
୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ
ନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ….
କଟକ ଜିଲ୍ଲା,ଗ୍ରାମାଂଚଳ(ନି.ପ୍ର)ସୁଦୀର୍ଘ ୪୦ ବର୍ଷର ବ୍ୟବଧାନରେ ଆମ ରାଜ୍ୟର ନୂଆ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପର ପଦଧ୍ଵନି ଶୁଣାଇ ଛନ୍ତି,ଯଦି ଏହା କୌଣସି ରାଜନୈତିକ ଭାଷଣ ବାଜିର ଅଂଶ ନହୋଇ ବାସ୍ତବତାର ରୂପ ନିଏ,ତେବେ ସରକାରଙ୍କ ଏହି ଜନମଙ୍ଗଳ,ମହତକାଙ୍କ୍ଷୀ ପଦକ୍ଷେପ ଇତିହାସର ସ୍ଵର୍ଣ୍ଣଲିପି ପାଲଟିବା ନିଶ୍ଚିତ।

ଛପା ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟର ସାରାଂଶ ଅନୁଯାୟୀ:-
(୧)ସୁ-ଶାସନ ଓ ଗରୀବ କଲ୍ୟାଣ ପାଇଁ ବ୍ଲକ ଗୁଡ଼ିକର ବିଭାଜନ ଓ ନୂଆ ବ୍ଲକ ଗଠନର ଆବଶ୍ୟକତା ରହିଛି।(୨)ଏହି ବିଭାଜନ ଓ ପୁନର୍ଗଠନ ନିମ ନ୍ତେ ଏକ କମିଶନ ଗଠନର ଆବଶ୍ୟକତା ରହିଛି,ଯେ କି ପୁନର୍ଗଠନର ମାନଦଣ୍ଡ ସ୍ଥିର କରିବେ।(୩)୧୯୫୮ମସିହାରେ ରାଜ୍ୟରେ ବ୍ଲକସଂଖ୍ୟା ୧୨୪ଥିଲା,୧୯୬୧ରେ ଏହା ୨୧୪ ହେଲା ବେଳେ ଜନସଂଖ୍ୟା ୧କୋଟି ୭୫ଲକ୍ଷ ଥିଲା,୧୯୬୩ରେ ବ୍ଲକ ସଂଖ୍ୟା ୩୦୪ ଓ ୧୯୮୪ରେ ବ୍ଲକସଂଖ୍ୟା ବଢ଼ି ୩୧୪ହେଲା ଅଥଚ ୪୦ବର୍ଷ ଭିତରେ କୌଣସି ବ୍ଲକପୁନର୍ଗଠନ ହୋଇ ନାହିଁ,ଏବେ ରାଜ୍ୟର ଜନସଂଖ୍ୟା ବଢ଼ି ସାଢେ଼ ୪କୋଟି ଟପିଲାଣି!
ମାନଦଣ୍ଡଧାର୍ଯ୍ୟ ପାଇଁ ବ୍ଲକପୁନ ର୍ଗଠନ କମିଶନ ଗଠନ କେବେ??
ପୂର୍ବରୁ ଯେତେ ସରକାର ସମୟରେ ଏହିସବୁ ବ୍ଲକ ପୁନର୍ଗଠନ ହୋଇଛି ସେତେବେଳେ ସେଗୁଡିକ ରାଜ୍ୟରେ ଅଣ-ବିଜେପି ସରକାର ସମୟରେ ହିଁ ହୋଇଛି।ତେଣୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ହାତମାରିବା ଆଗ ରୁ ରାଜ୍ୟର ନୂଆସରକାର ଆଗ ବ୍ଲକପୁନର୍ଗଠନକମିଶନ ଅବିଳମ୍ବେ ଗଠନ ନକରି ଏ ରାଜନୈତିକ ଧୁଆଁବାଣ ଛାଡ଼ିବା,ନିଜକୁ ନିଜେ ଘାଇଲା କରିବା ସହସମାନ।