
“ସିଟି”କିରୋସିନି ଅନିୟମିତତା ପ୍ରତି ଯୋଗାଣବିଭାଗ ଓ ଜିଲ୍ଲାପାଳ ଆଖି ବୁଜିଛନ୍ତି କାହିଁକି?
କଟକ,୧୯।୮(ବିଶେଷ ପ୍ରତିନିଧି)-ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅନୁଯାୟୀ କିରୋସିନିକୁ ସରକାର ଏକ ଜରୁରୀ ସାମଗ୍ରୀ ଭାବେ ଘୋଷଣା କରିଛନ୍ତିଏହାର କାରବାର , ନିୟନ୍ତ୍ରଣ,ପରିଚାଳନାରେ ନାନାକଟକଣା ରହିଛି ଅନିୟମିତତା ଓ କଳାକାରବାରର ପ୍ରମାଣମିଳିଲେ କିମ୍ବା ଧରାପଡିଲେ ଗିରଫ ହେବା ସୁନିଶ୍ଚିତ ଓ ଜାମିନ ମିଳିବା ଅତ୍ୟନ୍ତ କଷ୍ଟସାଧ୍ୟ।ଏହାଜାଣି ମଧ୍ୟ ଲାଭ ଓ ଲୋଭରେ ବହୁବ୍ୟବସାୟୀ ଧରାପଡି ସର୍ବସ୍ୱାନ୍ତ ହୋଇଥିବାର ନଜିର ଅଛି ।ତଥାପି କାହିଁକି କେଜାଣି ରାଜ୍ୟ ଯୋଗାଣ ବିଭାଗ ଓ ଜିଲ୍ଲାର ଜିଲ୍ଲାପାଳ କୌଣସି ଅଜଣା ରହସ୍ୟ କାରଣରୁ ଏପରି ଜଣେ କିରୋସିନି ବ୍ୟବସାୟୀକଂ ବିରାଟ ଅନିୟମିତତାକୁ ଘଣ୍ଟ ଘୋଡାଇଛନ୍ତି ତାହା ବୁଝାପଡୁନାହିଁ। ବ୍ୟବସାୟ ପ୍ରତିଷ୍ଠାନଟିର ନାମ “ସିଟି କିରୋସିନି ଡିପୋ ଯାହା କଟକ ମାଲଗୋଦାମ ଅଂଚଳରେ ରହିଛି ।ମାଲିକ ହେଉଛନ୍ତି ଶ୍ରୀ ବଜରଂଗ ଲାଲ୍ ଶର୍ମା । କୁହାଯାଉଛି କି ପରିଣତ ବୟସରେ ଶ୍ରୀ ଶର୍ମା ଏହି କିରୋସିନି କଳାବଜାରୀ ରେ ଧରାପଡି ଚୌଦ୍ୱାର ଜେଲ୍ ଯାଇଥିଲେ,ଅବଶ୍ୟ ଏହାର ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡିବ।ତେବେ କଥା ଯଦି ସତ୍ୟ ହୋଇଥାଏ ତାଂକୁ ଜିଲ୍ଲା ପ୍ରଶାସନ ଅତ୍ୟାବଶ୍ୟକ ଆଇନ ଆଧାରରେ ଆଉ ଏହି କିରୋସିନି ବ୍ୟବସାୟରେ ରଖିପାରିବା କଥା ନୁହେଁ।ଅଥଚ ବାରମ୍ବାର ଅନିୟମିତ କାରୀକୁ ଜିଲ୍ଲା ପ୍ରଶାସନ କିପରି ଏ ସୁଯୋଗ ଦେଇଛି ତାହାର ଆଉ ଚାଂଚଲ୍ୟକର ପ୍ରମାଣ, ସୂଚନାଧିକାର ତଥ୍ୟ ଜରିଆରେ ଆମର ହସ୍ତଗତ ହୋଇଛି। ସେଥିରୁ ଜଣାପଡିଛି ଯେ, ସିଟି କିରୋସିନି ଡିପୋ କଣ୍ଟାପଡା ବ୍ଲକର କିରୋସିନି ହୋଲସେଲର ଭାବେ ରହିଛି । ବ୍ଲକର ମାସିକ ଆଲଟମେଣ୍ଟ ମଧ୍ୟରୁ ମାସର ୧୦ତାରିଖ ସୁଦ୍ଧା ୬୦% ,୧୫ ତାରିଖ ସୁଦ୍ଧା ୮୦% ଓ ୨୫ତାରିଖ ସୁଦ୍ଧା ୧୦୦% ଉଠାଣ ହେବାକୁ ସରକାରୀ ନିୟମ ଓ ନିର୍ଦ୍ଦେଶନାମା ରହିଛି । ମାତ୍ର ଅପ୍ରେଲ -୨୦୧୬ ରେ ଆଲଟେଡ କ୍ୱୋଟାରୁ ୩୯,୫୫୧ ଲିଟର ,ଫେବ୍ରୁଆରୀ ୨୦୧୭ରେ ୧୧,୫୧୭ ଲିଟର,ଜୁଲାଇ ୨୦୧୭ରେ ୧୧,୭୧୮ ଲିଟର କିରୋସିନି ଉଠାଣ ହୋଇ ନ ଥିଲା।