
୧୦୦ବର୍ଷରେ ସମାଜ;ସତ୍ୟଅହିଂସା କୁ ଛାଡି କେବଳ ମିଥ୍ୟା ଖବର ପଥରେ ଧାଇଁଛି !
ବୁଡିଗଲା ଗୋଡ ତଳକୁ ତଳକୁ !
ଜଗତସିଂହପୁର ୭।୧୦ (ଜିଲ୍ଲା ପ୍ରତିନିଧି) କଥାରେ ଅଛି ବୁଡିଗଲା ଗୋଡ ତଳକୁ ତଳକୁ। ସତ୍ୟଅଂହିସାକୁ ପାଥେୟକରି ଦିନେ ବାଟଚାଲୁଥିବା ସମାଜ ଖବର କାଗଜ ଏବେ ୧୦୦ ବର୍ଷରେ କିପରି ମିଥ୍ୟାକୁ ଆଶ୍ରୟ କରିଛି ଓ ମହାମନିଷୀକଂ ଆଦର୍ଶକୁ ଗୋଇଠା ମାରୁଛି ତାହା ଓଡିଆ ଖବରକାଗଜ ପାଠକମାନେ ଜାଣିବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି।୪ତାରିଖ ସମାଜ ବିରିଡି(ସ.ପ୍ର) ଡେଟ ଲାଇନରେ ପ୍ରକାଶ ପାଇଥିବା ବିଜେଡିର ପଦଯାତ୍ରା ଖବର ସଂପୂର୍ଣ ମନ ଗଢା ,କଳ୍ପନାପ୍ରସୂତ ଓ ମିଥ୍ୟା । ପ୍ରକାଶିତ ଖବର ସହ ଫଟୋଟି ବହୁପୁରୁଣା।ପଦଯାତ୍ରା ଦିନ ସଭ୍ୟସଂଗ୍ରହ ଅଭିଯାନ ଓ ପଦଯାତ୍ରା ଚା’ ସାଂଗରେ କଦଳୀ ଜଳଖିଆ ଖାଇବା ପରି ଲାଗୁଛି।କେବେ କେଉଁ ଅଂଚଳରେ ଏପରି ହୋଇଥିବ କାହିଁକି ଲାଗୁନି। ପଦଯାତ୍ରାକୁ ବିଧାୟକ କିମ୍ବା ସାଂସଦ ପ୍ରାୟତଃ ଶୁଭାରମ୍ଭ କରିଥାନ୍ତି । କିନ୍ତୁ ବିରିଡି ବ୍ଲକରେ ପଦଯାତ୍ରା ଯଦି ଶୁଭାରମ୍ଭ ହୋଇଥାନ୍ତା ବିଧାୟକ ବିଷ୍ଣୁଦାସ କିମ୍ବା ସାଂସଦ ଡାକ୍ତର ରାଜଶ୍ରୀମଲ୍ଲୀକ ଉପସ୍ଥିତ ନ ରହିବାର କାରଣ କଣ ? ଏମାନକଂର ଏହିପଦଯାତ୍ରାପ୍ରତି କଣ ସମର୍ଥନ ନ ଥିଲା କି ? ତେବେ ବିଜେଡିର କେଉଁ ୩ୟ ଗୋଷ୍ଠୀ ଏହାର ଆୟୋଜନ କରିଥିଲେ ? ଯେଉଁମାନକୁଂ ବିଷ୍ଣୁଦାସ କିମ୍ବା ରାଜଶ୍ରୀ ମ୍ୟାଡାମକଂ ସମର୍ଥନ ନ ଥିଲା ?ଏପରି କିପରି ହେଲା ?ପଦଯାତ୍ରା କେଉଁଠୁ ଆରମ୍ଭ ହୋଇ କେଉଁଠାରେ ଶେଷ ହୋଇଥିଲା ?ପ୍ରକ୍ରୁତ କଥା ହେଉଛି ଯେ ବିରିଡିବ୍ଲକରେ ଚଳିତ ବର୍ଷର ବିଜେଡି ପଦଯାତ୍ରା ଏଯାଏ ଆରମ୍ଭ ହୋଇନାହିଁ । ଅନ୍ୟ କେଉଁ ଖବରକାଗଜ କଥା ଅଲଗା। ସମାଜ ରେ ଏପରି ମିଥ୍ୟା ଖବର ପ୍ରସାରଣ ପାଠକ ସମୁଦାୟକୁ ଭୁଲବାର୍ତ୍ତା ଦେଉଛି ।ସମାଜ କର୍ତ୍ତ୍ରୁପକ୍ଷ ଗୋପବନ୍ଧୁକଂ ବାନା ନିନ୍ଦା ନକରି ସେଇପ୍ରତିମୂର୍ତ୍ତି ଛୁଇଁ କହନ୍ତୁ ଯେ ପ୍ରକାଶିତ ଖବରଟି ସତ୍ୟ । ଦେଖିବା କେତେ ତାକତ ଅଛି ??ପ୍ରକାଶିତ ଖବରକୁ ଏଠାରେ ପାଠକୀୟ ଅବଗତି ଓ ତର୍ଜମା ନିମନ୍ତେ ପେଶ୍ କରାଗଲା ।
ଏପରିଖବର ପ୍ରସାରଣଦ୍ୱାରା ଏକ ଭୂଲ ବାର୍ତ୍ତା ଗଲା ଯେ ବିରିଡି ବିଜେଡିରେ ସବୁକିଛି ଠିକ୍ ଠାକ୍ ଚାଲିନାହିଁ ।