
ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବାର୍ଷିକଉତ୍ସବ ପାଳିତ
ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, କୁଳବ୍ରାହ୍ମଣ ସାଇଲୋ ର ୯ମ ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଆୟକର କମିଶନର ଆରତ ବନ୍ଧୁ ପାତ୍ର, ମୁଖ୍ୟବକ୍ତା ନ୍ରୁସିହଂ ପଣ୍ଡା, ଭାରତୀୟ ସଂସ୍କ୍ରୁତି ପ୍ରଚାର ସମିତି ସଂପାଦକ , ସମ୍ମାନିତଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଂପର୍କ ପ୍ରମୁଖ ଲଳିତେନ୍ଧୁ କାନୁନ ଗୋ, ପରିଚାଳନା କମିଟୀ ସଭାପତି ଚନ୍ଦ୍ରମଣି ପଣ୍ଡା , ସଂପାଦକ ପଦ୍ମନାଭ ମହାନ୍ତି , ପ୍ରଧାନ ଆଚାର୍ଯ୍ୟା ପ୍ରଭାତୀ ପରିଡା, ଧରଣୀଧର ଶତପଥୀ, ଯୁଗ୍ମ ସଂପାଦକ ବିଶ୍ୱମ୍ବର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ । ପୂର୍ବତନ ସଂପାଦକ ଦିଗମ୍ବର ଜେନା ସଭାପତିତ୍ୱ କରିଥିଲେ। ଶିକ୍ଷକ ଶିବଲାଭ ଜେନା ଅତିଥି ପରିଚୟ ଦେଇଥିଲେ।
ଉତ୍ସବ ଆରମ୍ଭରେ ସ୍ୱାଗତ ସଂମ୍ବର୍ଦ୍ଧନା , ପ୍ରଦୀପ ପ୍ରଜ୍ୱଳନ,ବନ୍ଦନା ,ଅତିଥିମାନକଂଆସନ ଗ୍ରହଣ ,ସ୍ୱାଗତ ସଂଗୀତ,ସଭାକାର୍ଯ୍ୟଆରମ୍ଭ,ଅତିଥିପରିଚୟ, ବାର୍ଷିକ ବିବରଣୀ ପାଠ,ନିମନ୍ତ୍ରୀତ ଅତିଥି, ସମ୍ମାନିତଅତିଥି,ମୁଖ୍ୟବକ୍ତା,ମୁଖ୍ୟଅତିଥି , ସଭାପତିକଂ ଅଭିଭାଷଣ ପରେ ଧନ୍ୟବାଦ ଅର୍ପଣ ଓ ବନ୍ଦେମାତରଂ ଗାନକରାଯାଇଥିଲା । ଶିଷ୍ୟ ଶିଷ୍ୟା ମାନକଂ ଦ୍ୱାରା ଚିତ୍ତାକର୍ଷକ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
ବିଭିନ୍ନ ସ୍ତରରେ କ୍ରୁତିତ୍ୱ ମଧ୍ୟରେ ପଠାଣିସାମନ୍ତ ଗଣିତ ମେଧାବ୍ରୁତ୍ତି ପରୀକ୍ଷାରେ ଛାତ୍ରୀ ସ୍ନେହା ପଟନାୟକ ,ତ୍ରୁତୀୟ ଶ୍ରେଣୀ ବ୍ରୁତ୍ତିପରୀକ୍ଷାରେ ଅର୍ଚ୍ଚନାପାତ୍ର ବ୍ରୁତ୍ତି ପାଇବାକୁ ଯୋଗ୍ୟା ବିବେଚିତା ହୋଇଛନ୍ତି।ସଂକୁଳ ସ୍ତରୀୟ ବିଜ୍ଞାନ ମେଳାରେ ଶିଶୁ ବର୍ଗରେ ସୁଶ୍ରୀ ସ୍ୱାଇଁ ପ୍ରଥମ ସ୍ଥାନ, ସଂଭାଗ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳାରେ ପ୍ରତୀକ୍ଷା ପ୍ରିୟ ଦର୍ଶନୀ ତ୍ରୁତୀୟ ସ୍ଥାନ ଅଧିକାର କରିଛନ୍ତି ।