ଫଳରେ ଏହି ପରିମାଣ କିରୋସିନି କ୍ୱୋଟା ସରକାରକୁଂ ଲାପ୍ସ କରିଯାଇଥିଲା ।ଏଥିରୁ କେବଳ ଫେବ୍ରୁୟାରୀ ୨୦୧୭ ର କ୍ୱୋଟା ସରକାର ଭରଣା କରିଥିଲେ।କିରୋସିନି ଉଠାଣ ନ କରିବାରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ କିରୋସିନି ପାଉଥିବା ଅଡଶପୁର ପଂଚାୟତର ୫୮୮୭ ଜଣ,ବ୍ରାହ୍ମଣସାଇଲୋ ପଂଚାୟତର ୯୩୫ ଜଣ ,ଡିମିରି ପଂଚାୟତର ୯୩୫ ଜଣ, ବଡପାଟସୁନ୍ଦରପୁର ପଂଚାୟତର ୧୦୪୨ ଜଣ, ଗୋବିନ୍ଦପୁର ପଂଚାୟତର ୨୦୮୩ ଜଣ,ପୋସ୍ତଳପଂଚାୟତର ୩୮୭୦ ଜଣ, ବ୍ରାହ୍ମଣବାଟୀପଂଚାୟତର ୩୨୭୫ ଜଣ ଏପରି ମୋଟ୍ ୧୮,୦୨୭ ଜଣ ଗରୀବ ହିତାଧିକାରୀ କିରୋସିନି ପାଇବାରୁ ବଂଚିତ ହୋଇଛନ୍ତି।ଏହି ଅବହେଳା ବିରୁଦ୍ଧରେ କଣ୍ଟାପଡା ବ୍ଲକ ଯୋଗାଣ ନିରୀକ୍ଷକକଂ କାର୍ଯ୍ୟାଳୟ ପକ୍ଷରୁ ଚିଠି ନମ୍ବର ୨୬୧/୨୫.୨.୧୭,ଚିଠି ନମ୍ବର ୫୮୧/୧୦.୩.୧୭,ଚିଠି ନମ୍ବର ୩୧୭୨/୨୪.୮.୧୭,ଓ ୩୨୨୩/୨୯.୮.୧୭ ଯୋଗେ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ କାର୍ଯ୍ୟାଳୟକୁ ଓ ଉପଜିଲ୍ଲାପାଳ କୁଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଅବଗତ କରାଯାଇ ଥିଲା ।ଏହା ପୂର୍ବରୁ ସିଟି କିରୋସିନି ଡିପୋକୁ ଉକ୍ତ ଅବହେଳା ଓ ନିର୍ଦ୍ଦେଶ ମାନୁ ନ ଥିବାର କାରଣ ଦର୍ଶାଇବାକୁ କଣ୍ଟାପଡା ପଂଚାୟତ ସମିତି ଚିଠି ନମ୍ବର୨୪୫/୧୮.୨.୨୦୧୭ ରେ କୈଫିୟତ ମଗା ଯାଇଥିଲା। ମାତ୍ରଏହାର କୌଣସି ସୁଫଳ ନ ମିଳିବାରୁ ଜିଲ୍ଲାପାଳକୁଂ ପଦକ୍ଷେପ ନେବାକୁ ଜଣାଇଦିଆ ଯାଇଥିଲା।ନିୟମାନୁଯାୟୀ, ଲାଇସେନସର ସର୍ତ୍ତାବଳି ଖିଲାପ କଲେ ଲାଇସେନସ ରଦ୍ଦ କ୍ଷମତା ଜିଲ୍ଲାପାଳକଂ ହାତରେ ଅଛି ।ଅଥଚ ଜିଲ୍ଲାପାଳ କେଉଁ ଅଦ୍ରୁଶ୍ୟ ଶକ୍ତିର ଲଗାମରେ ବନ୍ଧା ଯେ ହଜାର ହଜାର ଗରୀବ ଖାଉଟୀକଂ ସ୍ୱାର୍ଥ ହାନୀ କରୁଥିବା ଜଣେ ବେଆଇନ କିରୋସିନି ବେପାରୀ ବିରୁଦ୍ଧରେ ପଦକ୍ଷେପ ନେବାକୁ ପଛଘୁଂଚା ଦେଇଛନ୍ତି ? କେବଳ ଏତିକି ନୁହେଁ, ଜନସାଧାରଣରୁ ଜନସ୍ୱାର୍ଥମାମଲା ହେବ ବୋଲି ସିଟିକିରୋସିନି ଡିପୋ ମାଲିକ ଶ୍ରୀ ଶର୍ମାକୁଂ ଏକ ଓକିଲ ନୋଟିସ ମଧ୍ୟ ୨ମାସରୁ ଉର୍ଦ୍ଧ୍ୱ ହେବ ଯାଇଛି, ଯହିଁରେ ଜିଲ୍ଲାପାଳ,ଉପଜିଲ୍ଲାଳ, ଜିଲ୍ଲା ଯୋଗାଣ ଅଧିକାରୀ ପକ୍ଷଭୁକ୍ତ ଅଛନ୍ତି,ତଥାପି ସେମାନେ ନିଦାବିଷ୍ଣୁ ପାଲଟିଥିବା ରହସ୍ୟ ହୋଇ ରହିଛି।
