ଦୁର୍ନିତି ରାଜ୍ୟଖବର

୧୦୦ବର୍ଷର”ସମାଜ” ଅନ୍ୟକାଗଜର ପୁରୁଣା ଖବରକୁ କପିକରି ଛାପୁଛି !

Spread the love

କଟକ ୨୫।୯ ( ସ୍ୱ.ପ୍ର) ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେଉତ୍ସବ ମନାଉଥିବା ଉତ୍କଳମଣି କଂ ମାନସ ସନ୍ତାନ,ସ୍ୱାଧୀନତା ସଂଗ୍ରାମର ମୁକ୍ତିମଶାଲ ଜାଳିଥିବା “ସମାଜ”ଖବରକାଗଜ କିଭଳି ସ୍ଥିତିରେ ଅଛି ? ପରିଚାଳନାର ମୂଳଦୁଆ ପକେଇଯାଇଥିବା,ଆଦର୍ଶର ସୁରକ୍ଷା କବଚରେ ଅଭିମନ୍ତ୍ରିତ ପ୍ରୁଷ୍ଠପୋଷକ ମହାମନିଷୀ ମାନକଂ ପ୍ରଦର୍ଶିତ ମାର୍ଗରେ ଚାଲିଛି ନା କକ୍ଷଚ୍ୟୁତ ଉଲକା ପାଲଟିଛି ତାହା ଆଜି ପାଠକ,ସଚେତନ ନାଗରିକ ଓ ବୁଦ୍ଧିଜିବୀକଂ ପରଖିବାର ଅବକାଶ ଆସିଛି। କାରଣ ବିଜୟା ଦଶମୀରେ ଜନ୍ମ ଏହି ଅନୁଷ୍ଠାନ ଅସତ୍ୟଉପରେ ସତ୍ୟର ବିଜୟ ବୋଲି ଡିଣ୍ଡିମ ପିଟାଯାଇଥାଏ । ଅହିଂସା ମାର୍ଗରେ ସତ୍ୟ ନ୍ୟାୟ ପଥରେ ଅସହାୟ ପିଡୀତକଂ ସେବାରେ ଉତ୍ସର୍ଗୀକ୍ରୁତ ହେବାକୁ ପରାମର୍ଶ ଆଜି ଏଠାରେ ବାଟବଣା ବୋଲି ଅଭିଯୋଗଉଠୁଛି।ଗୋଟିଏ ଖବରକାଗଜର ମୁଖ୍ୟ ବା ଜୀବନ ହେଉଛି ଉତ୍ତମ ଖବର ,ଯାହା ଉପରେ ନିର୍ଭର କରି ପ୍ରସାରଣ ଓ ବିଜ୍ଞାପନ ବଢିଥାଏ।ମାତ୍ର କାଗଜଟିକୁ ପରିଚାଳନା କରୁଥିବା କର୍ମକର୍ତ୍ତା ମାନେ ଏଭଳି ପରିଚାଳନା କରୁଛନ୍ତି ଯେ ବାସ୍ତବ ବିକ୍ରି ସଂଖ୍ୟା କମିଯାଇ ପରସ୍ପରକୁ ତୋଷାମଦରେ କେବଳ ସନ୍ତୁଷ୍ଟି ମିଳୁଛି । ପରିସ୍ଥିତି ଏଭଳି ହୋଇଛି ପ୍ରସାରିତ ବହୁପଛରେ ଜନ୍ମ ନେଇଥିବା କାଗଜ ଏବେ ବହୁ ଆଗକୁ ଚାଲିଗଲେଣି । ଫଳରେ ବାଧ୍ୟହୋଇ ସ୍ଥିତିବଂଚେଇବାକୁ ଯାଇ ଏବେ ତଳପାହାଚ ଅର୍ଥାତ ସାମାଜିକ ଗଣମାଧ୍ୟମ ଖୋଲିବାକୁ ବାଧ୍ୟ ହୋଇଛି।