
ସାଇଲୋ-ସାଇବିରି ବାଲିଯାତ୍ରାର ଉଦଯାପନୀ ସମାରୋହ
ସଂସ୍କ୍ରୁତି ଓ ପରମ୍ପରାକୁ ନେଇ ଜାତି ହୁଏ ସମ୍ରୁଦ୍ଧ ତନ୍ମଧ୍ୟରୁ କାର୍ତ୍ତୀକ ପୂର୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ବର୍ଷ ଭିତରେ ଥାଏ ବହୁପ୍ରତୀକ୍ଷିତ।କଟକ ଓ ଜଗତସିଂହପୁର ଦୁଇଟି ଜିଲ୍ଲାର ଉପାନ୍ତ ମଧ୍ୟସ୍ଥଳ ଭାବେ ପରିଗଣିତ ଦେବୀ ଓ କନ୍ଦଳ ନଦୀର ବିଭାଜନ ସ୍ଥଳରେ ନଦୀ ପଠାରେ ଡାଃ ବ୍ରଜନାଥ ମହାପାତ୍ରକଂ ଉଦ୍ୟମ କ୍ରମେ ଆରଭ ହୋଇଥିବା ସାଇଲୋ-ସାଇବିରି ବାଲିଯାତ୍ରା ମହୋତ୍ସବକୁ ୭ ବର୍ଷ ପୁରିଲା । ଆଜିଥିଲା ଚଳିତ ବର୍ଷ ଉତ୍ସବର ଉଦଯାପନୀ ସଂଧ୍ୟା । ମଂଚରେ ଥିଲେ କଣ୍ଟାପଡା ବ୍ଲକ ଅଧ୍ୟକ୍ଷା
ସ୍ମିତାରାଣୀ ସ୍ୱାଇଁ, ଉପାଧ୍ୟକ୍ଷ ସୁଦର୍ଶନ ରାଉତରାୟ, ,କଣ୍ଟାପଡା ବ୍ଲକ ଆତ୍ମା ଅଧ୍ୟକ୍ଷ ନକୁଳରାଉତ,ବିରିଡି ବ୍ଲକ ସାଂସଦକଂ ପ୍ରତିନିଧି ଗୟାଧର ମହାନ୍ତି,ସାଇଲୋ ଝାରପଡା ପଂଚାୟତ ସରପଂଚ ସୁବାସ ଚନ୍ଦ୍ର ବିଶ୍ୱାଳ ,ସମିତି ସଦସ୍ୟା ପ୍ରଗତି ଦଳ ବେହେରା,ବାଲିଯାତ୍ରା କମିଟୀର ସଭାପତି ସନାତନ ପରିଡା ,ଗୋବିନ୍ଦପୁର ପଂଚାୟତ ସମିତି ସଭ୍ୟ ଜ୍ଞାନପୂର୍ଣ ବେହେରା ପ୍ରମୁଖ । ପ୍ରତିଷ୍ଠାତା ବ୍ରଜନାଥ ମହାପାତ୍ରକଂ ଉଦ୍ୟମକୁ ଅତିଥିମାନେ ଭୂୟସି ପ୍ରଶଂସା କରିଥିଲେ । ଆଗାମୀ ବର୍ଷ ଉତ୍ସବର କଳେବର ବ୍ରୁଦ୍ଧି ନିମନ୍ତେ ଓ ଅଧିକ ସାହାଯ୍ୟ ସହଯୋଗ ଦେବାକୁ ସଂକଳ୍ପ ନିଆଯାଇଥିଲା।ପ୍ରତିଶ୍ରୁତି ମିଳିଥିଲା ଯେ ଆସନ୍ତାବର୍ଷ ଅଧିକ ଆର୍ଥିକ ସହାୟତା ଦିଆଯିବ ଆଲୋକ ବ୍ୟବଥାକୁ ଅଧିକଉନ୍ନତ କରିବାକୁ୧୪ଶ ଅର୍ଥକମିଶନ ଅନୁଦାନରୁ ବ୍ୟାପକ ଅର୍ଥ ଥିବାରୁ ସରପଂଚ ଏହା ଯୋଗାଇପାରିବେ ବୋଲି ଆତ୍ମା ଅଧ୍ୟକ୍ଷ ନକୁଳ ରାଉତ କହିଥିଲେ।ମିଳିଥିବାଦାନର ହିସାବ ମଂଚରେ ପାଠକରାଯାଇଥିଲା । ଶେଷରେ କମିଟି ସଭାପତି ସନାତନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।କମାରସାହି ଗ୍ରାମର ଶିବାନୀ କଳାପରିଷଦ ପକ୍ଷରୁ ମନଛୁଆଁ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ପ୍ରାୟ୫ହଜାରରୁ ଉର୍ଦ୍ଧ୍ୱ ଜନସମାଗମ ହୋଇଥିଲା