ଜିଲ୍ଲାଖବର

ସିଭିଲକୋର୍ଟ ବିଚାରାଧୀନ ମାମଲାରେ ସ୍ଥିତାବସ୍ଥା ଭାଂଗି ରାଜସ୍ୱ ନିରୀକ୍ଷକ ହସ୍ତକ୍ଷେପ କଲେ !

Spread the love

ରୁଜୁହୋଇପାରେ ଅଦାଲତ ଅବମାନନା ମାମଲା

କଟକ,୧୧।୯ (ବି.ପ୍ର)- କଟକ ସିଭିଲକୋର୍ଟ ସିନିୟର ଡିଭିଜନ(୨)କଂ ଅଦାଲତରେ ବିଚାରାଧୀନ ଏକ ମାମଲା , ଯାହା ଉପରେ ସ୍ଥିତାବସ୍ଥା ଜାରୀ ନିମନ୍ତେ ଅନ୍ତରୀଣ ଆଦେଶ ରହିଛି,ତାହାକୁ ଉଲଂଘନ ପୂର୍ବକ ଜଣେ ରାଜସ୍ୱ ନିରୀକ୍ଷକ ଏହାର ଶୁଣାଣୀ କରିବାକୁ ତାରିଖ ଧାର୍ଯ୍ୟ କରିବାର ଦୁଃସାହସ ଓ ଧ୍ରୁଷ୍ଟତା ସାଧାରଣରେ କୌତୁହଳ, ଦ୍ରୁଷ୍ଟାନ୍ତ ସ୍ରୁଷ୍ଟି କରିଛି। ସୂଚନାନୁଯାୟୀ, କଣ୍ଟାପଡା ତହସିଲ ଅନ୍ତର୍ଗତ ଅଡଶପୁର ରାଜସ୍ୱ ନିରୀକ୍ଷକ ସର୍କଲ ର ଅଡଶପୁର ମୌଜାରେ ରଂଜିତକୁମାର ସେନାପତିକଂ ଥିବା ପୈତ୍ରୁକ ଜମିବାଡି ରହିଛି।ଏଥିରୁ କେତେକ ଉପରେ ଥିବା ବିବାଦ କଟକ ସ୍ଥିତ ସିଭିଲ ଜଜ୍ ସିନିୟର ଡିଭିଜନ (୨) କଂ ଅଦାଲତ C.S No 138/10 ଓ I.A NO.40/2012ରେ ବିଚାରାଧୀନ ରହିଛି। ନ୍ୟାୟାଳୟ ବିଚାର ଚୂଡାନ୍ତ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ କୌଣସି ୩ୟପକ୍ଷକଂ ହସ୍ତକ୍ଷେପ ହୋଇପାରିବ ନାହିଁ, ଏମିତି କି ସଂପ୍ରୁକ୍ତ ଜମିକୁ ପ୍ରବେଶ କରିପାରିବେ ନାହିଁ ବୋଲିଅନ୍ତରୀଣ ଆଦେଶରେଉଲ୍ଲେଖ କରିଛନ୍ତି। ଏହିରାୟ ପରିପ୍ରେକ୍ଷୀରେ ଆପତ୍ତିକାରୀ ହେମନ୍ତସାହୁ ପିତା ଧୂଳେଶ୍ୱରକଂ ସମେତ ଅନ୍ୟମାନକଂ ଦାଖଲଖାରଜ ମାମଲାକୁ ତହସିଲ ଖାରଜ କରିଛି।ତହସିଲଦାର ମାନେ ଖାରଜର କାରଣ ଭାବେ ସିଭିଲକୋର୍ଟ ରେ ଚାଲିଥିବା ମାମଲାର ଫଳାଫଳ ପ୍ରକାଶ ନ ପାଇବାଯାଏ ଦାଖଲ ଖାରଜ ମାମଲା ହୋଇପାରିବ ନାହିଁ ବୋଲି ସ୍ପଷ୍ଟଉଲ୍ଲେଖ କରିଛନ୍ତି, ଯାହାର ସମସ୍ତ ନଥି ତହସିଲ କାର୍ଯ୍ୟାଳୟରେ ରହିଛି ଓ ପିଡୀତ/ଆବେଦନକାରୀଏହାର ସହିମୋହର ନକଲ ବି ହାସଲ କରିଛନ୍ତି।ଏହା ସତ୍ତ୍ୱେ ହେମନ୍ତକୁମାରସାହୁ ପୁନର୍ବାର ଏହି ଦାଖଲ ଖାରଜ ମାମଲାକୁ ଆଉଥରେ ଆବେଦନ କରିଥିଲେ ତହସିଲପକ୍ଷରୁ ଅଡଶପୁର ଆର.ଆଇ ସର୍କଲକୁ ଏହାକୁ ପଠାଇ ଦିଆ ଯାଇଥିଲା। ଉଚ୍ଚ ଅଦାଲତ କଂ ରାୟକୁ ଉଲଂଘନ ପୂର୍ବକ ଅଡଶପୁର ଆର. ଆଇ ଶୁଭଶ୍ରୀ ଶୁଭସ୍ମିତା ମହାନ୍ତି ଏହି ମାମଲାର ଶୁଣାଣୀ କରିବାକୁ ୨୧.