ଅପରାଧ ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ସ୍ୱାଧୀନତାର ଅମୃତ ମହୋତ୍ସବ! ୪ଦିନ ହେଲା ଦିନ,ରାତି,ବର୍ଷା, ଖରା କାକରର ଅମୃତ ଚାଖୁଛି ସରକାରୀ ବିଦ୍ୟାଳୟରେ ଉଡୁଥିବା ଜାତୀୟ ପତାକା

Spread the love

ଖୋର୍ଦ୍ଧା,(ଜିଲ୍ଲା ପ୍ରତିନିଧି)୨୦/୦୮ ସଂସ୍କୃତ କାବ୍ୟ ଗୀତ ଗୋବିନ୍ଦର ରଚୟିତା ପରମ ବିଦ୍ୱାନ କବି ଶ୍ରୀ ଜୟଦେବଙ୍କ ଜନ୍ମସ୍ଥାନ କେନ୍ଦୁଲୀ ଦେଉଳି ତତ୍କାଳୀ ନ ପୁରୀ ଜିଲ୍ଲା ଓ ଅଧୁନା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ।୧୯୮୭ ମସିହାରେ କେନ୍ଦୁଲି ଦେଉଳି ଠାରେ ଶ୍ରୀଜ ୟଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା।ଶିକ୍ଷା ର ମୂଳଦୁଆ କୁହାଯାଉଥିବା ଏହି ସରକାରୀ ପ୍ରାଥ ମିକ ଶିକ୍ଷା ଅନୁଷ୍ଠାନଟି ସ୍ବାଧୀନତାର ଅମୃତ ମହୋ ତ୍ସବ ପାଳନ ଅବସରରେ ଉକ୍ତ ବିଦ୍ୟାଳୟରେ ଉଡୁ ଥିବା ଜାତୀୟ ପତାକା ଦୀର୍ଘ ୪ଦିନ ଧରି ଦିବାରାତ୍ର, ଖରା,ବର୍ଷା ଓ କାକରର ଅମୃତ ଧାରାକୁ ଅବିରତ ପାନ କରି ଚାଲିଥିଲା।ଏମିତିକି ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଉଡୁଥିବା ଏହି ପତାକାକୁ ଗଣମାଧ୍ୟମ ପ୍ରତି ନିଧିଙ୍କ ନଜର ପଡ଼ିଥିଲା।ପଚାରି ବୁଝିବାରୁ ଜଣା ଗଲା ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଘର, ପାଖ ଗ୍ରାମ କଟକ ଜିଲ୍ଲାର ଅଡଶପୁର ଠାରେ, ଚାକିରି ନାମକୁ ମାତ୍ର ଖୋର୍ଦ୍ଧା ଜିଲ୍ଲାରେ,ମାନେ ଉଭ ୟ ଜିଲ୍ଲା ସୀମାନ୍ତ ଅଞ୍ଚଳ,ତେଣୁ ବେଶ ସୁବିଧା।ସ୍ଵାଧୀ ନତା ଦିବସ ଦିନ ଉଡାଯାଇଥିବା ପତାକା ଆଉ ଓ ହ୍ଲା ଯାଇନାହିଁ,ଯାହାକୁ ଦେଖିବାକୁ କେହି ନାହିଁ।ଜିଲ୍ଲା ର କୌଣସି ଅଧିକାରୀଙ୍କ ଏପରି ଜାତୀୟ ପତାକାର ଅବମାନନା ଫ୍ଲାଗ କୋଡ ଅନୁଯାୟୀ ଦଣ୍ଡନୀୟ ଘଟ ଣା କିପରି ଦୃଷ୍ଟିକୁ ଆସିଲା ନାହିଁ ତାହାହିଁ ପରମ ବିସ୍ମ ୟ ସୃଷ୍ଟି କରିଛି।ସରକାର ଏହାର ପୁଙ୍ଖାନୁପୁଙ୍ଖ ତଦ ନ୍ତ କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]