
ସାମ୍ବାଦିକ ଅର୍ଦ୍ଧେନ୍ଦୁଦାସ ଗିରଫ ଘଟଣା:ସନ୍ଦେହ ଘେରରେ ଓଡ଼ିଶା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା!ଶାସକ ଦଳର ହାତ ବାରିଶି ସାଜିଛି?
ମହାରାଷ୍ଟ୍ରର ଶିବସେନା ନେତା ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ସରକାରର ଦୁର୍ନୀତି ବିରୁଦ୍ଧରେ ଖବର ପରିବେଷଣ କରି ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ କ୍ରୋଧ ଓ ନିର୍ଯ୍ୟାତନାର ଶିକାର ହୋଇ ଥି ଲେ।ତାହା ଏ ଯାବତ୍ ଦେଶବାସୀଙ୍କ ମନରୁ ଲିଭି ନ ଥାଇ ପାରେ।ତାହାର ପ୍ରତିଫଳ ଏବେ ଉଦ୍ଧବ ଭୋଗୁ ଛନ୍ତି।ସମାନ ଘଟଣାରେ ଓଡ଼ିଶାର ଜଣେ ସାମ୍ବାଦିକ ବଡ଼ ଖବର ଓଡିଆ ନିଉଜ ଚାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଭୋଗିବାକୁ ପଡିଛି।ମିଳିଥିବା ସୂଚନା ଅନୁଯାୟୀ,”ବଡ଼ଖବର” ଓଡିଆ ନିଉଜ ଚାନେଲ ନିମନ୍ତେ ଶ୍ରୀ ଦାସ ୨୦୨୦ ମସିହାରେ ଦିଲ୍ଲୀ ସ୍ଥିତ ସଲ୍ୟୁସନ ବ୍ରଡକାଷ୍ଟର ପ୍ରୋପାଇଟର ଗଗନଦୀପ ସିଂହଙ୍କ ସହିତ ଯୋଗାଯୋଗ କରି ଥିଲେ।୧କୋଟି ୪୭ଲକ୍ଷ ଟଙ୍କାର ଆବଶ୍ୟକୀୟ ଯନ୍ତ୍ରାଅଂଶ ନିମନ୍ତେ ଚୁକ୍ତିପତ୍ର ସମ୍ପାଦିତ ହୋଇଥିଲା, ଓ ୧୦ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା।ଅକ୍ଟୋବ ର ୨୧ତାରିଖ,୨୦୨୦ମସିହାରେ ଶ୍ରୀ ସିଂ ସାମଗ୍ରୀ ଡେସପାଚ କରିଥିଲେ।ତେବେ ସାମଗ୍ରୀର ମାନକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଶ୍ରୀ ସିଂ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପ ରାଧ ଶାଖାରେ ଅଭିଯୋଗ କରିଥିଲେ।ଉକ୍ତ ଅଭି ଯୋଗ ଭିତ୍ତିରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଛି।ତେବେ ଭୁଲ ରହିଲା କେଉଁଠି?ଯେଉଁଥିପାଇଁ EOW ଉପରକୁ ଅଙ୍ଗୁଳି ଉଠିଲା!ଯାହା ସାଧାରଣ ପାଠକ ଟିଏ ବର୍ତ୍ତମାନ ସମୟରେ ନିହାତି ଜାଣିବା ଦରକା ର।କଥା ହେଲା,ଗଗନ ଦୀପ ସିଂ ଓ ଅର୍ଦ୍ଧେନ୍ଦୁଙ୍କ ମଧ୍ୟରେ ନିଶ୍ଚୟ ଲିଖିତ ଚୁକ୍ତିନାମାଟିଏ ହୋଇଥିଲା। ଉକ୍ତ ଚୁକ୍ତିନାମାରେ ସର୍ତ୍ତାବଳୀ ସବୁ ଉଲ୍ଲେଖ ଥିଲା।