭିଜିଲାନ୍ସରେ ଅଭିଯୋଗ,ଲୋକାୟୁକ୍ତ ଯିବ ମାମଲା
ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ସର କାରୀ ଶିକ୍ଷାନୁଷ୍ଠାନ ଗୁଡିକର ସଂଖ୍ୟା ଦୃତ ଗତି ରେ ହ୍ରାସ ପାଇ ଚାଲିଥିବା ବେଳେ,ଅପର ପକ୍ଷ ରେ ବିନା ସରକାରୀ ଅନୁଦାନ,ବିନା ତାଲିମ ପ୍ରାପ୍ତ ଶିକ୍ଷକରେ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ି କ ସାରା ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇ ରଖିଛନ୍ତି।ଏହି ସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକର ଛାତ୍ରଛାତ୍ରୀ ମାନଙ୍କ କୃତିତ୍ୱ ସର୍ବ ଭାରତୀୟ ସ୍ତରରେ ବେଶ୍ ଉଲ୍ଲେଖ ନୀୟ ପ୍ରମାଣିତ ହେବାରେ ଲାଗିଛି।ମାତ୍ର ସର କାରଙ୍କ କୋପ ଦୃଷ୍ଟିରୁ ଏହି ସବୁ ଆଦର୍ଶ,ସଂସ୍କୃତି ସଂପନ୍ନ ବିଦ୍ୟା ମନ୍ଦିର ଗୁଡ଼ିକ ବାଦ୍ ପଡି ନାହିଁ। ସଂପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ବିଗାଡି ଦେବାକୁ ସର କାର ଅଙ୍କୁଶ ଲଗାଇବା ଜାରି ରଖିଛନ୍ତି।ବାସ୍ତବ ରେ ସରକାର କି ପ୍ରକାର ଶିକ୍ଷା ବ୍ୟବସ୍ଥା ଚାହୁଁ ଛନ୍ତି ତାହା ଏବେ ବୁଝା ପଡୁନାହିଁ।ସର୍ବଶିକ୍ଷା ଯୋ ଜନା ଫେଲ ମାରିବା ପରେ ସେପରି ନିୟମ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପ୍ରତି ସରକା ରଙ୍କ ଅସୂୟା ଭାବକୁ ପ୍ରମାଣ କରୁଛି।ଓଡ଼ିଶା ଶିକ୍ଷା ଆଇନ ନାମରେ ସରକାର ଏହିସବୁ ବେସ ରକାରୀ ବିଦ୍ୟାଳୟ ଗୁଡ଼ିକ ପ୍ରତି ବିଭିନ୍ନ ସର୍ତ୍ତା ବଳୀ ପୂରଣ ନାମରେ ୫ ବର୍ଷୀୟା NOC(CO R)ଲାଗୁ କରିଛନ୍ତି।ଶ୍ରେଣୀ ଗୃହର ସାଇଜ,ବାର ଣ୍ଡା,ପ୍ରାଚୀର,ଖେଳ ପଡିଆ,ରାମ୍ପ,ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ଶୌଚାଳୟ,ବିଦ୍ୟାଳୟ ନାମ ରେ ସର୍ବନିମ୍ନ(୩ ଏକର)ଜମି ପରିମାଣ,ଜମିର କାଗଜପତ୍ର କାହା ନାମରେ ରହିଛି ଇତ୍ୟାଦି ଇତ୍ୟାଦି ବିସ୍ତୃତ ବିବରଣୀ ଏକ ଫର୍ମାଟରେ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ପଠାଯିବାକୁ ଧାର୍ଯ୍ୟ କରାଯାଇଛି।ଏହି ରିପୋ ର୍ଟ ଦେବାକୁ ବ୍ଲକ ଶିକ୍ଷାଧିକାରୀ ମାନେ ଲକ୍ଷ ଲକ୍ଷ ଟଙ୍କାର ଉତ୍କୋଚ କେତେକ ଏଜେଣ୍ଟ ସି.ଆର୍.ସି, ଶିକ୍ଷକ ନେତାଙ୍କୁ ନିଯୁକ୍ତି କରି ଆଦାୟ କରୁଛନ୍ତି।