breaking News ଜିଲ୍ଲାଖବର ଦୁର୍ନିତି

୬କୋଟି ୧୯ଲକ୍ଷ ଟଙ୍କାର ପଥର ଯନ୍ତ୍ରୀଙ୍କ କାରନାମାରୁ ନଦୀରେ ମିଳେଇ ଗଲା!

Spread the love

କଟକ ଗ୍ରାମାଞ୍ଚଳ(ନି.ପ୍ର)୧୯।୯ରାଜ୍ୟ ସରକାର ନାବାର୍ଡରୁ ଋଣ ଆଣି ଜଳସମ୍ପଦ ବିଭାଗ ମାର୍ଫତ ରେ ଜନକଲ୍ୟାଣ ନିମନ୍ତେ ଯନ୍ତ୍ରୀ ମାନଙ୍କ ଯାନ୍ତ୍ରିକ ଜ୍ଞାନ ଭରସାରେ କୂଳ ଖାଇ ଯାଉଥିବା ନଦୀ ବନ୍ଧକୁ ସୁରକ୍ଷା ଲାଗି ପ୍ରାୟ ୬କୋଟି ୧୯ଲକ୍ଷ ଟଙ୍କା ଦେଇ ଥିଲେ।ମାତ୍ର ବାଡ଼ ଫସଲକୁ ସୁରକ୍ଷା ଦେବ କଣ? ଓଲଟା ଯାନ୍ତ୍ରିକ ଜ୍ଞାନ ବଳରେ ଫସଲକୁ ଖାଇଗଲା!! କିନ୍ତୁ ଈଶ୍ବରଙ୍କ ଲୀଳା ବଡ ବିଚିତ୍ର।ନଦୀରେ ପ୍ରବାହି ତ ଚଳିତ ବନ୍ୟାଜଳ ଯେଉଁ ଚିହ୍ନ ଛାଡ଼ି ଯାଇଛି,ସେ ଥିରେ କି ପ୍ରକାର କାର୍ଯ୍ୟ ହୋଇଥିଲା ତାହା ଏବେ ସାମ୍ନାକୁ ଫୁଟି ବାହାରିଛି।ବିବରଣୀ ଅନୁଯାୟୀ, ଛତିଶଗଡ଼ରେ ମହାନଦୀରେ ସଂଖ୍ୟାଧିକ ବନ୍ଧ ନିର୍ମାଣ ପରେ ମହାନଦୀ ଓ ଏହାର ଶାଖା ନଦୀ ଗୁଡ଼ିକରେ ପୂର୍ବ ଭଳି ଆଉ ପର୍ଯ୍ୟାପ୍ତ ଜଳ ପ୍ରବାହିତ ହେଉନାହିଁ।ଯେଉଁଥି ଲାଗି ଅନେକ ଠିକାଦାର ଓ ଅସାଧୁ ଯନ୍ତ୍ରୀଙ୍କ ମନ ଭାରି ଦୁଃଖ।ତେବେ କେତେକ ଆଗଭଳି ନିଆଁଗିଳା କାମ ଚାଲୁ ରଖି ଭିଜିଲାନ୍ସ ହାତରେ ଲୋକହସା ବି ହେଉଛନ୍ତି।ଏମିତି ଏକ ଘଟଣା ଏବେ ଲୋକାୟୁକ୍ତଙ୍କ ହାବୁଡ଼ରେ ପଡ଼ି ହୋସ ଉଡ଼ାଇ ଦେବାକୁ ଯାଉଛି।ତଥ୍ୟ ଅନୁଯାୟୀ,