ଯଦି ଉକ୍ତ ସର୍ତ୍ତାବଳୀ (obligations)ରୁ କେହି ଖିଲାପ କରନ୍ତି,ଓହରନ୍ତି ତାହା ଇଣ୍ଡିଆନ cotract Act 1872 ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା କଥା,ଯାହା ଏକ ସିଭିଲ ମାମଲା।ତେଣୁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଗାଇଡଲାଇନ୍ ଅନୁଯା ୟୀ ସିଭିଲ ମାମଲାକୁ କ୍ରିମିନାଲ ରଙ୍ଗ ଦେଇ ପ୍ରସେ ସର ଆବୟୂଜ କରାଯାଇ ପାରିବ ନାହିଁ ଯାହା Cr. P.C section 482ରେ ଖାରଜଯୋଗ୍ୟ ଅଟେ ,ଏହା କଣ ଅର୍ଥନୈତିକ ଅପରାଧ ଶାଖାରେ ଥିବା ବଡ଼ ବଡ଼ ବାବୁ,ବିଭାଗୀୟ ସରକାରୀ ଆଇନ ପରା ମର୍ଶ ଦାତା,ସର୍ବୋପରି ରାଜ୍ୟର ଆଇନ ବିଭାଗ ଅବଗତ ନୁହଁନ୍ତି!ସେହିପରି ସାମ୍ବାଦିକ ଶ୍ରୀ ଦାସଙ୍କ ନାମରେ ଆଗତ ଅନ୍ୟ ଦୁଇ ମାମଲା ଯଥା(୧) ଭୁବନେଶ୍ୱର,ବଡଗଡ ଥାନା,ଟଙ୍କପାଣି ରୋଡ ସ୍ଥିତ ବିଶ୍ୱଜିତ୍ ସାହୁଙ୍କ ଅଭିଯୋଗ ଅନୁଯାୟୀ ଇଣ୍ଟ୍ରା ସିକ୍ସ ଲିଃ ପକ୍ଷରୁ ୨ୟ ମହଲାରେ ୪୨୨୬ ବର୍ଗଫୁଟ ସ୍ଥାନ ଗଣମାଧ୍ୟମ ସଂସ୍ଥାକୁ ଦିଆଯାଇଥିଲା।ଯାହାର ମାନେ ଜିଂ ପାର୍ଟନର ଭାବେ ଶ୍ରୀ ଦାସ ରହିଥିଲେ,ଉକ୍ତ ବାବ ଦ ରେ ମଧ୍ୟ।ଘରଭଡ଼ା,ବିଜୁଳିଦେୟ ଓ ଭଡା ଘରର ମେଣ୍ଟେନାନସ ବାବଦରେ ୫.୮୧ଲକ୍ଷ ଟଙ୍କା ବକେ ୟା ରହିଥିଲା।ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ମଧ୍ୟ ସିଭିଲ ମାମଲା,ଯାହା ଆଇନ ଆଧାର ରେ ଚୁଡାନ୍ତ ଯୋଗ୍ୟ।୩ୟ ଅଭିଯୋଗ କଟକ ସ୍ଥିତ ପୁରୀଘାଟ ଥାନାରେ ନିଶିଥ ଅଗ୍ରୱାଲ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ,ଶ୍ରୀ ଦାସ ୧୧ଲକ୍ଷ ଟଙ୍କାର ଆସବାବପତ୍ର ନେଇଥିଲେ,୪.୪ ଲକ୍ଷ ଟଙ୍କା ଦେଇଥିଲେ,ଅବଶିଷ୍ଟ ପରେ ଦେବାକୁ କହିଥିଲେ ମାତ୍ର ଦେଇ ନ ଥିଲେ।ଏହା ମଧ୍ୟ ଏକ ସିଭିଲ ମାମ ଲା।ସବୁ ଘଟଣାରେ ବ୍ୟବସାୟୀ ମାନେ କଣ ଆଇନ ଜାଣି ନାହାନ୍ତି,ନା ବିନା ଲେଖାରେ ଏତେ ଟଙ୍କାର ସାମଗ୍ରୀ କାରବାର ହୋଇ ଥିଲା କି???