ସରକାରୀ ଅନୁଦାନ ନେଉ ନ ଥିବା ଏହି ବିଦ୍ୟା ମନ୍ଦିର ଗୁଡ଼ିକ ମଧ୍ୟ ଏପରି ଅନ୍ୟାୟ ଦାବି ଗୁଡ଼ିକୁ ମାନିନେଇ ରିପୋର୍ଟରେ ମିଛ ବିବରଣୀ ଦେବାକୁ ବାଧ୍ୟ ହେଉଛନ୍ତି।ଏହି ଶୋଷଣ ପ୍ରକ୍ରିୟା ପ୍ରତି ସମ ସ୍ତେ ଜାଣି ନ ଜାଣିବା ଢଙ୍ଗରେ ଆଖି ବୁଜିଛନ୍ତି।ଏପରି ଏକ ଲିଖିତ ଅଭିଯୋଗ କଣ୍ଟାପଡ଼ା ବ୍ଲକ ଶିକ୍ଷାଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନାମରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗରେ ଦାଖଲ ହୋଇଛି।ସରକାରଙ୍କୁ ଏହି ସବୁ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ସପକ୍ଷରେ ମିଥ୍ୟା ରିପୋର୍ଟ ଦେଇ ସେ କୁଆଡେ ଲକ୍ଷାଧିକ ଟଙ୍କା ଆୟ କରି ଛନ୍ତି!କଣ୍ଟାପଡ଼ା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୪୮୫/୧୭.୦୩.୨୦୨୨ ଯୋଗେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟା ଳୟକୁ ପଠାଯାଇ ଥିବା ଜିଲ୍ଲା କାର୍ଯ୍ୟାଳୟ ସୂତ୍ରରୁ ଜାଣିବାକୁ ମିଳି ଛି।ଉକ୍ତ ପତ୍ର ଅନୁଯାୟୀ କୁଳବ୍ରାହ୍ମଣ ସାଇଲୋ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଦଧିଚି ପବ୍ଲିକ ସ୍କୁଲ, SAIE ଅଡଶପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅଡଶପୁର,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,କଣ୍ଟା ପଡ଼ା,ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଙ୍ଖ,ଗୋବି ନ୍ଦପୁର,ସେଣ୍ଟ ଜାଭିୟର୍ସ ଆଦିକୁଣ୍ଡି ଆଦି ୭ଗୋଟି ଶିକ୍ଷାନୁଷ୍ଠାନ ନାମ ଏହି ଚିଠିରେ ରହିଛି।ଡିମିରି ଦେଇ ନେଇ ନ ପାରିବାରୁ ତାହାକୁ ତାଲିକାରୁ ବାଦ ଦିଆ ଯାଇଛି।ନିଯୁକ୍ତ ଦଲାଲ ମାନେ ନିଜକୁ ବିଧାୟକଙ୍କ ପାଖ ଲୋକ,କିଛି ଭୟ କରିବାର ନାହିଁ ବୋଲି ଅଭୟବାଣୀ ଦେଇ ଆଦାୟ ଲାନ ଚରୁ କିଛି କିଛି ଚଣ୍ଡ କାଢି ନେଉଛନ୍ତି।କେବଳ ଏତିକି ନୁହେଁ ଉକ୍ତ ଅଧିକାରୀଙ୍କ ନାମରେ ବହୁ ଗୁରୁତର ଅଭିଯୋଗମାନ ବି ଏଥିରେ ରହିଛି।ତନ୍ମଧ୍ୟରେ ପ୍ରାପ୍ୟ ବୃଦ୍ଧି ପାଇଁ ଟ୍ରିବ୍ୟୁନାଲ ଆଶ୍ରୟ ନେଇଥିବା କିଛି ଶିକ୍ଷକ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ରାୟ ପ୍ରକାଶ ପରେ ଏହାକୁ ଏଡାଇବାକୁ ଏକ ସତ୍ୟପାଠ ଦାଖଲ କରିଥିବାକୁ ବ୍ଲକ ଶିକ୍ଷାଧିକା ରୀଙ୍କ କାର୍ଯ୍ୟାଳୟ ଗ୍ରହଣ ଓ ଅନୁମୋଦନ କରି ଥିବା ଭଳି ଅଦାଲତ ଅବମାନନାର ଦୁଃସାହସ ରଚିଛନ୍ତି।