ମହାନଦୀର ଶାଖା କାଠଯୋଡ଼ି ଓ ଏଥିରୁ ବାହାରି ଥିବା ଦେବୀନଦୀ ଶାଖା କନ୍ଦଳନଦୀର ଦକ୍ଷିଣ ପାର୍ଶ୍ଵ ବାବଜା ଗ୍ରାମ ନିକଟରେ ଆର୍.ଡି ୪୦କିମିରୁ ୪୧ କି.ମି ପର୍ଯ୍ୟନ୍ତ ନଦୀବନ୍ଧ କୁଳ ଖାଇ ଯାଉଥିବା ଓ ଏ ହାର ସୁରକ୍ଷା ନିମନ୍ତେ ନାବାର୍ଡର ୬କୋଟି ୧୯ଲକ୍ଷ ଟଙ୍କାର ଆର୍ଥିକ ସହାୟତାରେ ପ୍ରାଚୀ ଜଳସମ୍ପଦ ବିଭାଗ ଅଧିନସ୍ଥ କଣ୍ଟାପଡ଼ା ଜଳସମ୍ପଦ ବିଭାଗ ମାର୍ଫତରେ ପବନି ନାୟକ ନାମକ ଠିକାଦାର ଚୟ ନ ହୋଇଥିଲେ।ତେବେ ଆରମ୍ଭରୁ ଯନ୍ତ୍ରୀ-ଠିକାଦାର ମଧୁ ଚନ୍ଦ୍ରିକାରୁ କପୋଳକଳ୍ପିତ ଅଟକଳ ଫର୍ଦ୍ଦ ପ୍ରସ୍ତୁତ ହୋଇଥିବା,ଅଗଭୀର, ଶୁଖିଲା ନଦୀ ଶଯ୍ୟାକୁ ଗଭୀର ଗଣ୍ଡ ଦର୍ଶାଇ ଶୁଖିଲା ନଦୀରେ ଡଙ୍ଗା ଯୋଗେ ବଡ଼ ବଡ଼ ପଥର ପରିବହନ କରାଯାଇ ଥିବା,ପଥରକୁ ବ୍ଲାଷ୍ଟିଂ କରିବାର ଖର୍ଚ୍ଚ ଆଦି ସମ୍ପୃକ୍ତ ଯନ୍ତ୍ରୀ ମାନେ ଦର୍ଶାଇ ଥିଲେ।ସ୍ଥାନୀୟ ଅଞ୍ଚଳରୁ ଲିଖିତ ଅଭିଯୋଗ ରାଜ୍ୟ ଭିଜିଲାନ୍ସ ମୁଖ୍ୟାଳୟ ରେ କଟକ ଭିଜିଲାନ୍ସ ଏସ ପି ଙ୍କୁ ପ୍ରଦାନ କରାଯାଇ ଥିଲା।ଏସ.ପି. ଏହା ଉପରେ ନିଜ ସ୍ଵହସ୍ତରେ ନାଲି କାଳୀ ରେ କିଛି ଲେଖି ରଖିଥିଲେ ହେଁ କୌଣସି ପଦକ୍ଷେପ ନେଇ ନ ଥିଲେ।ଅଭିଯୋଗକାରି ମାନଙ୍କ ଏସ.ପି ଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ହେବାରୁ ସେମାନେ ପୁନର୍ବାର ତାଙ୍କୁ ଭେଟିଥିଲେ,ମାତ୍ର ତ୍ରିସ୍ତ ରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ନିର୍ବାଚନ ପରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଓ ଆଳ ଦେଇଥିଲେ।ନିର୍ବାଚନ ଶେଷ ପରେ ମଧ୍ୟ ଭିଜିଲାନ୍ସ ନୀରବ ରହି ବାରୁ ଅଭିଯୋଗକାରୀ ମାନେ ପୁନଶ୍ଚ ସାକ୍ଷାତ କରି ଥିଲେ,କିନ୍ତୁ କାର୍ଯ୍ୟାଳୟରୁ ଏସ.ପି ଙ୍କ ସ୍ବାକ୍ଷରିତ ଅଭି ଯୋଗ ପତ୍ର କେଉଁ ଆଡେ ଗାଏବ ହୋଇ ଯାଇ ଥିଲା।(ଦେଖନ୍ତୁ ଏଥିସହ ଏସ ପି ଙ୍କ ସ୍ୱହସ୍ତ ସ୍ବାକ୍ଷରିତ ନାଲି କାଳୀର ଏ ଲେଖା)

ଏବେ ଚଳିତ ବନ୍ୟା ଜଳ ଯେଉଁ ଚିହ୍ନ ଛାଡି ଯାଇଛି ସେଥିରୁ କିପରି ମିଥ୍ୟା ବିଲ କରି କୋଟି କୋଟି ଟଙ୍କା ଅସାଧୁ ଠିକାଦାର ଓ ଯନ୍ତ୍ରୀ ମିଳି ଲୁଟି ନେଇ ଛନ୍ତି ତାହାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିଛି।ଅଭିଯୋଗ ହୋଇଛି କି ସଂପୃକ୍ତ ଯନ୍ତ୍ରୀ ଏଥିରେ ଠିକାଦାରଙ୍କ ସହିତ କାମରେ ଭାଗ ରହିଛନ୍ତି।ଏହି ସମସ୍ତ ପ୍ରମାଣ ସହିତ ଭିଜିଲାନ୍ସ ଏସ ପି ଙ୍କ ହାତ ଲେଖାର ନକଲ ,ସୂଚନାଧିକାର ଆବେଦନ ପତ୍ରର ନକଲ ଓଡ଼ିଶା ଲୋକାୟୁକ୍ତଙ୍କ ବିଚାରାଧୀନ।ସ୍ମରଣ ଯୋଗ୍ୟ ଯେ ଅନୁରୂପ ଉପାୟରେ ରାସ୍ତା ଆଲୋକି କରଣ ପ୍ରକଳ୍ପରେ ବଡ଼ପାଟସୁନ୍ଦରପୁର ଗ୍ରାମ ପଂଚା ୟତରେ ସରପଞ୍ଚ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ସର କାରୀ ପାଣ୍ଠି ଆତ୍ମସାତ କରିଥିବା ଘଟଣାରେ ଲୋକା ୟୁକ୍ତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ଦୁର୍ନୀତି ନିବା ରଣ ଆଇନ ଧାରା ୧୩ ଆଧାରରେ ଦଣ୍ଡବିଧାନ ସୁପା ରିଶ ହୋଇଛି,ଯାହା ବିରୁଦ୍ଧରେ ଅଭିଯୁକ୍ତ ପଞ୍ଚାୟତ ନିର୍ବା ହୀ ଅଧିକାରୀ ହେମନ୍ତଦାଶ ଓ ପୂର୍ବ ସରପଞ୍ଚ ଦିଲ୍ଲୀ ପ ସ୍ୱାଇଁ ବନାମ ରାଜ୍ୟ ସରକାର ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟଙ୍କ ଇଜଳାସରେCRLMC ରୁଜୁ କରିଛନ୍ତି।ଏଣୁ ଉକ୍ତ ଘଟଣାରେ ଯେ ଇତିହାସ ର ପୁନରାବୃତ୍ତି ନ ହେବ ତାହା କିଏ କହିବ??? ଏ ସମ୍ପର୍କରେ ସମୃକ୍ତ ଯନ୍ତ୍ରୀ ନିରୋଜ ପଲାଇଙ୍କ ପ୍ରତି କ୍ରିୟା ନିଆଯାଇ ଥିଲା।ସେ କହିଥିଲେ ତଦନ୍ତ ହେଲେ ଯିଏ ଦୋଷୀ ଦଣ୍ଡ ପାଇବ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]