ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ହାଇକୋର୍ଟକୁଂ ଚକମା ଦେଖେଇ ସରକାରୀଜମି ଜବରଦଖଲ ଆଉ କେତେଦିନ?

Spread the love

କଟକ,୧୯।୮( ବିଶେଷ ପ୍ରତିନିଧି) ସରକାରୀ ଜମି ହଡପ ରୋକିବାକୁ ପ୍ରଣୀତ ହୋଇଛି ଓଡିଶା ପ୍ରିଭେନସନ ଅଫ ଲ୍ୟାଣ୍ଡଏନକ୍ରୋଚମେଣ୍ଟ ଆକ୍ଟ।ଅବରୋଧ ହଟେଇବାକୁ ତହସିଲଦାରକୁଂ ଯଥେଷ୍ଟ କ୍ଷମତା ବି ସରକାର ଦେଇଛନ୍ତି। ଏହା ସତ୍ତ୍ୱେ ନାନା ଅପକୌଶଳରେ ମୂଲ୍ୟବାନ ଜମିର ମୋହତୁଟାଇ ନପାରି କେତେକ ପ୍ରଭାବଶାଳୀ ବ୍ୟକ୍ତି ନିଜର ପ୍ରଚୁର ଭୂସଂପତ୍ତି ଥିବାର ତଥ୍ୟ ଲୁଚାଇ କୋର୍ଟକଂ ଠାରୁ ସ୍ଥିତାବସ୍ଥା ବଜାୟ ଆଦେଶ ଆଣୁଥିବାରୁ ଅବରୋଧ ହଟେଇ ନପାରି ପ୍ରଶାସନର ମେରୁଦଣ୍ଡ ଯେ କେବଳଭାଂଗି ଯାଉଛି ତାହାନୁହେଁ ବରଂଏଥିଯୋଗୁ ଜବରଦଖଲ କମିବା ବଦଳରେ ଜମିମାଫିଆ ମାନକଂ ଦ୍ୱାରା ଅଧିକ ଅଧିକ ଜମି ଜବରଦଖଲ ହେଉଛି, ପରିସ୍ଥିତି ଏପରି ହେଲାଣି ଯେ କୌଣସି ସରକାରୀ ଦପ୍ତର ନିମନ୍ତେ ଅଥବା ଜଣେ ଅସହାୟକୁ ମୁଣ୍ଡ ଗୁଂଜିବାକୁ ଘରଟିଏ ଦେବାକୁ ଜାଗାଖଣ୍ଡେ ଯୋଗାଇବାରେ ସରକାର ଅଣନିଶ୍ୱାସି ହୋଇପଡିଲେଣି।ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯହିଁରେ ସରକାରୀ ଜମି ଆବଣ୍ଟନ ନିୟମାବଳୀ ଅନୁଯାୟୀ ସରକାରୀ ଜମିଟିଏ ପାଇବାକୁ କୌଣସି ହକଦାର ନ ଥିବା ଓ ସେହି ଏକା ଗ୍ରାମ ଭିତରେ ନିଜ ପୈତ୍ରୁକ ସଂପତ୍ତି, ଚାଷଜମି, ଘର, ଜଳାଶୟ ଓ କୋଠାବାଡି ଆଦି ଥିବା,ପୁଲିସ ରେକର୍ଡରେ ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ଚିହ୍ନଟ ହୋଇ ଥିବା ଜଣେ ଅସାମାଜିକତତ୍ତ୍ୱ , ଚାଷଜମି,ପିତାକଂ ସରକାରୀ ଚାକିରୀ ର ପେନସନ ଆଦି ଭୋଗକରି କେବଳ ଅପରାଧିକ କାର୍ଯ୍ୟ ଚଳାଇବା ଲକ୍ଷ୍ୟରେ ଅଡଶପୁର ଭଳି ଏକ ଗୁରୁତ୍ୱପୁର୍ଣ ବଜାରସ୍ଥଳୀ ତଥା ପର୍ଯ୍ୟଟନ ସ୍ଥଳୀ ପାଲଟିଥିବା,ଗୀତଗୋବିନ୍ଦର ରଚୟୀତା ବିଶ୍ୱବନ୍ଦିତ କବି ଶ୍ରୀ ଜୟଦେବକଂ ସାଧନା ପୀଠ ନିକଟରେ ବହୁମୂଲ୍ୟ ସରକାରୀ ଜମିକୁ ମାଡି ବସିଛି।