
ସମ୍ବର୍ଦ୍ଧନା ଆଗରୁ ସେଇ ମଂଚରେ ହେଲା ଶୋକ ସଭା !
ଜୀବନ ଓ ମ୍ରୁତ୍ୟୁ ଭିତରେ ମ୍ରୁତ୍ୟୁ ହିଁ ଏକାନ୍ତ ସତ୍ୟ।କିଏ ଜାଣେ କେତେବେଳେ କାହାର ମ୍ରୁତ୍ୟୁ କାଳଉପସ୍ଥିତ ହୋଇଯିବ ? ଦେବୀ ଓ କନ୍ଦଳ ନଦୀ ପରିବେଷ୍ଟିତ ଦ୍ୱୀପାଚଂଳ ପୋସ୍ତଳ ପଂଚାୟତରେ ପ୍ରଥମକରି ଆୟୋଜିତ ହୋଇଥିଲା ୫ଦିନ ବ୍ୟାପୀ ପଂଚାୟତ ମହୋତ୍ସବ।ଆଜି ଏହାର ଥିଲା ଉଦଘାଟନ ଦିବସ।ଜଗତସିଂହପୁର ଲୋକସଭା ଆସନର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଥିଲେ ମୁଖ୍ୟ ଅତିଥି। ତାଂକ ହାତରେ ସମ୍ବର୍ଦ୍ଧିତ ହେବାକୁ ପ୍ରାୟ ୧୨ ଜଣ ଅବସର ପ୍ରାପ୍ତ ଶିକ୍ଷକ ଥିଲେ ତନ୍ମଧ୍ୟରେ ଥିଲେ ସ୍ୱର୍ଗତ ଶିକ୍ଷକ ଲକ୍ଷ୍ମଣ ସାମନ୍ତରାୟ ନାମକ ଜଣେ ଆଦର୍ଶ ଶିକ୍ଷକ ତାଲିକା,ମାନପତ୍ର,ଉତ୍ତରୀୟ ଆଦି ସବୁ ପ୍ରସ୍ତୁତ ହୋଇସାରିଥିଲା।ମାତ୍ର ହଠାତ ଖବର ଆସିଲା ହ୍ରୁଦଘାତରେ ଲକ୍ଷ୍ମଣ ସାର୍ ପରପାରିକୁ ଚାଲିଗଲେ !ଉତ୍ସବର ମୁଖ୍ୟଅତିଥିକୁଂ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଗୋଟିଏ ପଟେ ବାଜାବାଣ ରୋଷଣୀର ଆୟୋଜନ ଚାଲିଥିବାବେଳେ ଲକ୍ଷ୍ମଣ ସାର କଂ ଶବ ଶୋଭାଯାତ୍ରାର ସଂକୀର୍ତ୍ତନ ମଣ୍ଡଳୀ ପ୍ରସ୍ତୁତି ଚାଲିଥିଲା।ଏପରି ଦୁଃଖଦ ଘଟଣା ପାଇଁ ମହୋତ୍ସବ ମଂଚରେ ୧ମିନିଟର ନୀରବ ପ୍ରାର୍ଥନା ଅତିଥିମାନେ କରିଥିଲେ