ହାଇକୋର୍ଟକୁଂ ଆବେଦନକାରୀ ମିଛ କହିଥିବା ଧରାପଡିଲା,ଏବେ କାର୍ଯ୍ୟାନୁଷ୍ଠାନକୁ କେବଳ ଅପେକ୍ଷା !
କଟକ/କଣ୍ଟାପଡା/ଅଡଶପୁର ୨୧।୮ ( ନି.ପ୍ର)-ହାଇକୋର୍ଟକୁଂ ଜଣେ ସରକାରୀ ଜମି ଜବରଦଖଲକାରୀ ମିଥ୍ୟାଅଭିଯୋଗ କରି ଧରାପଡିଛି।ଫଳରେ ଅନ୍ତରୀଣ ଆଦେଶରେ ମାନ୍ୟବର ବିଚାରପତି ସରକାରୀ ଓକିଲକୁଂ ରେକର୍ଡ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେବା ସହିତ ଯଦି ଅଭିଯୋଗ ମିଥ୍ୟା ବୋଲି ଜଣାପଡେ ତେବେ ଗୁରୁତର ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ରାୟରେ ଉଲ୍ଲେଖ କରିଥିଲେ।ତହସିଲ ପକ୍ଷରୁ ହାଇକୋର୍ଟକଂ ଏପରି ରାୟ ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳକଂ ଜରିଆରେ ଯେଉଁ ନଥି ଦାଖଲ ହୋଇଛି ସେଥୁରୁ ପକ୍ଷ ନିଜେ ନୋଟିସର (କ) ଫର୍ମରେ ସବୁଜ କାଳିରେ ଦସ୍ତଖତ କରି ଗ୍ରହଣ କରିଥିବା ବେଳେ ୩୦ଦିନ ମଧ୍ୟରେ ଅବରୋଧ ନ ହଟାଇଲେ ପ୍ରଶାସନ ବାଧ୍ୟହୋଇ ପଦକ୍ଷେପ ନେବ ବୋଲି ଦେଇଥିବା ( ଖ) ଫର୍ମ ନୋଟିସ ମଧ୍ୟ ନିଜେ ସ୍ୱାକ୍ଷର କରି ଗ୍ରହଣକରିଥିବା ସ୍ପଷ୍ଟ ହୋଇଛି ।ଏଣୁ ହାଇକୋର୍ଟକଂ ରାୟରେ ଆଗୁଆ ସତର୍କତା ସତ୍ତ୍ୱେ ଆବେଦନ କାରୀକଂ ଉପରେ ଦ୍ରୁଷ୍ଟାନ୍ତ ମୂଳକ ଭାବେ କି ପଦକ୍ଷେପ ହେଉଛି ତାହାକୁ ଅନ୍ୟମାନେ ଦେଖିବାକୁ ଅପେକ୍ଷା କରିଛନ୍ତି। ତଥ୍ୟ ଅନୁଯାୟୀ ତହସିଲରେ ନିଜସ୍ୱ ଘରବାରି, ପୋଖରୀ ଓ ଚାଷ ଜମି ଜମାର ସମସ୍ତ ରେକର୍ଡ ପ୍ରମାଣ ଥିବାସତ୍ତ୍ୱେ ଅଡଶପୁରର ସୁବାସ ମହାପାତ୍ର ଏକ ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କରି ରଖିଥିଲେ।କଣ୍ଟାପଡା ତହସିଲଦାର ଅବରୋଧ ମାମଲା ରୁଜୁକରି ଏହାକୁ ହଟାଇବାକୁ (କ) ଓ ( (ଖ) ଫର୍ମ ରେ ନୋଟିସ ଜାରୀ କରିଥିଲେଏହି ନୋଟିସ ପାଇବାପରେ ଶ୍ରୀମହାପାତ୍ର ମିଥ୍ୟାରେ ନିଜକୁ ଜଣେ ଭୂମିହୀନ ଦର୍ଶାଇ ହାଇକୋର୍ଟରେ ଏହା ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ଓ ତହସିଲଦାରକଂ ନିର୍ଦ୍ଦେଶ ଉପରେ ସ୍ଥିତାବସ୍ଥା ଆଣିବାରେ ସକ୍ଷମ ହୋଇଥିଲେ। ମାମଲାଟି ନିର୍ଣାୟକ ମୋଡରେ ପହଂଚିଥିବା ବେଳେ ଉପାୟ ନ ପାଇ ଅଗତ୍ୟା ଆଉଏକ ମିଥ୍ୟାର ଆଶ୍ରୟ ନେଇଥିଲେ ଯେ ନୋଟିସ ସେ ପାଇ ନାହାନ୍ତି। ତେବେ ନୋଟିସ ଯଦି ସେ ପାଇ ନ ଥିଲେ ତେବେ କେଉଁ ଆଦେଶ ବିରୁଦ୍ଧରେ ସେ ହାଇକୋର୍ଟ ଯାଇଥିଲେ ?ସବୁଠୁ କୌତୁହଳର ବିଷୟ ଯେ ତହସିଲ ରଖିଥିବା ପ୍ରମାଣ ଭିତ୍ତିରେ ନଥି ହାଇକୋର୍ଟକୁଂ ଦାଖଲ କରିବା ପରେ ଏବେ ଶ୍ରୀ ମହାପାତ୍ର ତହସିଲରୁ ନୋଟିସର ନକଲ ସୂଚନାଧିକାର ତଥ୍ୟ ବଳରେ ମାଗିନେଇ ନିଜଦସ୍ତଖତ ପରଖୁଛନ୍ତି । ସାରାଅଂଚଳରେ କୋର୍ଟକଂ ରାୟକୁ ପ୍ରତୀକ୍ଷା କରାଯାଇଛି ।