କଣ୍ଟାପଡା ତହସିଲଦାର ଅବରୋଧ ହଟାଇବାକୁ ଦେଇଥିବା ଧାର୍ଯ୍ୟ ସମୟ ସୀମା ନୋଟିସ Encroachment case no.320/14-15ଟାଳିବାକୁ ଅବରୋଧ କାରୀ ଜଣକଂ ଓଡିଶା ହାଇକୋର୍ଟରେ ତହସିଲଦାରକଂ ନିର୍ଦ୍ଦେଶ ବିରୁଦ୍ଧରେ ରିଟ୍ ପିଟିସନ୍ ନମ୍ବର 18721/2015 Misc case no.20812 ରୁଜୁ କରିଛି। ମାମଲାଟିକୁ ପ୍ରଥମେ ଆଇନଜିବୀ ବିଭୁପ୍ରସାଦ ମହାନ୍ତି ଫାଇଲ କରିଥିଲେ ହେଁ ପରେ ଆଇନଜିବୀ ସତ୍ୟଜିତ ମୁଖାର୍ଜୀ ଓ ଅଶ୍ୱିନୀ ମହାନ୍ତି ପରିଚାଳନା କରୁଛନ୍ତି। ସବୁଠୁ ବଡକଥା ହେଉଛି ଯେ ରିଟ ଆବେଦନ ଫାଇଲ ବେଳେ ଅର୍ଜିର ୩ ନମ୍ବର କ୍ରମିକ ସଂଖ୍ୟାରେ ଦର୍ଶା ଯାଇଛି କି ପିଡୀତ ଜଣକଂ ଜଣେ ଭୂମିହୀନ, ଅଥଚ ଜାଣିଶୁଣି ଏପରି ମିଥ୍ୟା ତଥ୍ୟ ବଳରେ ନ୍ୟାୟାଳୟକଂ ଅନୁକମ୍ପା ହାସଲର ଉଦ୍ୟମ ହୋଇଥିବା ଏବେ ସ୍ପଷ୍ଟ ହୋଇଛି। ଯାହାକି ଅଦାଲତ ଅବମାନ ନା ଭାବେ ବିଚାର କରାଯାଇପାରେ।ପୁଲିସରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀକ ତଥ୍ୟକୁ ସଂପୁର୍ଣ ଏଡାଇ ଦିଆଯାଇଛି ।ଫଳରେ ରାଜ୍ୟଉଚ୍ଚ ନ୍ୟାୟାଳୟ ଏସବୁ ତଥ୍ୟ ଅବଗତ ନ ଥିବାରୁ ତହସିଲଦାରକଂ ଅବରୋଧ ହଟାଇବା ନିର୍ଦ୍ଦେଶ ଉପରେ ସ୍ଥିତାବସ୍ଥା ବଜାୟ ର ଅନ୍ତରୀଣ ଆଦେଶ ଦେଇଛନ୍ତି। ବ୍ୟକ୍ତିଜଣକଂ କି ପ୍ରକାର ର ଭୂମିହୀନ ତାହାର ନଜିର ସ୍ଥାନୀୟ ଅଂଚଳବାସୀ ଦେଇଛନ୍ତି ଯାହା କୌତୁହଳ ସ୍ରୁଷ୍ଟି କରିଛି ।ମିଳିଥିବା ସୂଚନା ଅନୁଯାୟୀ ,ଅବରୋଧ କାରୀକଂ ନାମ ସୁବାସ ମହାପାତ୍ର ପି: ବାଇଧର ମହାପାତ୍ର ଘର ଅଡଶପୁର (ବେଢାସାହି) । ବାଇଧର ମହାପାତ୍ର ରାଜ୍ୟ ପରିବହନ ବିଭାଗରେ ଜଣେ ସରକାରୀ ଚାକିରୀଆ ଥିଲେ। ଦରମା ପାଉଥିବାରୁ ଅବସରପରେ ପେନସନ ପାଉଥିବାରେ କିଛି ଅସ୍ୱାଭାବିକତା ନାହିଁ।ସୁବାସକଂ ପତ୍ନୀକଂ ନାମ ମମତା ମହାପାତ୍ର । ତାଂକ ନାମରେ ଥିବା ଜମି ପଟା ଖାତା ନଂ 1187/306 ପ୍ଲଟ୍ ନଂ 333/6253 ଶାରଦ ଦୋ ଫସଲ, ରକବା ୨୯ ଡେଃ। ପ୍ଲଟ୍ ନଂ 189/6252 ଶାରଦ ୩ଫସଲ ରକବା ୩୩ ଡେଃ ମୋଟ ରକବା ୬୨ଡେଃ , ମୌଜା ଅଡଶପୁର, ଦାଖଲଖାରଜ କେଶ ନଂ 2586/05 ଖାତା ନଂ 635ରୁ ମ୍ୟୁଟେସନ କରି ଅଣାଯାଇଛି । ଖାତା ନଂ 739 ଦାଖଲ ଖାରଜ କେଶ ନଂ 2577/05,2578/05 ରୁ ନୂତନ ଖାତା ନଂ 1187/340 କୁ ମ୍ୟୁଟେସନ ହୋଇଛି ।