୮ ୨୦୧୯ ପୂର୍ବାହ୍ନ ୧୦ଟା ବେଳକୁ ସମୟ ଧାର୍ଯ୍ୟ କରିଥିଲେ।ଏମିତି କି ତାରିଖ ସଂପର୍କରେ ପ୍ରଥମପକ୍ଷ ରଂଜିତ ସେନାପତିକୁଂଆଗରୁ ନ ଜଣାଇ ତାରିଖ ଅତିକ୍ରାନ୍ତ ହେବାର ୧୫ଦିନ ପରେ ଅବଗତ କରାଯାଇଥିବା ଅଭିଯୋଗ ହୋଇଛି ଏ ସଂପର୍କରେ ଆଜି କଣ୍ଟାପଡା ତହସିଲଦାରକଂ ମତାମତ ଜାଣିବାକୁ ଫୋନ ଯୋଗାଯୋଗ କରାଯାଇଥିଲା ମାତ୍ର ସେ ଉଠାଇ ନ ଥିଲେ କିମ୍ବା ତାଂକ ଆଡୁ ମଧ୍ୟ କୌଣସି ଯୋଗାଯୋଗ କରି ନ ଥିଲେ।ଆର୍.ଆଇ ଶୁଭଶ୍ରୀ ଶୁଭସ୍ମିତା ମହାନ୍ତିକୁଂ ବହୁଚେଷ୍ଟାପରେ ଯୋଗାଯୋଗ ରୁ ଜଣାପଡିଲା କି ତହସିଲରେ ଆଗରୁ ଏ ସଂପର୍କିତ ମାମଲାର ନଥି ଥିବା ସେ ଜାଣନ୍ତି ନାହିଁ କିମ୍ବା ତାଂକୁ କେହି ଜଣାଇ ନ ଥିଲେ। ସୂଚନା ଯୋଗ୍ୟ ଯେ ଏହି ତହସିଲ ପକ୍ଷରୁ ଜଣେ ସାଧାରଣ ବର୍ଗ ମହିଳାକୁଂ ତ ତ୍କା ଳୀନ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମହାନ୍ତିକଂ ସ୍ୱାକ୍ଷର ରେ ଜାଲ୍ ସଂରକ୍ଷଣ ଜାତି ପ୍ରମାଣପତ୍ର ଦିଆଯାଇଥିବା ଘଟଣାଏବେବି ହାଇକୋର୍ଟରେ ବିଚାରାଧୀନ ଅଛି ଓ ଶ୍ରୀମହାନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ତହସିଲକୁ ବଦଳି ହୋଇଯାଇଛନ୍ତି। ତେଣୁ ଅଡଶପୁର ଆର.ଆଇ କଂ ଏତାଦ୍ରୁଶ କାର୍ଯ୍ୟ ଉପରିସ୍ଥ ଅଦାଲତକଂ ମାନହାନୀ କରୁଥିବା ତଥା ମାମଲାରେ ତାଂକର କ୍ଷମତା ନ ଥାଇ ବିଚାର ଅନାହ୍ରୁତେ ପ୍ରବିଶ୍ୟନ୍ତି ସଦ୍ରୁଶ ହୋଇଥିବାରୁ ତାଂକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବାକଥା ବୋଲି ଜଣେ ସ୍ଥାନୀୟ ଆଇନଜିବୀ ମତ ଦେଇଛନ୍ତି। ରାଜସ୍ୱ ସଚୀବ ଓ ଜିଲ୍ଲାପାଳ ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି ।

କଟକ ସିଭିଲକୋର୍ଟ ସିନିୟର ଡିଭିଜନକଂ ଅନ୍ତରୀଣ ରାୟ ବିରୁଦ୍ଧରେ ଓ ଅଡଶପୁର ଆର.ଆ ଇ କଂ ଜାରୀ ଶୁଣାଣୀ ନୋଟିସର କ୍ୟାମେରା କପି

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

ନିଆଳି ବିଧାନସଭାଆସନ: ବିଜେପି ପ୍ରାର୍ଥୀଙ୍କର ଅଞ୍ଚଳ ସମସ୍ୟାକୁ ବାଦ୍ ଦେଇ ଜାତୀୟ ଇସୁରେ ମିଶନ ପୂରଣ ହେବ କେମିତି?କମୁଛି ନିଜ ଘରର ସମର୍ଥନ?(ଭାଗ-୩)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ପୂର୍ବରୁ ଥିବା କଟକ ଜିଲ୍ଲା ଗୋବିନ୍ଦପୁର ବିଧାନସଭା […]