ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ:ନ ଦେଲେ ବ୍ରାଉନସୁଗାର କେଶ୍ ରେ ଫସାଇଦେବାକୁ ଧମକ !
କଟକ/କଣ୍ଟାପଡା ୧୯।୮ ( ନି.ପ୍ର)ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସକଂ ପ୍ରତିଷ୍ଠିତ ଦୈନିକ “ସମାଜ” ଖବରକାଗଜ ନାଁ ରେ କେହିଜଣେ ଅଡଶପୁର ବଜାରରେ ଦୋକାନୀମାନକୁଂ ଧମକ ଦେଇ ଦୈନିକ ୨ରୁ ୩ ହଜାର ଟଂକା ବଟି ଆଦାୟ କରୁଥିବା ଓ ବଟି ନ ଦେଲେ ବ୍ରାଉନସୁଗାର କାରବାର କରୁଥିବା ଖବରକାଗଜରେ ବାହାରକରି ଘରେ ପୁଲିସ ପୁରାଇଦେବାକୁ ଧମକ ଦେଉଥିବା କୋକୁଆ ଭୟ ସ୍ରୁଷ୍ଟି କରିଛି। ବ୍ୟକ୍ତି ଜଣକଂ ପେଶାଦାର ଅପରାଧୀ ଭାବେ ପୁଲିସର ରେକର୍ଡରେ ଥିବାରୁ ବହୁ ବ୍ୟବସାୟୀ ଏପରି ବେଆଇନ ବଟି ଦେବାକୁ ବାଧ୍ୟ ହେଉଛନ୍ତି। ସମାଜ ଭଳି ଏକ ଗଣମାଧ୍ୟମ ବଦନାମ ହେଉଥିବା ବେଳେ, ସାମ୍ବାଦିକତା ପରି ଏକ ପବିତ୍ର ବ୍ରୁତ୍ତି ପ୍ରତି ଅଂଗୁଳି ଉଠୁଛି। ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ପୁଲିସ ମହାନିର୍ଦ୍ଦେଶକ ଏପରି ଟାଉଟର ମାନକଂ ପ୍ରତି ଦ୍ରୁଷ୍ଟିଦେବାକୁ ସ୍ଥାନୀୟ ଅଂଚଳରେ ଦାବୀ ହେଉଛି।