ତେଣୁ ଖବ ର ପ୍ରସାରଣରେ କ୍ଷୁବ୍ଧ ରାଜନୈତିକ ଆକ୍ରୋଶ,ପ୍ରତ୍ନ ତାତ୍ବିକ ସର୍ବେକ୍ଷଣ ନିୟମାବଳୀ ଏଡାଇ ୩୨୦୦ କୋଟି ଟଙ୍କାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦ ରେ ଶ୍ରୀ ଦାସ ଓଡ଼ିଶା ସରକାରଙ୍କୁ ଶୀର୍ଷ ଅଦାଲତଙ୍କ କାଠଗଡାରେ ଠିଆ କରିଥିବା ଯୋଗୁ ସରକାରୀ ଚାପରେ କ୍ରାଇମ ବ୍ରାଞ୍ଚ ଅପରାଧ ଶାଖା ନୀତି ନିୟମ ଭୁଲିଥିବା ସର୍ବତ୍ର ଏବେ ଚର୍ଚ୍ଚା ପାଲଟିଛି।
ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିବାକୁ EOW,ODISHAଙ୍କ ଜୁରିସଡ଼ିକ୍ସନ ନ ଥିଲା।କାରବାର,ଚୁକ୍ତିନାମା ଦିଲ୍ଲୀ ରେ ହୋଇଥିଲା।ଗଗନ ଦୀପ ସିଂହ ଦିଲ୍ଲୀରୁ ହିଁ ସାମଗ୍ରୀ ପଠାଇ ଥିଲେ।ତେଣୁ EOW ଗଠନ ବେଳେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ନମ୍ବର ୬୮୮୫/୨୦୧୨ ଏଥି ସହିତ ଆମେ ଦର୍ଷାଇଛୁ।ତାହା ପାଠ କଲେ EOW ସରକାରୀ ଚାପର ବଶବର୍ତ୍ତୀ ହୋଇ ସୀମା ସରହଦ ଭୂଳିଥିବା ସ୍ପଷ୍ଟ ହେଉଛି।।

EOW ଗଠନ ର ଉଦ୍ଦେଶ୍ୟ ଯେ ବାଟବଣା ହୋଇ ଯାଇ ସାରିଛି,ତାହା ଆଉ କାହାକୁ ଅଛପା ନାହିଁ।ଆ ମେ ଏଠାରେ ମାତ୍ର କେତେ ଗୋଟି ନମୁନା ଦର୍ଶାଉ ଛୁ।୧- ୨୦୧୫ ମସିହା,ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ୨ କୋଟି ୬୫ଲକ୍ଷ ଟଙ୍କାର ନେତକୁଣ୍ଡି -ଆଦିକୁ ଣ୍ଡି ନାମକ ଏକ କାଳ୍ପନିକ ରାସ୍ତା ନାମରେ ଟଙ୍କା ଠି କାଦାର,ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ତୋଷରଫ ହେଲା।ବାସ୍ତବରେ ଏମିତି ଏକ ରାସ୍ତା ହିଁ ସେଠାରେ ନାହିଁ କି ନ ଥିଲା ମଧ୍ଯ।ମାମଲା ହାଇକୋର୍ଟ ଗଲା।ମାନ୍ୟବ ର ହାଇକୋର୍ଟ ପଞ୍ଚାୟତରାଜ ସଚିବଙ୍କୁ ତଦନ୍ତ ନି ର୍ଦ୍ଦେଶ ୨୦୧୮ରୁ ଦେଇଛନ୍ତି ମାତ୍ର ଏଯାଏ ନା ତଦନ୍ତ ନା EOW କାର୍ଯ୍ୟାନୁଷ୍ଠାନ ହେଉଛି??(୨) ୨୦୧୫ -୧୬ ମସିହାରେ ଟେଣ୍ଡର ନ ହୋଇ ରାଜ୍ୟର ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ କୋଟି କୋଟି ଟଙ୍କା ଆର୍ଥିକ ବର୍ଷର ଶେଷ ଦିନରେ ଔଷଧ ବେପାରୀ ମାନଙ୍କ ଠାରୁ କିଣାଯିବାକୁ କାହାଙ୍କ ମୌଖିକ ଫୋନ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥି ଲା? ଏହାର ଲିଖିତ ଅଭିଯୋଗକୁ ଆମେ ଏକ ୫ ଜଣିଆ ଟିମ୍ ଇଣ୍ଡିଆନ ଏକ୍ସପ୍ରେସ ପ୍ରତିନିଧି ଅରବିନ୍ଦ ପଣ୍ଡା,ପ୍ରକାଶ ନନ୍ଦ ନକ୍ଷତ୍ର ନିଉଜ ପ୍ରମୁଖ ରାଜ୍ୟ ଭିଜି ଲାନ୍ସ ଡିଜି ଶ୍ରୀ କନୱାର ବିଶାଳ ସିଂ ଙ୍କୁ ଭେଟି ଦେଇ ଥିଲୁ।