ଦୁର୍ନିତି

ସରକାରୀ କ୍ୱାର୍ଟର ଜବର ଦଖଲରେ ଚାଲିଛି ଏ.ସି !!

Spread the love

କଣ୍ଟାପଡ଼ା,୫/୫(ନି.ପ୍ର) କଟକ ଗ୍ରାମାଞ୍ଚଳ ଜିଲ୍ଲା,ଅନ୍ତର୍ଗତ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିରୁଦ୍ଧରେ ବ୍ୟାପକ ଅନିୟିତତାର ଅଭିଯୋଗ ଉଠିଛି। ଅଭିଯୋଗ ଅନୁଯାୟୀ, ଜନୈକ କର୍ମଚାରୀ ସରକାରୀ କ୍ୱାର୍ଟର ପାଇବାକୁ ହକଦାର ନ ଥିବା ବେଳେ ସେ ଏକ କ୍ୱାର୍ଟରକୁ ଜବରଦଖଲ କରି ସେଥିରେ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁଛନ୍ତି। ବିଦ୍ୟୁତ୍ ସଂଯୋଗ କାହା ନାମରେ ନେଇ ଏଭଳି ଏ.ସି ବ୍ୟବହାର କରାଯାଉଛି ସେ ସମ୍ପର୍କରେ ଜାଣିବାକୁ ସ୍ବାସ୍ଥ୍ୟ କେନ୍ଦ୍ର ଭାର ପ୍ରାପ୍ତ ଅଧିକାରୀ ଡାକ୍ତର ଭରତ ଚନ୍ଦ୍ର ମହାପାତ୍ରଙ୍କୁ ମୋବାଇଲ ଫୋନ୍ ନମ୍ବର 9938463528 ରେ ଯୋଗାଯୋଗ କରାଯାଇ ଥିଲା।ସେ ଫୋନ୍ ଉଠାଇଥିଲେ,ମାତ୍ର ରେକର୍ଡ ଦେଖିଲେ କହିବେ ବୋଲି କହିଥିଲେ। ପରବର୍ତ୍ତୀ ଯୋଗାଯୋଗ ସେ ଆଉ ମୋବାଇଲ ଉଠାଇ ନ ଥିଲେ କିମ୍ବା ଏ ସମ୍ପର୍କିତ ତଥ୍ୟ ନିଜ ଆଡୁ ପ୍ରଦାନ କରି ନାହାନ୍ତି।ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିରୁଦ୍ଧରେ ଆଉ ମଧ୍ୟ ସଙ୍ଗୀନ ଅଭିଯୋଗ ହୋଇଛି ଯେ, ସରକାରଙ୍କ ସ୍ବାସ୍ଥ୍ୟ ମିଶନ ଅଧୀନରେ ରୋଗୀ କଲ୍ୟାଣ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇ ଗୋଟିଏ ଛୁଞ୍ଚି କିଣାର ଦାମ୍ ୯୬୨ ଟଙ୍କା,ତେଥିସ୍କୋପ ଯନ୍ତ କିଣା ୭୦୦-୮୦୦ ଟଙ୍କା ସ୍ଥଳେ,କୁଆଡେ ୪/୫ ହଜାର ଟଙ୍କା ଦାମ୍ ପକାଯାଇ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଛି।ସେହିପରି ବିଭିନ୍ନ କେନ୍ଦ୍ରର ସାମଗ୍ରୀ କିଣା ଅନୁଦାନକୁ ନେଇଯାଇ,ସାମଗ୍ରୀ କିଣି ରସିଦ ଯୋଗାଇ ଦିଆ ଯାଇଛି,ସାଦା କାଗଜରେ କର୍ମୀ ମାନଙ୍କ ଠାରୁ ସ୍ୱାକ୍ଷର କରାଇ ନେଇ ସେଥିରେ ମନ ଇଚ୍ଛା,ସୁବିଧା ଅନୁଯାୟୀ ଲେଖା ଯାଇଛି,ଗାଁ କଲ୍ୟାଣ ସମିତି ଅର୍ଥ,ରୋଗୀଙ୍କ ଖାଦ୍ୟ, ଗସ୍ତଖର୍ଚ୍ଚ,ବାବଦରେ ବହୁ ଦୁର୍ନୀତି ହେଉ ଥିଲେ ହେଁ ଦେଖିବାକୁ କେହି ନାହିଁ।।ଜନସାଧାରଣଙ୍କ ସ୍ବାସ୍ଥ୍ୟ ନିମନ୍ତେ ସରକାର ବ୍ୟାପକ ଅନୁଦାନ ଯୋଗାଉଥିବା ସତ୍ତ୍ବେ ତାହା ଏଠାରେ ବ୍ୟାପକ ବାଟମାରଣାରେ ଯାଉଛି।ସ୍ବାସ୍ଥ୍ୟକେନ୍ଦ୍ରର ମୋଟ କ୍ୱାର୍ଟର ସଂଖ୍ୟା କେତେ?ଆଲଟମେଣ୍ଟ କାହା କାହା ନାମରେ ହୋଇଛି?ବିଜୁଳି ବିଲ କାହା କାହା ଦରମାରୁ କଟୁଛି?ଗତ କୋଭୀଡ ମୁକାବିଲା ନିମନ୍ତେ ମୋଟ କେତେ ଟଙ୍କାର ଅନୁଦାନ ସରକାର ଯୋଗାଇଥିଲେ?ତାହାର ବିନିଯୋଗ କେଉଁ ଭଳି ଭାବରେ ହୋଇଛି?କେଉଁ କେଉଁ ସାମଗ୍ରୀ କେତେ ଦରରେ କେଉଁ ଠାରୁ କିଣା ଯାଇଛି?ଟେଣ୍ଡର ନା କୋଟେଶନରେ କିଣା ଯାଇଛି?କେଉଁ କେଉଁ ଫାର୍ମ ପ୍ରତିଯୋଗିତାରେ ଭାଗ ନେଇଥିଲେ?ସ୍ବାସ୍ଥ୍ୟକେନ୍ଦ୍ର କ୍ରୟ କମିଟିରେ କେଉଁ ମାନେ ଥିଲେ?କିଣା ଯାଇଥିବା ସାମଗ୍ରୀ ସବୁ କ୍ରୟ କମିଟି ପ୍ରସ୍ତାବ ଓ ଅନୁମୋଦନ କ୍ରମେ ହୋଇଛି କି ନା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବୀ ହୋଇଛି।ସୂଚନାଅଧିକାର ଆଇନରେ ମଗାଯାଇଥିବା ଏହି ସବୁ ତଥ୍ୟ ର ଉତ୍ତର ଯଥା ଶୀଘ୍ର ଯୋଗାଇ ଦିଆ ନ ଗଲେ ଉକ୍ତ ଦୁର୍ନୀତି ସମ୍ପର୍କରେ ଲୋକାୟୁକ୍ତ ଙ୍କ ନିକଟରେ ମାମଲା ରୁଜୁ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରୋଗୀମାନଙ୍କୁ ଜେନେରିକ ବା ଜନ ଔଷଧି ଲେଖିବାକୁ ସରକାରଙ୍କ ନିର୍ଦ୍ଦେଶନାମା ଥିବାବେଳେ କେତେକ ଓଷଧ ଦୋକାନୀଙ୍କ ଠାରୁ କମିଶନ ନେଇ ପୂର୍ବ ଭଳି ସେମାନଙ୍କ ଓଷଦ ଲେଖୁଛନ୍ତି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]