
ସାମ୍ବାଦିକକୁଂ ହତ୍ୟାଧମକ

କଟକ ଗ୍ରାମାଂଚଳ,୧୨।୬(ସ୍ୱ.ପ୍ର) ଜଣେ ଗଣମାଧ୍ୟମ ପ୍ରତିନିଧିକୁଂ ସର୍ବସାଧାରଣରେ ଖୋଲାଖୋଲି ଭାବେ ହତ୍ୟା ଧମକ ସ୍ଥାନୀୟ ଅଂଚଳରେ ଆଲୋଡନ ସ୍ରୁଷ୍ଟି କରିଛି।ଘଟଣାଟି ଲିଖିତ ଅଭିଯୋଗ ଭାବେ ଗୋବିନ୍ଦପୁର ଥାନାରେ ପହଂଚିଛି।
ପ୍ରାପ୍ତ ସୂଚନା ଅନୁଯାୟୀ,କଟକ ଜିଲ୍ଲା,ଗୋବିନ୍ଦପୁର ଥାନା,ଚଉପଡା ଗ୍ରାମର ଭଗବାନ ଭୋଇ,ପିତା:- ସ୍ୱର୍ଗତଃ ଭଜନୀ ଭୋଇ,ଛାତ୍ର ଜୀବନରୁ ଜଣେ କ୍ରୁତି ଛାତ୍ର ଥିଲେ,ସେ ରେଭେନସା ମହାବିଦ୍ୟାଳୟର ଜଣେ ପୁରାତନ ଛାତ୍ର।ଘର ପରିସ୍ଥିତି ଦ୍ରୁଷ୍ଟିରୁ ଅଂଚଳରେ ଟିଉସନ କରି ଚଳୁଥିଲେ।କଣ୍ଟାପଡା ବ୍ଲକ ନିମନ୍ତେ ସେ ସତ୍ୟାନୁସଂଧାନର କାର୍ଯ୍ୟରତ ପ୍ରତିନିଧି ଅଛନ୍ତି।ସରକାରୀ ଅନୁଦାନରୁ ବିନା ପଲ୍ଲୀସଭାରେ ଗାଁ ରେ ବିଭାଗୀୟ ଭାବେ ଆରମ୍ଭ ହୋଇଥିବା ଦୁଇଟି ଶ୍ମଶାନ କାର୍ଯ୍ୟକୁ ଗ୍ରାମବାସୀ ବିରୋଦ୍ଧ କରିଥିଲେ।ଏଥିନେଇ ଜିଲ୍ଲାପାଳ , ବିଡିଓ ଆଦି ସରକାରୀ ଅଧିକାରୀକୁଂ ଲିଖିତ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେମାନେ ରାଜ୍ୟ ଉଚ୍ଚନ୍ୟାୟାଳୟରେ ରିଟ୍ ଆବେଦନ ନମ୍ବର 7443/2018 ଦାୟର କରିଥିଲେ।ସାଇଲୋ ଝାରପଡା ପଂଚାୟତ ନିର୍ବାହୀ ଅଧିକାରୀ,ବି.ଡି.ଓ କଣ୍ଟାପଡା, ଉପଜିଲ୍ଲାପାଳ କଟକ ସଦର,ଜିଲ୍ଲାପାଳ କଟକ,ରାଜ୍ୟ ପଂଚାୟତରାଜ ବିଭାଗ ପ୍ରମୁଖ ସଚୀବ ପକ୍ଷଥିଲେ।ମାମଲାଟି ବିଚାର ନିମନ୍ତେ ଗ୍ରୁହୀତ ହୋଇଥିଲା,ନିର୍ମାଣ କାର୍ଯ୍ୟ ଉପରେ ଅସ୍ଥାୟୀ ଅନ୍ତରୀଣ ସ୍ଥଗିତାଦ୍ଦେଶ ଜାରୀ ହୋଇଥିଲା।ତେବେ ମଝିରେ ମଝିରେ ସ୍ଥଗିତାଦ୍ଦେଶ ଭାଂଗି ନିର୍ମାଣ କାର୍ଯ୍ୟ ଉଦ୍ୟମ ହେଉଥିବାରୁ ଭଗବାନ ଭୋଇ ଅନ୍ୟତମ ପକ୍ଷ ବ୍ଲକ ପ୍ରଶାସନକୁ ଅଦାଲତ ଅବମାନନା ନୋଟିସ ଦେଉଥିଲେ।ଗତ ମାର୍ଚ୍ଚ ୧୬ତାରିଖ ୨୦୨୦ରେ ସେ ବ୍ଲକ ପ୍ରଶାସନକୁ ରେଜେଷ୍ଟ୍ରୀ ଡାକରେ ଏକ ନୋଟିସ ପଠାଇଥିଲେ ଫଳରେ କାମ ବନ୍ଦ ହୋଇଥିଲା।ଗତ ୩୧ ମେ ମାସରେ ବି.ଡି.ଓ କେ. ଅଶୋକ କୁମାର ଅବସର ନେଇଥିଲେ।ଏହି ମଉକାରେ ପୁଣି କାମ ଆରମ୍ଭ ହେଉଥିବା ବେଳେ ନୂତନ ଅତିରିକ୍ତ ବି.ଡି. ଓ ଭାବେ ରୁବି ତପସ୍ୱିନୀ ଦାସ ଯୋଗ ଦେଇ ଥିଲେ।ଭଗବାନ ଭୋଇ ଗତ ୮.୬.୨୦୨୦ରେ ତାଂକୁ ପୁନର୍ବାର ଏକ ଅଦାଲତ ଅବମାନନା ନୋଟିସ ଦେଇ ଥିଲେ।ଫଳରେ କାମ ବନ୍ଦ ହୋଇଛି।ଏଥିରେ ଊତକ୍ଷୀପ୍ତ ହୋଇ ଯଯାତୀ କେଶରୀ ବିଶ୍ୱାଳକଂ ପୁଅ ଚିକୁନ ଓରଫ ଜଶ୍ମିନ ବିଶ୍ୱାଳ ଗତ ୧୦.୬.୨୦୨୦ରେ ସର୍ବ ସମକ୍ଷରେ ଭଗବାନକୁଂ ” ତୁ କି ସାମ୍ବାଦିକ ହେଇଛୁ,ତୋତେ ମର୍ଡର କରିଦେବି,ଛୋଟଜାତି”ଆଦି…ବୋଲି ଆକ୍ଷେପ କରି ଥିବା ଅଭିଯୋଗରେ ଉଲ୍ଲେଖ ରହିଛି।ଫଳରେ ଗୋବିନ୍ଦପୁର ଥାନାରେ ଭଗବାନ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।ଖବର ଲେଖାହେବା ବେଳ ପର୍ଯ୍ୟନ୍ତ ଥାନାରେ ଏତାଲା ପଂଜିକରଣ ହୋଇ ନ ଥିବା କିମ୍ବା ଅଭିଯୋଗ କାରୀକୁଂ ଏତାଲାର ନକଲ ମିଳି ନ ଥିବା ଜଣା ପଡିଛି।