ସବୁଠୁ ବଡ ଅପବାଦ ଯେ ନିଜସ୍ୱ ଧାରାରୁ ଓହରି ଯାଇ କାଗଜଟି ଅନ୍ୟ ନୂଆ ନୂଆ କାଗଜ ଗୁଡିକପରି ହକର ଓ ଏଜେଣ୍ଟ ମାନକୁଂ ସାମ୍ବାଦିକ କାର୍ଡ ବାଣ୍ଟି ବିକ୍ରି ବଢେଇବାକୁ ଚାପ ପକାଉଛି ଫଳରେ ସେମାନକଂ ଅନଭିଜ୍ଞତା ଯୋଗୁ ପ୍ରକାଶିତ ଖବରଗୁଡିକ ବିରୁଦ୍ଧରେ ସଂଖ୍ୟାଧିକ ମାମଲା ବିଭିନ୍ନ ନ୍ୟାୟାଳୟରେ ବିଚାରାଧୀନ । କେବଳଏତିକି ନୁହେଁ ଏଭଳି ହକର ମାନେ ନିଉଜର ” ନ” ଅକ୍ଷର ଜାଣି ନ ଥିବାରୁ କିମ୍ବା ସାମ୍ବାଦିକତାର ଧାର୍ ଧାରି ନ ଥିବାରୁ ପୁରୁଣା ଅନ୍ୟକାଗଜର ପୂର୍ବରୁ ପ୍ରକାଶିତ ଖବରକୁ ଧାଡି ଧାଡି ଉତ୍ତାରି ସମାଜ କାଗଜକୁ ପଠାଇଛନ୍ତି ଓ ତାହାସବୁ ଛପାଯାଇଛି । ଗୋଟିଏ କି ଦୁଇଟି ନୁହେଁ ସଂଖ୍ୟାଧିକ ଏପରି ପ୍ରକାଶିତ ଖବର ତୁଳନାତ୍ମକ ଭାବେ ଆମେ ପାଠକ କଂ ଅବଗତି ନିମନ୍ତେ କ୍ରମାଗତ ପେଶ୍ କରିବୁ । ସତ୍ୟର ଅନୁସଂଧାନ ଦାୟୀତ୍ୱ ପାଠକ କଂ ର ।ଏସବୁ ସମାଜ କର୍ତ୍ତ୍ରୁପକ୍ଷ ଓ ସଂପାଦନା ମଣ୍ଡଳୀ ଜାଣିନାହାନ୍ତି ତାହାନୁହେଁ ,ଠୋସ୍ ହାତରେ ଅବିକଳ ନକଲ ଧରେଇଦିଆଯିବା ପରେ ବି ପଦକ୍ଷେପ ଶୂନ୍ । ୟା ନା କି ସାମ୍ବାଦିକତା ? ସମାଜ କାଗଜର ସଂପାଦକୀୟ ବି ସଂପାଦକ ଲେଖନ୍ତିନି ଏକଥା ପାଠକେ ଜାଣନ୍ତି ? ସେମାନେ ପଢୁଥିବା ସଂପାଦକୀୟ ଯେ ତାଂକ ପାଇଂ ଅନ୍ୟଜଣେ ସବଏଡିଟର ହିଁ ଲେଖନ୍ତି ।ଏହା ପାଠକ କଂ ସହ ଧୋକାବାଜି ନୁହେଁ ତ ଆଉକଣ ? ତେବେ ସଂପାଦକ ପଦବୀଧାରୀଜଣକଂ ମାସିକ ୭୦/୮୦ ହଜାର ଟଂକା ଦରମା ନେଇ କରନ୍ତି କେଉଁକାମ ? ସଂପାଦକୀୟ ନିଜେ ଲେଖିବେନି ,ଅନ୍ୟକାଗଜରୁ କପିକରି ନିଉଜ ଛପାଇ ପାଠକକୁଂ ଦିଆଯିବ? ଲୋକେ ତାକୁ ଟଂକାଦେଇ କିଣିପଢିବେ କାହିଁକି ? ୧୦୦ବର୍ଷ ପାଳନ ଅବସରରେ ଯେଉଁସବୁ ମହାମନିଷୀ ସମାଜ ଅନୁଷ୍ଠାନର ପଦ ପଦବୀ ଅଳଂକ୍ରୁତ କରିଯାଇଛନ୍ତି ବୋଲି ସ୍ମ୍ରୁତିଚାରଣ କରାଯାଉଛି ଏଭଳି ଭେଳିକିପୂର୍ଣ କାର୍ଯ୍ୟ ସେମାନକଂ ଆତ୍ମାପ୍ରତି ଅପମାନ ନୁହେଁକି ?

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]