ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ
କଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟ!!ଆଇନ ଜୀବୀ ପଞ୍ଜିକରଣ ନିମନ୍ତେ ରାଜ୍ୟ ବାର୍ କାଉନ ସିଲ ୬୦୦ ଟଙ୍କାରୁ ଅଧିକ ଦେୟ ଆଉ ନେଇ ପା ରିବେ ନାହିଁ।ଚଳିତବର୍ଷ ନୂତନ ଆଇନଜୀବୀ ମା ନଙ୍କ ପଞ୍ଜିକରଣ ଆଉ ପ୍ରାୟ ଦୁଇମାସ ଥିବା ବେ ଳେ ଗତ ଅପ୍ରେଲ ୧୦ ତାରିଖ ଦିନ ମାନ୍ୟବର ସୁ ପ୍ରିମକୋର୍ଟରେ ମାମଲାର ଶୁଣାଣି ବେଳେ କୌଣ ସି ରାଜ୍ୟ ବାର କାଉନସିଲ ଆଉ ୬୦୦ ଟଙ୍କାରୁ ଅଧିକ ନେଇ ପାରିବେନାହିଁ ବୋଲି ରାୟ ଦେଇ ଛନ୍ତି।କେବଳ ଏତିକି ନୁହେଁ ଏହି ଗୁରୁତ୍ଵପୂର୍ଣ୍ଣ ପ୍ରସ ଙ୍ଗର ବିଚାରବେଳେ ଏବାବଦରେ କେତେ ଟଙ୍କା ଆଦାୟ ହୋଇଛି ତାହାର ତଥ୍ୟ ବି ଦେବାକୁ କ ହିଛନ୍ତି। ଆମ ରାଜ୍ୟ ଓଡ଼ିଶାରେ ଜଣେ ନୂତନ ଆ ଇନଜୀବୀ ଭାବେ ପଞ୍ଜୀକୃତ ହେବାକୁ ଆବେଦନ କରିବା ବେଳେ ଅନ୍ୟୁନ ୪୧ ହଜାର ୧୦୦ ଟଙ୍କା ରୁ ବୟସ ଅଧିକ ଅନୁଯାୟୀ ପ୍ରାୟ ୭୦ହଜାର ଟ ଙ୍କା ଦେବାକୁ ପଡୁଥିଲା ବେଳେ କେରଳରେ ଏହା ୨୦ହଜାର ୫୦୦ ଟଙ୍କା ରହିଛି,ଫଳରେ ବହୁ ଗରି ବ,ମେଧାବୀ ଆଇନଛାତ୍ର ପାଠ ପଢ଼ିସାରି ଆଇନ ଜିବୀ ଟିଏ ହେବାକୁ ସର୍ବସ୍ୱାନ୍ତ ହେଉଥିଲେ ।ଅପ ର ପକ୍ଷରେ ରାଜ୍ୟ ବାରକାଉନସିଲ୍ ଗୁଡ଼ିକ ଏପ ରି ଆଦାୟ ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରୁଥିଲେ ଓ ବହୁ ଅଯୌକ୍ତିକ ଖର୍ଚ୍ଚକୁ ଅଡିଟ ଲଗାମ କାମ କରୁ ନ ଥିଲା,ଏହି ପାଣ୍ଠି ବ୍ୟବହାର ଲୋଭରେ ନିର୍ବାଚ ନରେ ଭୋଟ ହାତେଇ କର୍ମକର୍ତ୍ତା ହେବାକୁ ବିପୁଳ ଲାଞ୍ଚ,ପ୍ରଲୋଭନ କାରବାର ହେଉଥିଲା।ମାନ୍ୟବ ର ମୁଖ୍ୟ ନ୍ୟାୟାଧିଶ ଡି ୱାଇ ଚନ୍ଦ୍ରଚୁଡ଼ ଓ ମାନ୍ୟ ବର ନରସିହାଙ୍କ ଇଜଲାସରେ ଏହି ବିଚାର ହୋ ଇଥିଲା।ଆସନ୍ତା ଗ୍ରୀଷ୍ମ ଅବକାଶ ପରକୁ ଏହାର ପରବର୍ତ୍ତୀ ବିଚାର ନିମନ୍ତେ ତାରିଖ ରହିଛି।ବାର କାଉନସିଲ୍ ପକ୍ଷରୁ ଆଇନଜୀବୀ ମନନ୍ ମିଶ୍ର ପକ୍ଷ ରଖିଥିଲେ କି ୧୯୯୩ ମସିହା ପରଠାରୁ ମୁଦ୍ରା ସ୍ଫିତି ଅନୁଯାୟୀ ଦେୟ ବୃଦ୍ଧି କରାଯାଇ ନାହିଁ,ମାତ୍ର ଉକ୍ତ ପ୍ରସଙ୍ଗ ମୁଦ୍ରାସ୍ପିତି ଅନ୍ତର୍ଗତ ନୁହେଁ ବୋଲି ମାନ୍ୟବର ନ୍ୟାୟମୂର୍ତ୍ତି ମାନେ ମତ ସ୍ପଷ୍ଟ କରିଥିଲେ।ସୂଚନା ଯୋଗ୍ୟ କି ବାର୍ କାଉନ ସିଲ୍ ଅଫ ଇଣ୍ଡିଆ,ଦ୍ଵାରା ଅଲ୍ ଇଣ୍ଡିଆ ବାର୍ ଏକ୍ସାମି ନେସନ୍ ଓ ସାର୍ଟିଫିକେଟ ଅଫ ପ୍ରାକ୍ଟିସ ଦେବା ବିଧି ନିର୍ଧାରଣ ହୋଇଥିବା ଯୋଗୁ ରାଜ୍ୟ ବାର କା ଉନସିଲ୍ ଗୁଡ଼ିକ କେବଳ ପ୍ରାଥମିକ ପଞ୍ଜିକରଣ ନିମନ୍ତେ ଅଳଙ୍କାରିକ/ଔପଚାରିକ ହୋଇପଡ଼ିଛି