
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୂଳବ୍ରାହ୍ମଣସାଇଲୋ: ଜନ୍ମାଷ୍ଟମୀ ପର୍ବ ପାଳିତ
କଣ୍ଟାପଡା ୨୩।୮(ନି.ପ୍ର) କଣ୍ଟାପଡା ବ୍ଲକ୍ କୂଳବ୍ରାହ୍ମଣସାଇଲୋ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଆଜି ପୂର୍ବାହ୍ନରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଶିଷ୍ୟ, ଶିଷ୍ୟା ମାନେ ଶ୍ରୀ କ୍ରୁଷ୍ଣ ଓ ଶ୍ରୀ ରାଧାକଂ କମନୀୟ ବେଶ ପରିପାଟୀ ରେ ନିଜକୁ ସଜ୍ଜିତ କରିଥିଲେ ।ଏଥିରେ ସେମାନକୁଂ ବିଦ୍ୟାଳୟର ଆଚାର୍ଯ୍ୟ,ଆଚାର୍ଯ୍ୟା ମାନେ ସହାୟତା କରିଥିଲେ। ବିଦ୍ୟାଳୟ ପରିସର ରେ ଏକ ସଭାର ଆୟୋଜନ ହୋଇଥିଲା। ମଂଚରେ ପ୍ରଭୁ କଂ କାନ୍ତ କମନୀୟ ତୈଳଚିତ୍ର ଶୋଭା ପାଉଥିଲା । ପୁଷ୍ପ, ଧୂପ, ଦୀପ ଆଦି ଭକ୍ତି ନୈବେଦ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ଆଚାର୍ଯ୍ୟ,ଆଚାର୍ଯ୍ୟା ମାନେ ଆଜିଏହି ପୁଣ୍ୟ ଦିବସର ଗୁରୁତ୍ୱ ଓ ତାତ୍ପର୍ଯ୍ୟ ସଂପର୍କରେ ଶିଷ୍ୟ,ଶିଷ୍ୟା ମାନକୁଂ ବକ୍ତବ୍ୟ ରଖିଥିଲେ।ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟା ଶ୍ରୀମତି ପ୍ରଭାତୀ ପାତ୍ର ବିସ୍ତ୍ରୁତ ଭାବେ ଆର୍ଯ୍ୟ ଭୂମିର ମହାନ ସଂସ୍କ୍ରୁତି ଓ ପରମ୍ପରା ର ଆକର୍ଷଣ ନେଇ ନିଜର ସୁ ଚିନ୍ତିତ ବକ୍ତବ୍ୟ ରଖିଥିଲେ।