ଏଥିମଧ୍ୟରେ ପ୍ଲଟ୍ ନଂ 1435 କିସମ ଘରବାରି ରକବା ୬ ଡେଃ । ପ୍ଲଟ୍ ନଂ.1476 କିସମ ପୋଖରି ରକବା ୮ଡେଃ, ୬ଟି ପ୍ଲଟ୍ ମୋଟ୍ ୨୪ ଡେଃ । ମୌଜା ଅଡଶପୁର ଖାତା ନଂ 3 ରୁ ୬ପ୍ଲଟ୍ ୫୭ ଡେଃ ରୁ ବିକ୍ରିଖର୍ଦ୍ଦି ବଳରେ ଅଂଶୀଦାର ଏହିସବୁ ତଥ୍ୟ ଭୂଲେଖରେ ରହିଛି ।ସରକାରୀ ଜମି ଆବଣ୍ଟନ ଆଇନ ଓ ନିୟମାବଳୀ ଆଧାରରେ ଭୂମିହୀନମାନକୁଂ ମାତ୍ର ୪ଡେଃ ଜମି ଦେବା ଆଗରୁ ତହସିଲ ରେକର୍ଡ ଯାଂଚ ହୋଇଥାଏ। ଯାହାକିଏହି ଅବରୋଧ କାରୀକଂର ସେହି ପାଇବା ମାନଦଣ୍ଡ ଯୋଗ୍ୟତା ନାହିଁ ।ଏହାଛଡା ଏକ ପର୍ଯ୍ୟଟନ ସ୍ଥଳୀ ଘୋଷଣା ପ୍ରତୀକ୍ଷାରେ ଥିବା କବି ଜୟଦେବକଂ ସାଧନାପୀଠର ପରିବ୍ୟାପ୍ତି ବଢିବାକୁ ଥିବାରୁ OGLS ACT ଓ OPLE ACT ଆଦି ଆଧାର ରେ ଏହାକୁ କାହାରି ନାମରେ ମ୍ୟୁଟେସନ କରା ଯାଇପାରିବ ନାହିଁ। ସବୁଠୁ ବଡକଥା ଯେ ବ୍ୟକ୍ତିଜଣକଂଉକ୍ତ ସରକାରୀ ପ୍ଲଟ ର ଜାଲ୍ ପଟା ପ୍ରସ୍ତୁତ କରି ସ୍ଥାନୀୟ କାନାରା ବ୍ୟାଂକ ଶାଖାରୁ ୫ଲକ୍ଷଟଂକା ରୁଣ ନେଇଥିବା ବେଳେ ତାହା ନ ଶୁଝିବାରୁ ବ୍ୟାଂକ ନିଲାମ ନୋଟିସ ଧରିତ୍ରୀ ଖବର କାଗଜ ରେ ବିଜ୍ଞାପନ ପ୍ରକାଶ କରିଥିଲା । କିିଛିଲୋକ ନିଲାମ ଧରିବାକୁ ଯିବାରୁ ସବ୍ କଲେକ୍ଟର ତହସିଲଦାର ଓ ବ୍ୟାଂକ ମ୍ୟାନେଜରକଂ ଟଣାଟଣିରୁ ରହସ୍ୟ ଫିଟିଥିଲା । ପରେ ବ୍ୟାଂକ କର୍ତ୍ତ୍ରୁପକ୍ଷ ଥାନାରେଏତାଲା ଦେଇଥିଲେଏବେ ସି.ବି ଆଇ ମାମଲା ର ତଦନ୍ତ କରୁଛି। ମାନ୍ୟବର ହାଇକୋର୍ଟ ଏସବୁ ଏପର୍ଯ୍ୟନ୍ତ ଜାଣି ନାହାନ୍ତି । ସ୍ଥାନୀୟ ଲୋକେଏବେ ଅବଗତ କରିବେ ବୋଲି ସ୍ଥିର କରିଛନ୍ତି।୨୯.୦୪.୨୦୧୯ ରେ ମାମଲାର ଶୁଣାଣୀ ବେଳେ ଆବେଦନ କାରୀକଂ ଓକିଲ କୋର୍ଟକୁଂ ଅବଗତ କରିଥିଲେ ଯେ ଅବରୋଧ ମାମଲାର ନୋଟିସ ସେ ପାଇନାହାନ୍ତି। ବିଚାରପତି ସରକାରୀ ଓକିଲକୁଂ ରେକର୍ଡ ମାଗିବାସହ ଯଦି ଅଭିଯୋଗ ମିଥ୍ୟା ହୋଇଥିବା ଜଣାପଡେ ତେବେ ବଡଆର୍ଥିକ ତଣ୍ଡ ଲାଗୁକରିବାକୁ ଅନ୍ତରୀଣ ଆଦେଶରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି କି ନ୍ୟାୟର ମନ୍ଦିର ରେ ଆ ଉ କେତେଦିନ ଏମିତି ମିଛ କହି, ଜାଣିଶୁଣି ଗୋଇଠା ମାରି ବିଷ୍ଣୁ କରିବା ଚାଲିଥିବ ?

High court interim order dt 29.04.2019

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]