
ସରକାରୀ ଶିକ୍ଷାନୁଷ୍ଠାନ ନା ମରଣ ଯନ୍ତା ??

କଟକ ଗ୍ରାମାଞ୍ଚଳ(ନି.ପ୍ର)ନିଜର ହକ ଆଦାୟ ଲାଗି ରାଜରାସ୍ତାରେ ଆନ୍ଦୋଳନ,ମାଣବସା ଲକ୍ଷ୍ମୀପୂଜା ଆହୁରି କେତେ କଣ…!!!ସବୁ କରି ରାଜ୍ୟ ସରକାରଙ୍କୁ ହରଡ ଘଣାରେ ପକାଇ ଆସୁଥିବା ଶିକ୍ଷକ,ଶିକ୍ଷୟତ୍ରୀ ମାନେ କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି,ସେମାନଙ୍କ ଅଭିବାବକ ମାନଙ୍କ ସ୍ବାର୍ଥ ସୁରକ୍ଷା ପ୍ରତି କେତେ ସଚେ ତନ?ନା ଯେଉଁ ଛାତ୍ରଛାତ୍ରୀଗଣ ଶିକ୍ଷାନୁଷ୍ଠାନ ଗୁଡିକର ମୂଳପୁଞ୍ଜି ସେମାନଙ୍କ କଥା ଭୁଲିଯାଇ କେବଳ ନିଜର ଓ ନିଜ ପରିବାରର ପେଟ ପୋଷିବାକୁ ଆଜି ମାଧିଆ ଯୋ ଗୀ ସାଜିଥିବାଙ୍କୁ ବର୍ତ୍ତମାନ ସମାଜରେ ଆଦର୍ଶଗୁରୁ ଆ ଖ୍ୟା ଦିଆଯାଇ ପାରିବ ତାହାର ବିଚାର ଏବେ ସନ୍ଦିକ୍ଷଣ ମୁହୂର୍ତ୍ତରେ ଉପନୀତ।ମିଳିଥିବା ତଥ୍ୟ ସୁଚନା ଅନୁଯାୟୀ, କଟକଜିଲ୍ଲା,କଣ୍ଟାପଡ଼ାବ୍ଲକ ଅନ୍ତର୍ଗତ,ସାଇଲୋଝାରପଡ଼ା ଗ୍ରାମ ପଞ୍ଚାୟତର ଚଉପଡ଼ା ଗ୍ରାମ ନିମନ୍ତେ ଜଳଜୀବନ ମିଶନ ଯୋଜନାରେ ନିରାପଦ ପାନୀୟଜଳ ଯୋଗାଣ ନିମନ୍ତେ ପ୍ରାୟ ଦେଢ଼କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋ ଇଥିଲା,ମାତ୍ର ସରକାର ଦେଇଥିବା କ୍ଷମତାର ଅପବ୍ୟବ ହାର କରି ସ୍ଥାନୀୟ ସରପଞ୍ଚ ତଞ୍ଚକତାପୂର୍ଣ୍ଣ ଉପାୟରେ ନିଜ ଗ୍ରାମ କମାରସାହିର ନିଜ ଘରପାଖ ବିଦ୍ୟାଳୟ ପରିସରକୁ ନେଇ ଯାଇଥିବାରୁ ଏହା ବିରୁଦ୍ଧରେ ମାମଲା ଏବେ ମାନ୍ୟବର କୋର୍ଟଙ୍କ ବିଚାରାଧିନ ରହିଛି ଓ ଆସ ନ୍ତା ମାସରେ ଏହାର ପ୍ରାଥମିକ ଶୁଣାଣି ଆରମ୍ଭ ହେବାକୁ ଯାଉଛି,ଯହିଁରେ ବିଦ୍ୟାଳୟର ଉକ୍ତ ପ୍ରଧାନ ଶିକ୍ଷୟତ୍ରୀ ପକ୍ଷଭୁକ୍ତ ଅଛନ୍ତି,ସେ ବିଗତ ୨୩ବର୍ଷ ଧରି ସେହି ଏକା ବିଦ୍ୟାଳୟରେ,ଗୋଟିଏ ସ୍ଥାନରେ ଶିକ୍ଷୟତ୍ରୀ ରହିବା ସହ ସେଠାରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ମଧ୍ୟ ପଦୋନ୍ନତି ପାଇଛନ୍ତି।ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ବିନା ଆପ ତ୍ତି ଯୋଗୁ ବିଦ୍ୟାଳୟ ପ୍ରାଚୀରକୁ ଲାଗି ଉଚ୍ଚଶକ୍ତି ୧୧କେ ଭି ବିଦ୍ୟୁତ୍ ଲାଇନ୍ ଅନ୍ୟ ଏକ ଗ୍ରାମକୁ ସଂଯୋଗ ହୋଇ ଛି।ବିଦ୍ୟାଳୟ ପରିସରରେ ଜଳଜୀବ ନ ମିଶନର ସୁ-ଉଚ୍ଚ ପାଣିଟାଙ୍କି ନିର୍ମାଣରୁ ଅଚାନକ ବଜ୍ରପାତକୁ ନିମ ନ୍ତ୍ରଣ କରାଯାଇଛି।ଏବେ ଏହି ବିଦ୍ୟାଳୟ ସମୂହର ଅଂଶ ବିଶେଷ (ନୋଡାଲ)ବୋଲି କୁହାଯାଉଥିବା ପୂର୍ବର ଗୋ ପୀନାଥ ମଧ୍ୟଇଂରାଜୀ ବିଦ୍ୟାଳୟକୁ ଥିବା ଏକ ଲଣ୍ଡା ବାଡା ନଥିବା କେନାଲସେତୁ ଯାହାକି ଏକ ମରଣଯନ୍ତା ପାଲଟିଛି ଓ ପୂର୍ବରୁ ଅନ୍ୟ ବିଦ୍ୟାଳୟର ତତ୍କାଳିନ ଜଣେ ଆଦର୍ଶ ପ୍ରଧାନଶିକ୍ଷକ ବାଇକ୍ ସହ କେନାଲକୁ ଖସିପଡ଼ି ଚେତା ହରାଇଥିଲେ,ସ୍ଥାନୀୟ ଲୋକଙ୍କ ଯୋଗୁ ଅଳ୍ପରେ ବଞ୍ଚିଗଲେ।ଉକ୍ତ କେନାଲସେତୁ ମୁଣ୍ଡକୁ ଲାଗି,ଫାଟକ ପାଖରେ ଜଳଜୀବନ ମିଶନ ପାଣିଟାଙ୍କିର ବର୍ଜ୍ୟବସ୍ତୁ, ଗ୍ରେ ୱାଟର ଆଦି ନିମନ୍ତେ ଏକ ଗଭୀର ସୋକପିଟ ଟାଙ୍କି ନିର୍ମାଣ କରାଯାଇଛି।ଯଦିଓ ସମ୍ପୃକ୍ତ ସ୍ଥଳଟି କେନାଲବନ୍ଧ ଅଟେ,ତଥାପି ବିଦ୍ୟାଳୟ ଫାଟକ ପାଖକୁ ଲାଗିଥିବାରୁ ଏପରି ଅନୁମତି ଦେଲା କିଏ ବୋଲି ପ୍ରଶ୍ନ ଉଠିଛି।ଏଥି ନେଇ ଝାରପଡ଼ା ଜଳସମ୍ପଦ ବିଭାଗ କେନାଲବନ୍ଧ କିପ ରି ମେଣ୍ଟେନାନସ କରିବ ବୋଲି କନିଷ୍ଠଯନ୍ତ୍ରୀ ଶଙ୍କର ଦଳେଇଙ୍କୁ ପଚାରିବାରୁ ସେ ଘଟଣାସ୍ଥଳ ପରିଦର୍ଶନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ,ଆସନ୍ତାକାଲି ଏହାକୁ ଭଙ୍ଗା ନଗଲେ ସେ ଗୋବିନ୍ଦପୁର ଥାନାରେ ଆସନ୍ତା କାଲି ଜଳଜୀବନମିଶନ ଠିକାଦାରଙ୍କ ନାମରେ ଲିଖିତ ଅଭି ଯୋଗ କରିବେ ବୋଲି ଉତ୍ତର ମିଳିଛି।