
୧୩୨କେ.ଭି ବିଦ୍ୟୁତ ଲାଇନ ତଳେ ଚାଲିଛି ଇଟା କାରଖାନା:ଜୀବନ ବିପଦରେ,ଶ୍ରମିକକଂ ବୀମା ନାହିଁ !
ସରକାରଂକ ଟଂକିକିଆ ଚାଉଳପରେ ବି ଚାଲିଛି ଜୀବନ ସଂଗ୍ରାମ !
କାଗଜ କଲମରେ 5T ?
୧୩୨/୩୩ କେ.ଭି.ଫୁଲନଖରା ଓ.ପି.ଟି.ଏଲ ବିଦ୍ୟୁତଗ୍ରୀଡ,ନଡିଆଗୁରୁଡି ନିକଟରେ ବିଦ୍ୟୁତଲାଇନର ରାଇଟ ଅଫ ୱେ କ୍ଲିଅରାନସ ନ ଥାଇ ଲକ୍ଷାଧିକ ଟଂକା ମୂଲ୍ୟର ଏକ ଇଟା କାରଖାନା ଚଳାଯାଉଛି ବୋଲି ଅଭିଯୋଗ ହେଉଛି।ବିଦ୍ୟୁତ ବିଭାଗର ଜଣେ ବରିଷ୍ଠ ଅଧିକାରୀକଂ ସୂଚନା ଅନୁଯାୟୀ , ଉଚ୍ଚ ଶକ୍ତିସଂପନ୍ନ ବିଦ୍ୟୁତଶକ୍ତି ପରିବାହିତ ତାରର ଶକ୍ତି ଠାରୁ କେତେ ଦୂରରେ ଜନଜୀବନ ଚଳାଚଳ କରିବାକଥା ତାହା ସ୍ଥିର ହୋଇଛି । 66K.V ପର୍ଯ୍ୟନ୍ତ 18 ମିଟର ବା 59 .055118 ଫୁଟ 132 K.V ବିଦ୍ୟୁତ ଲାଇନ ପର୍ଯ୍ୟନ୍ତ 27 ମିଟର ବା 88..6992 ଫୁଟ ଦୂରତାର ବାହାରେ ରାଇଟ ୱେ ଅଫ କ୍ଲିୟରାନସ ଧାର୍ଯ୍ୟ ଅଛି ଏଥିରେ କୌଣସି ପରିସ୍ଥିତିରେ ଖିଲାପ ହୋଇପାରିବ ନାହିଁ କିମ୍ବା କାହାକୁ ଅନୁକମ୍ପା ଦେଖାଯାଇପାରିବ ନାହିଁ ।ନିରାପତ୍ତା ନିମନ୍ତେ ଏହା ହେଉଛି ଏଜମେଣ୍ଟ ଏରିଆ ।୧୮୫୩ ମସିହା ଟେଲିଗ୍ରାଫ ଆଇନ୍ ଆଧାରରେ ଉକ୍ତ ସ୍ଥାନକୁ ବିଭାଗ ନିଜଅଧୀନକୁ ନେଇପାରିବ ଓ ସର୍ବସାଧାରଣକଂ ଅନଧିକାର ଚଳାଚଳ କ୍ଷମତା ନିଷେଧ ଅଟେ।ଉକ୍ତ ଆଇନ ଅନୁଯାୟୀ ଏହାକୁ କୌଣସି ନ୍ୟାୟାଳୟରେ ଚ୍ୟାଲେଂଜ ବି କରାଯାଇପାରିବ ନାହିଁ ।ଏହାକୁ ଦ୍ରୁଷ୍ଟିରେ ରଖି ଓ.ପି.ଟି.ଏଲ ହରିଅନ୍ତା ,ଅନ୍ଧୋଟୀ ଅଂଚଳରେ ବହୁଚାଷୀକଂ ଭାତହାଣ୍ଡି କୁହାଯାଉଥିବା ଜମିକୁ ବିନାନୁମତିରେ (ଅଧିଗ୍ରହଣ)ଛଡେଇ ନେଇସାରିଛି।ନ୍ୟାୟାଳୟରେ ମାମଲା ରୁଜୁ କରିମଧ୍ୟ ଚାଷୀ ଏ ଯାଏ ସଫଳ ହୋଇ ପାରି ନାହାନ୍ତି।ଅଥଚ ଫୁଲନଖରା -ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ କୁହାଯାଉଥିବା ଓ ଆଗାମୀକୁ ଜାତୀୟ ରାଜପଥ ମାନ୍ୟତା ପାଇବାକୁ ଯାଉଥିବା ରାସ୍ତା ପାର୍ଶ୍ୱରେ ଅତ୍ୟୁଚ୍ଚ୧୩୨ କେ.ଭି ଲାଇନର ଏଜମେଣ୍ଟ ଏରିଆ ଭିତରେ ଆସୁଥିବା ସ୍ଥାନରେ କିପରି ଏକ ଇଟା କାରଖାନା ଗଢି ଉଠିଲା ? ଏଥିପାଇଁ ଅନୁମତି କିପରି ମିଳିଲା ? ଆଗାମୀ ଦିନ ନିମନ୍ତେ ଦୁର୍ଘଟଣାକୁ ଆମନ୍ତ୍ରୀ ଆଣି ସାଇତିଲା କିଏ ?ତାହା ବଡ ବିସ୍ମୟ ସ୍ରୁଷ୍ଟି କରିଛି ।ଏତେଉଚ୍ଚ ପଦସ୍ଥ ଅଧିକାରୀ ଏଇ ରାଜପଥ ଦେଇ ଯା ‘ ଆସ କରୁଛନ୍ତି।ମନ୍ତ୍ରୀ ଆଇ.ଏ.ଏସ୍.,ଆଇ.ପି.ଏସ ବିଶେଷତଃ 5T ବାବୁମାନେ ଦେଖି ନ ପାରିବା ଅତ୍ୟନ୍ତ ପରିତାପର ବିଷୟ।ଅଭିଯୋଗ ଯଦି ସତ୍ୟ ହୋଇଥାଏ ତୁରନ୍ତ ମାପଚୁପ କରି ଦେଖି ଓ ତତ୍କାଳ ପଦକ୍ଷେପ ନେବାଦରକାର।ସବୁଠୁ ବଡକଥା ହେଉଛି କି ଏହିକାରଖାନାରେ ନିୟୋଜିତ ପ୍ରାୟ ୧୫ ଜଣ ଶ୍ରମିକ ଯେଉଁମାନକଂର ଠିକଣା କି ପରିଚୟ ଜିଲ୍ଲା ଶ୍ରମ ବିଭାଗ ପାଖରେ ନାହିଁ ,କେତେ ବାଳଶ୍ରମିକ ନିୟୋଜିତ ଅଛନ୍ତି ? ସେମାନକଂର ଜୀବନ ବୀମା ହୋଇଛି କି ନାହିଁ ?ତାହା ଦେଖିବା ଦାୟୀତ୍ୱ କାହାର ? ରାଜ୍ୟରେ ଏକ ସରକାର ଅଛି ତାହା ବେଳେ ବେଳେ ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ସତ୍ୟାନୁସଂଧାନ ପ୍ରତିନିଧିକଂ ଆଖିରେ ଘଟଣା ପଡିବାପରେ କିଛିଦ୍ରୁଶ୍ୟ କ୍ୟାମେରାରେ କଏଦ ହୋଇଛି ଆମେ ଆମର ପ୍ରିୟ ପାଠକ ଓ ଦର୍ଶକକଂ ସମ୍ମୁଖରେ ଏଥିସହ ପେଶ୍ କରୁଛୁ ।