ହାଇଟେକ୍ ଦୁର୍ଘଟଣା:ମୃତକ କିଏ,ଶବ ସତ୍କାର ହେଲା କାହାର??
କଟକ ଗ୍ରାମାଞ୍ଚଳ ଜିଲ୍ଲା (ନି.ପ୍ର)/ବ୍ୟୁରୋଚିଫ୍ ଦୁର୍ଘଟଣା ଓ ମୃତ୍ୟୁ ଅବଶ୍ୟମ୍ଭାବୀ,କାହାର କେତେ ବେଳେ ହୁଏ ତାହା କେବେ ଆଶା,ଆକଳନ କରା ଯାଇ ପାରେ ନାହିଁ।ହେଲେ ଅତ୍ୟାଧୁନିକ,A1,ଡି ଜିଟାଲ,ବିଜ୍ଞାନଯୁଗରେ ପରୀକ୍ଷା ନିରୀକ୍ଷାର ଏତେ ସୁବିଧା ସୁଯୋଗ ଥାଇମଧ୍ୟ ଏକ ବଡଚିକିତ୍ସାଳୟ ର ଡିଣ୍ଡିମ ପିଟୁଥିବା ଡାକ୍ତରମାନେ ବ୍ୟବଚ୍ଛେଦ ସଠିକ୍ ନକରି ଶବଦାହକରିବାକୁ ସୁଯୋଗଦେବା କେତେ ମହଙ୍ଗା ସାବ୍ୟସ୍ତ ହୋଇଛି ତାହା ଏବେ ସାମ୍ନାକୁ ଆସିଛି।ମିଳିଥିବା ତଥ୍ୟ ସୂଚନା ଅନୁଯା ୟୀ,ଭୁବନେଶ୍ୱରସ୍ଥ ହାଇଟେକ୍ ମେଡିକାଲ୍ ଦୁର୍ଘ ଟଣାରେ ୪ଜଣ ଗୁରୁତର ହୋଇଥିଲେ।ସେମାନ ଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁହୋଇ ଯାଇଥିଲା।ମୃତକଙ୍କ ମଧ୍ୟରୁ ଜଣେ ଜଟଣୀ ଅଞ୍ଚଳର ବୋଲି କୁହାଯାଇ ପରି ବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇ ଥିଲା,ନବବିବାହିତା ପତ୍ନୀ ସ୍ଵାମୀଙ୍କ ମୃତ୍ୟୁ ଖବର ଜାଣି,ଶବ ପହଞ୍ଚିବା ପରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥି ଲେ।ଏବେ ଅବ ଶିଷ୍ଟ ଆହତଙ୍କ ମଧ୍ୟରୁ ହୋସ ଆସିଥିବା ଚିକିତ୍ସା ଧୀନଙ୍କ ଠାରୁ ଜଣା ପଡ଼ିଛି ଯେ ମୃତକ ଜଟଣୀର ନଥିଲେ ବରଂ ମୃତକ ଜଣକ ଥିଲେ କଟକ ଜିଲ୍ଲା, ଗୋବିନ୍ଦପୁର ଥାନା,କୁଳବ୍ରାହ୍ମଣସାଇଲୋ ଗ୍ରାମର ଜ୍ୟୋତିରଞ୍ଜନ ମଲ୍ଲିକ,ପିତା:ଧୁନ ମଲ୍ଲିକ।ଏହାର ପ୍ରମାଣ sayanusandhana ଫାଇଲ ଫଟୋ ଆମେ ଏଥିସହ ପୋଷ୍ଟ କରୁଛୁ।ଯାହାକି ପ୍ରଥମ exclusive news।ଘଟଣା ଜଣାପଡ଼ିବାପ ରେ ଜ୍ୟୋତିଙ୍କ ଘର ପରିବାର,ତଥା ସାରା ଅଞ୍ଚଳ ରେ ଘୋର ପ୍ରତିକ୍ରିୟା,ଓ ଶୋକାକୁଳ ପରିସ୍ଥିତି ସୃଷ୍ଟିହୋଇଛି।ସ୍ଥାନୀୟ ଲୋକେ ହାଇଟେକ୍ ସମ୍ମୁ ଖରେ ଆନ୍ଦୋଳନ ଲାଗି ଗଲେଣି।ଫଳରେ ହାଇ ଟେକ୍ ଉପରେ ଏବେ ବିରାଟ ସନ୍ଦେହ,ଅବିଶ୍ବାସ ସୃଷ୍ଟି ହୋଇଛି।ତଦନ୍ତ ପରେ ସତ୍ୟ କଣ ତାହା ସ୍ପଷ୍ଟ ହେବ।