
ଶ୍ରମିକଙ୍କ ନାଆଁରେ ବିଲ! ମେସିନକୁ ମିଳୁଛି ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାମ !
ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କୁ ଭାରତ ବର୍ଷର ବୃହତ୍ତମ ଶ୍ରମ ଭିତ୍ତିକ ଯୋଜନାର ଆଖ୍ୟା ଦିଆ ଯାଇଛି।ଉକ୍ତ ଯୋଜନାରେ କେନ୍ଦ୍ରସରକାର କୋଟିକୋଟି ଟଙ୍କା ଯୋଗାଉ ଛନ୍ତି ।ହେଲେ ବାସ୍ତବରେ ମେସିନ କରୁଛି କାମ, ଶ୍ରମିକଙ୍କ ନାଁ ରେ ମଷ୍ଟର ରୋଲ୍ ଗଢା ଯାଉଛି।କେତେ ଦିନ ଏମିତି ଆମେ ନିଜେ ନିଜକୁ ଠକି ଚାଲିଥିବା ଓ ରାଜକୋଷକୁ ଲୁଟି ଧର୍ମକୁ ଆଖି ଠାର ମାରୁଥିବା??ସମସ୍ତ ସରକାରୀ ଅଧିକାରୀ ମାନଙ୍କ ଅଜାଣତରେ ଏପରି କାର୍ଯ୍ୟ କେବେ ହେଉନାହିଁ।କଣ୍ଟାପଡ଼ା,ନିଆଳି ବ୍ଲକ ଠୁ କେନ୍ଦୁଝର,କେନ୍ଦ୍ରାପଡ଼ାରୁ ଗଜପତି ସବୁଠାରୁ ଆସିଛି ମହଣ ମହଣ ଅଭିଯୋଗର ପସରା।ହେଲେ ଆମ ପାଖରେ ଏତେ ଦୁର୍ନୀତିକୁ ବଖାଣିବାକୁ ସ୍ଥାନ କାହିଁ ଯେ?ମହାଲୁଟରୁ ଭାଗୀ ଦାରରେ ପ୍ରମୁଖ ଭାଗରେ ଅଛନ୍ତି ସରକାରୀ ବାବୁମାନେ,ସ୍ଥାନୀୟ ଲୋକ ପ୍ରତିନିଧି,କେତେକ ଗଣ ମାଧ୍ୟମ ପ୍ରତିନିଧି ସର୍ବୋପରି ନିଜେ ହିତାଧିକାରୀ।ରାଜ୍ୟର ଭିଜିଲାନ୍ସ ବିଭାଗ ଭୂମିକା ହାଟରେ ପଡ଼ି ଦାଣ୍ଡରେ ଗଡୁୁଛି।କଥା ଅଛି କି ସବୁ ଚୋର ଯାକ କେଦାରେଶ୍ୱରରେ ରୁଣ୍ଡ।ତେବେ ଯୋଜନା ନାମକୁ ବଦଳାଇ ଦେବା ବରଂ ଭଲ।ନଚେତ୍ ଲୁଚିଛି ନା ଗୋଡ ଦିଟା ଦିଶୁଛି।