ତୃତୀୟ ଅଭି ଯୋଗ ଅନୁଯାୟୀ ସର କାର କେଉଁ ବ୍ଲକ ଅଞ୍ଚଳରେ ଜାଲ ଶିକ୍ଷକ ରହି ଛନ୍ତି କି ନାହିଁ ଜାଣିବାକୁ ଚିଠି ଲେଖିଥିଲେ।ଏହି ଚିଠି ଉପରେ ବିନା ତଦନ୍ତ ଅଧିକାରୀଙ୍କ ସ୍ପଷ୍ଟୀ କରଣ ନ ପାଇ ନିଜେ ବ୍ଲକ ଶିକ୍ଷାଧିକାରୀ ଏପରି ଶିକ୍ଷକ ଏହି ବ୍ଲକରେ ନାହାନ୍ତି ବୋଲି ମିଥ୍ୟା ରିପୋର୍ଟ ଦାଖଲ କରିଛନ୍ତି।ମାତ୍ର ସତ୍ୟାନୁସଂଧାନ ନିକଟରେ ଯେଉଁ ତଥ୍ୟ ରହିଛି ତାହା ଯେତିକି ଭୟାନକ ତତୋଧିକ ବିସ୍ମୟକର।ସେହି ତଥ୍ୟ ଅନୁଯାୟୀ ଏହି ବ୍ଲକ ଅଧୀନରେ ଏପରି କେତେ କ ଶିକ୍ଷକ ନିଜକୁ ଭିନ୍ନକ୍ଷମ ୪୧% ଭିନ୍ନକ୍ଷମର ଜାଲ ପ୍ରମାଣପତ୍ର ଜିଲ୍ଲା ମେଡିକାଲ ବୋର୍ଡରୁ ବିପୁଳ ଲାଞ୍ଚ ବିନିମୟରେ ହାସଲ କରିଛନ୍ତି।ଏହାକୁ ଦେଖାଇ ସେମାନେ ନିଯୁକ୍ତି ପାଇଛନ୍ତି।ଏବେ ମେଡିକାଲ ବୋର୍ଡ ଦ୍ଵାରା ପରୀ କ୍ଷା କରା ଗଲେ ଏହାର ସତ୍ୟତା ସ୍ପଷ୍ଟ ହେବ।ତେବେ ବ୍ଲକ ଶିକ୍ଷାଧିକାରୀ ଏ ସବୁର ଯାଞ୍ଚ ନ କରାଇ କିପରି ସରକାରଙ୍କୁ ଚିଠିର ଉତ୍ତର ଦେଲେ ଯେ ଏହି ବ୍ଲକରେ ଜାଲ ଶିକ୍ଷକ ନାହାନ୍ତି ବୋଲି??ସବୁ ଠାରୁ ଅବିଶ୍ଵସନିୟ ଯେ ଶିକ୍ଷକତା ପରି ପବିତ୍ର ବୃତ୍ତିରେ ଥିବା ଉକ୍ତ ଅଧିକାରୀଜଣଙ୍କ ସରକାର ଙ୍କ ରାସିଓନାଲାଇଜେସନର ଧାର୍ଯ୍ୟ ନିୟମାବଳୀ ଓ ଗେଜେଟରେ ପ୍ରକାଶିତ ନିୟମ ଭାଙ୍ଗି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ମାନଙ୍କୁ ଅବସ୍ଥାପିତ କରି ଛନ୍ତି।ଛାତ୍ର ଛାତ୍ରୀ ଅନୁଯାୟୀ ଶିକ୍ଷକ ମାନଙ୍କ ସଂଖ୍ୟା,ଗୋଟିଏ ଷ୍ଟେସନରେ ୬ ବର୍ଷରୁ ଉର୍ଦ୍ଧ୍ବ ୧୦ବର୍ଷରୁ ଉର୍ଦ୍ଧ୍ବ କେତେଜଣ ଓ କେଉଁ କେଉଁ ଶିକ୍ଷକ ଅବସ୍ଥାପିତ ଅଛନ୍ତି ତାହାର ତଦନ୍ତ ହେଲେ ଏହାଙ୍କ କଳାକାର ନାମା ଉପରୁ ପର୍ଦ୍ଦା ହଟିବ।ଏହି ସମସ୍ତ ବିଷୟର ତଦନ୍ତ ନିମନ୍ତେ ରାଜ୍ୟ ଭିଜିଲାନ୍ସରେ ଅଭିଯୋଗ ସହିତ ଲୋକା ଯୁକ୍ତଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ ହେବାକୁ ଯାଉଛି।ଅଭିଯୋଗ ସମ୍ପର୍କରେ ଶ୍ରୀ ପ୍ରଧାନ ଙ୍କ ପ୍ରତିକ୍ରିୟା ଜାଣିବାକୁ ଯୋଗାଯୋଗ କରାଯାଇ ଥିଲା,ସେ କଣ ହୋଇଛି ଦେଖିଲେ ଯାଇ କହିବେ ବୋଲି କହିଛନ୍ତି।