ଦୁର୍ନିତି

ସାଂପ୍ରଦାୟୀକ ଭେଦଭାବ ଉଦ୍ଦେଶ୍ୟରେ ଗୋ-ମାଂସ ଫିଂଗା:ନିଆଳିରେ ଉତ୍ତେଜନା

Spread the love

ନିଆଳି ୧୮।୯ (ନି.ପ୍ର)ସାଂପ୍ରଦାୟୀକ ଭେଦଭାବ ସ୍ରୁଷ୍ଟି ଲକ୍ଷ୍ୟରେ କେହି ଦୁର୍ବ୍ରୁତ୍ତ ଗତକାଲି ବିଳମ୍ବିତ ରାତ୍ରୀରେ ନିଆଳି ଥାନା ଅଲଣା ପଂଚାୟତ ଅଥଂଗା ଗ୍ରାମର ବିଷ୍ଣୁ ଚରଣ ସ୍ୱାଇଁକଂ ପାନଦୋକାନ ସାମ୍ନାରେ ଏକ ବାଛୁରୀକୁ ଖଣ୍ଡ ଖଣ୍ଡ କରି କାଟି ଏହାର ମାଂସକୁ ରଖିବା ସହିତ ଅଥଂଗା -ଅଲଣା ରାସ୍ତା ଉପରେ ବିଭିନ୍ନ ସ୍ଥାନରେ ପକାଇବା ଘଟଣା ସ୍ଥାନୀୟ ଅଂଚଳରେ ଉତ୍ତେଜନା ସ୍ରୁଷ୍ଟି କରିଥିଲା। ସକାଳ ପ୍ରାୟ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଏପରି ପଡିଥିବା ମାଂସ ଖଣ୍ଡ ଗୁଡିକୁ କେହି ଉଠାଇ ନ ଥିଲେ କିମ୍ବାଉକ୍ତକାର୍ଯ୍ୟ ନିମନ୍ତେ ନିଜକୁ କେହି ଦାୟୀ କରି ନ ଥିଲେ । ୧୦ଟା ବେଳକୁ ୨୦୦ ରୁ ଉର୍ଦ୍ଧ୍ୱ ଲୋକେ ଏହାର ପ୍ରତିବାଦ ସ୍ୱରୂପ ଅଥଂଗା -ଅଲଣା ରାସ୍ତାକୁ ଅବରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ପଦକ୍ଷେପ ବିଳମ୍ବିତ ହେଉଥିବାଦେଖି ଉତ୍ତେଜିତ ଲୋକେ ନି ଆଳି – କାକଟପୁର ମୁଖ୍ୟରାସ୍ତାରଅଲଣା ଛକ ନିକଟରେ ଅବରୋଧ କରିବାକୁ ଏକଜୁଟ ହୋଇଯାଇଥିଲେ। ରାସ୍ତାଉପରେ ନିଆଁଜାଳିଥିଲେ ତେବେ ପ୍ରଶାସନ ସଜାଗ ହୋଇଯାଇଥିଲା । ଗୋମାଂସ ବ୍ୟବସାୟ ଓ ମାଂସ ଚାଲାଣ କରୁଥିବା ଜଣେ ସ୍ଥାନୀୟ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିକୁଂ ପୁଲିସ ନି ଆଳି ଥାନାରେ ଅଟକ ରଖିବାସହ ମାଂସ ପ୍ୟାକିଂ ପାଇଁ ଏକ ମିନିଟ୍ରକ ସହ ଅଣାଯାଇଥିବା ବରଫକୁ ବି ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଚଳାଇଥିଲା । ପ୍ରଶାସନ ପକ୍ଷରୁ କଟକ ଜିଲ୍ଲା ଏସ.ପି ଶ୍ରୀରାଧାବିନୋଦପାଣିଗ୍ରାହୀ,କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର,ସଦରଉପଖଣ୍ଡ ପୁଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା,ନିଆଳି ବ୍ଲକ ବି.ଡି.ଓ ଅଶୋକ କୁମାର ଲେଂକା, ନିଆଳି ତହସିଲଦାର ରଂଜନ କୁମାର ଜେନା, ନିଆଳି ଥାନା ଭାରପ୍ରାପ୍ତ ନିରୀକ୍ଷକ ବିଜୟ କୁମାର ମଲ୍ଲୀକ ପ୍ରମୁଖ ପହଂଚିଥିଲେ ଘଟଣାର ସମାଧାନ ନିମନ୍ତେ ଅଲଣା ପଂଚାୟତ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା ।ଏଥିରେ ନିଷ୍ପତ୍ତି ହୋଇଥିଲା ଯେ ଆଉ ଏଭଲି କାର୍ଯ୍ୟ ର ଯେପରି ପୁନରାବ୍ରୁତ୍ତି ନ ଘଟିବ ସେଥିନେଇ ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ ଯେ ଏଠାରେ ଠିକ ଦୁଇ ବର୍ଷ ତଳେ ଅନୁରୂପ ଘଟଣା ଘଟିଥିଲା ଓ ପ୍ରଶାସନ ମଧ୍ୟ ସମାନ ଢଂଗରେ ସେତେବେଳେଏପରି ପ୍ରତିଶ୍ରୁତି ଦେଇ ସମାଧାନ କରିଥିଲା। ତେଣୁ ଆଜିର ସମାଧାନ କେତେଦିନ ଯିବ ତାହା ହିଁ ଏଠାରେ ମୁଖ୍ୟ ପ୍ରଶ୍ନବାଚୀ ହୋଇଛି ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]