ତାହାର ତଦନ୍ତ ନା ଭିଜିଲାନ୍ସ ନା EOW ଏଯା ଏ କରି ପାରିଲେନି କାହିଁକି??୩) ଏବେ ନିକଟରେ ନାବାର୍ଡ ଅନୁଦାନରେ କନ୍ଦଳ ନଦୀର ବାବଜା ଠା ରେ ପଥର ପ୍ୟାକିଂ ୬କୋଟି୧୯ଲକ୍ଷ ଟଙ୍କାକୁ ଯନ୍ତ୍ରୀ ଠିକାଦାର ମିଳି ମିଛ କାଗଜରେ ଲୁଟିନେଲେ।ଲିଖି ତ ଅଭିଯୋଗ ଭିଜିଲାନ୍ସ ଏସ ପିଂକୁ ଦିଆଯାଇ ଥି ଲା।ନିଜେ ଏସ ପି ନାଲି କାଳୀରେ ଲେଖି ରଖିଥିବା କାଗଜ ଗାଏବ,ତଦନ୍ତ ଶୁନ,କୁଆଡେ ଗଲେ EOW କର୍ତ୍ତୃପକ୍ଷ? ୪) ସବୁଠାରୁ ବଡ଼ ରହସ୍ୟ ଜନକ ହୋଇ ଛି ରାସ୍ତା ଆଲୋକୀକରଣ ୩୦କୋଟିର ଘୋଟାଲା। ଏଥିରେ ସମସ୍ତ ପ୍ରମାଣ ସହିତ ୪-୧୧- ୨୦୧୯ରୁ EOW ADG, ଓ ଏସପିଙ୍କୁ ଦିଆଯାଇଥିବା ରେଜିଷ୍ଟ୍ରି ଡାକ ଚିଠିର ଏଯାଏ EOW ନିରୁତ୍ତର,ନିଷ୍ପଦ,ନିସ୍ତ ବ୍ଧ। ସବୁଠାରୁ ମଜା ଓ ରହସ୍ୟ ଜନକ ଯେ ଏହି ଚି ଠିର EOW ADG,SP କିଛି ପଦକ୍ଷେପ ନ ନେଇ ଏଯାଏ ନୀରବ ଥିଲେ ହେଁ ପ୍ରତିପକ୍ଷ ଓଲଟା ଏହି କର୍ତ୍ତୃପକ୍ଷ ମାନଙ୍କ ବିନାନୁମତିରେ ଗୋବିନ୍ଦପୁର ଥା ନା ଅଧିକାରୀଙ୍କୁ ଧରି EXTORSION ମାମଲା ରୁଜୁ କରିଛନ୍ତି,ଯହିଁରେ ମାନବ ଅଧିକାର କମିଶନଙ୍କ ଅଦାଲତରେ ବିଚାରାଧୀନ ଉକ୍ତ ମାମ ଲାରେ ଏବେ ADG,EOW ଉତ୍ତରଦାୟୀ ହେବାକୁ ଯାଉଛନ୍ତି।



ଦୁର୍ଘଟଣାରେ ଫଟୋ ସାମ୍ବାଦିକ ମୃତ

ସଡକ ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ଆଜି ସକାଳେ ଶୋଚନୀୟ ମୃତ୍ୟୁ ଘଟିଛି।ସେ ପୁରୀଠାରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରାର ଫଟୋ କଭରେଜ ନିମନ୍ତେ ଯାଉଥିବା ବେଳେ ସାକ୍ଷୀ ଗୋପାଳ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଗଭୀର ଶୋକ ର ଛାୟା ଖେଳିଯାଇଛି ।୧୯୫୩ ମସିହାରେ ଜନ୍ମ ଶ୍ରୀ ପଣ୍ଡା ଉଚ୍ଚ ମାନର ଫଟୋ ଉତ୍ତୋଳନ କରି ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ।