ଅଂଚଳ ଖବର

ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

Spread the love

କଣ୍ଟାପଡା୨୪।୮(ନି.ପ୍ର)- କୂଳବ୍ରାହ୍ମଣସାଇଲୋସ୍ଥିତ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ବାର୍ଷିକ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସୁଧାକର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ।ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଶ୍ରୀ ଚନ୍ଦ୍ରମଣି ପଣ୍ଡା ସଭାପତିତ୍ୱ କରିଥିଲେ‍। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀମତି ପ୍ରଭାତୀପାତ୍ର ଅତିଥିମାନକଂ ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।ଛାତ୍ର,ଛାତ୍ରୀକଂ ଦ୍ୱାରା ମୋଟ୍ ୬୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଦୁଇଜଣ ବିଶିଷ୍ଟ ବିଚାରକ ମଣ୍ଡଳୀରେ ଅଵସର ପ୍ରାପ୍ତ ପ୍ରଧାନଶିକ୍ଷକ ସର୍ବଶ୍ରୀ ଶିବଲାଭ ଜେନା ଓ ସୁଧାକର ସ୍ୱାଇଁ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ। ପ୍ରତିବିଭାଗରୁ ପ୍ରଥମ, ଦ୍ୱିତୀୟ ଓ ତ୍ରୁତୀୟ କ୍ରମେ ମୋଟ୍ ୯ଗୋଟି ବିଭାଗରୁ ୨୭ଜଣ କ୍ରୁତୀ ଛାତ୍ର,ଛାତ୍ରୀ ବିବେଚିତ ହୋଇଥିଲେ।ଅନୁଷ୍ଠାନର ଆଚାର୍ଯ୍ୟ ଶ୍ରୀ ପ୍ରମୋଦ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।ପରିଚାଳନା କମିଟୀର କର୍ମକର୍ତ୍ତା,ଅଭିବାବକ,ଗୁରୁଜୀ, ଗୁରୁ ମା’ ଓ ସେବିକାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]