କାରଣ ନୂଆସରକାରରେ ଥିବା ବିଭାଗୀୟ ମନ୍ତ୍ରୀମାନେ ପୂର୍ବର କିଛି ନା କିଛି ନିଜନିଜ ଅଞ୍ଚଳ ସଂପର୍କରେ ଅଭିଜ୍ଞ,ଅନୁଭୂତି ସଂପନ୍ନ ଅଟନ୍ତି ।ତେଣୁ ସେମାନେ ସମସ୍ତେ ଜାଣିଛନ୍ତି କି ନଦୀ,ନାଳ,ପାହାଡ,ପର୍ବତ,ଜଙ୍ଗ ଲଘେରା ଓଡିଶାର ଭୌଗୋଳିକ ଅବସ୍ଥିତି ହିଁ ଜନସାଧାରଣଙ୍କୁ ପ୍ରଶା ସନ ଅଭିମୁଖି କରାଇବାରେ ପ୍ରଧାନ ବାଧକସାଜିଛି।ତେଣୁ ପୁନର୍ଗଠନର ପ୍ରଥମ ମାନଦଣ୍ଡ ଏହା ହେବା ଉଚିତ୍।ନଦୀରେ ସେତୁଟିଏ ଏସବୁ ବାଧକକୁ କଦାପି ପୂରଣ କରିପାରିବ ନାହିଁ,ଏମିତି ଅଞ୍ଚଳସବୁ ଅଛି,ଯେଉଁଠି ନଦୀରେ ଏକା ଧିକ ସେତୁ ନିର୍ମାଣସତ୍ତ୍ୱେ ବି ଆଜି ରାସନପାଇଁ,ଜମିବିକ୍ରି ଖର୍ଦି,ମୁଟେଶନ, ଥାନା,ପୁଲିସ,ଅଗ୍ନିଶ୍ରମ ସେବା ଅପହଞ୍ଚ ହୋଇରହିଛି।ଏହାର ଉଦାହରଣ କଟକ ଓ ରାଜ୍ୟ ରାଜଧାନୀ ଠାରୁ ମାତ୍ର ୩୫କିମି ଦୂରରେ ଥିବା ଉପକୂଳ କଟକ ଜିଲ୍ଲାର ଦେବୀ ଓ କନ୍ଦଳ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ କଣ୍ଟା ପଡ଼ା ଓ ନିଆଳି ବ୍ଲକଦ୍ବୟ ମଧ୍ୟରେଥିବା ପଞ୍ଚାୟତ ଗୁଡ଼ିକ।ଏଠାରେ ଥିବା ମୋଟ ୧୪ଗୋଟି ପଞ୍ଚାୟତ ନିମନ୍ତେ ଏକ ନୂତନବ୍ଲକ ଓ ସ୍ଵତନ୍ତ୍ର ଥାନାର ଆବଶ୍ୟକତା ବହୁବର୍ଷରୁ ରହିଆସିଛି।ସବୁଠୁ ବଡ କୌତୁହଳର ବିଷୟଯେ ଏହିଅଞ୍ଚଳରେ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ମାନନୀୟା ପ୍ରଭାତୀ ପରିଡ଼ାଙ୍କ ବାପଘର,ତେଣୁ ନୂଆ ସରକାରଙ୍କୁ ଏସବୁ ବୁଝିବାକୁ ବିଶେଷ ଅସୁବିଧା ନାହିଁ।ଦେବୀ-କନ୍ଦଳ ନୂତନ ବ୍ଲକ ହେଲେ ନିଆଳିର କିଛି ଅଂଶ ଓ କଣ୍ଟାପଡ଼ାର କିଛି ଅଂଶକୁ ନେଇ ଏକ ଅତି ସୁନ୍ଦର ବ୍ଲକ ଗଠନ ହୋଇ ପାରନ୍ତା!
ଦ୍ଵିତୀୟ ଉଦାହରଣ:ନିଶ୍ଚିନ୍ତ କୋଇଲି ବ୍ଲକର ୪୧ ପଞ୍ଚାୟତ ମହାନଦୀ,ଲୁଣା, ଚିତ୍ରୋତ୍ପଳା ନଦୀ ଇଲାକାରେ ୨୪ ପଞ୍ଚାୟତ!!!
ଦ୍ଵିତୀୟ ଉଦାହରଣ ଭାବେ ନିଆଯାଇପାରେ କଟକ ଗ୍ରାମାଂଚଳ ଜିଳ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ:ଏହି ବ୍ଲକ ଅନ୍ତର୍ଗତ ମୋଟ ୪୧ଗୋଟି ପଂଚାୟତ ମଧ୍ୟରୁ ବ୍ଲକ ମୁଖ୍ୟାଳୟ ନିଶ୍ଚିନ୍ତକୋଇଲି କଟକଜିଲ୍ଲା ମୁଖ୍ୟାଳୟ ସହ ସିଧା ସଳଖ ରାଜପଥରେ ସଂଯୁକ୍ତରହିଛି,ବ୍ଲକମୁଖ୍ୟାଳୟ ନିଶ୍ଚିନ୍ତକୋଇଲିକୁ ଲାଗି ଥିବା ନିଶ୍ଚିନ୍ତକୋଇଲି,କୋଲଣପୁର,ବରାଦ,କେନ୍ଦୁପାଟଣା,ଜିଗିନିପୁର,ଫୋ ଗଳ,ଜୟୀରାମପୁର,ରାମକୃଷ୍ଣପୁର,ଲତକେଇ,ବୁହାଳ,ସରପଡ଼ା,କଟରପ ଡ଼ା,ଗୋପପୁର,ସୁକରପଡ଼ା,କେଣ୍ଟାଳ,କଟିକଟା,ଅସୁରେଶ୍ୱର ଆଦି ୧୭ଟି ପଂଚାୟତ ଥିବାବେଳେ,ଅପର ପକ୍ଷରେ ବ୍ଲକ ମୁଖ୍ୟାଳୟରୁ ନଦୀ ଦ୍ଵାରା ବିଚ୍ଛିନ୍ନ
(ଲୁଣା-ଚିତ୍ରୋତ୍ପଳା)ଅବବାହିକାରେ ତରତ,ବନ୍ଧକାଟିଆ,କେରିଲୋ,ଜମ ରା,ଓର୍ତ୍ତି,ନରେନ୍ଦ୍ରପୁର,ନଗେଶପୁର,ଝାଡେଶ୍ୱରପୁର ଦାଉଦପୁର,ତିଳକଣା, ବାଲିଆପଦା,ନେମାଳ ଆଦି ୧୨ଗୋଟି ପଞ୍ଚାୟତ ରହିଛି,ଏମିତି କି ନିଶ୍ଚିନ୍ତ କୋଇଲି ବ୍ଲକ ଅସୁରେଶ୍ଵର ପଞ୍ଚାୟତର ୧୪ଟି ୱାର୍ଡ ମଧ୍ୟରୁ ୨ଟିୱାର୍ଡ ଏହି ଦୁଇନଦୀର ଅବବାହିକାରେ ରହିଛି।
ସେହିଭଳି ଏହି ବ୍ଲକ ଅନ୍ତର୍ଗତ(ଚିତ୍ରୋତ୍ପଳା-ମହାନଦୀ)ଅବବାହିକାରେ ରହିଛି ମହମ୍ମଦପୁର,ଉତ୍ତରକୁଳ,ବାବୁଜଙ୍ଗ,ପାଳଦା,ମାଣପୁର,ସିର୍ଲୋ,ବନ୍ଧୁ ପୁର,ଜନାର୍ଦ୍ଦନପୁର, କଳମିସ୍ରି,ବଳରାମପୁର,ସାନ୍ତପୁର ଆଦି ୧୧ଟି ଗ୍ରାମ ପଞ୍ଚାୟତ।ତେଣୁ ଏହି ସବୁ ଅଞ୍ଚଳର ମାଣପୁର ପରି ପଞ୍ଚାୟତ ଯାହାକି ବ୍ଲକ ମୁଖ୍ୟାଳୟ ଠାରୁ ପ୍ରାୟ ୪୦କିମି ଦୂରରେଥାଇ ପ୍ରଶାସନର କି ସୁଫଳ ପାଉ ଥିବେ ତାହା ସହଜରେ ଅନୁମାନ,ଅନୁଭବ କରାଯାଇପାରେ।ମାତ୍ର ପୂର୍ବ ସରକାର ୨୪ବର୍ଷକାଳ ଲଗାତର ଭାବେ କ୍ଷମତାରେ ଥାଇ ଯାହା ଜନସମ ସ୍ୟାକୁ ଅଣଦେଖା କରିଛନ୍ତି ତାହାର ଆଲୋଚନା ଏଠାରେ ରାଜନୈତିକ ଧୃଷ୍ଟତାହେବ।ତେବେ ନୂଆ ସରକାର ଏହା ଏବେ ଅନୁଭବ କରି ଥିଲେହେଁ କାର୍ଯ୍ୟକାରିତା ନେଇ ଘୋରସଂଶୟ ରହିଛି,କାରଣ ଏଥିରେ ବ୍ଲକପୁନର୍ଗଠ ନ ପ୍ରସଂଗସହ ପଞ୍ଚାୟତ ପୁନର୍ଗଠନ ପ୍ରସଙ୍ଗ ବି ଜଡ଼ିତ ଅଛି।ନଚେତ ନଦୀ ପାର ଲୋକଙ୍କୁ ସମସ୍ୟା ସେଇ ଏକାହୋଇ ରହିଯିବ।ଯେମିତିକି ନିଶ୍ଚିନ୍ତ କୋଇଲି ବ୍ଲକକୁ ୩ଟିବ୍ଲକରେ ବିଭକ୍ତ କରା ନଗଲେ ସମସ୍ୟା ଯଥା ପୂର୍ବମ ତଥା ପର ହୋଇ ରହିବ।