
୬୦ନଂ ରାଜ୍ୟରାଜପଥର ବାଗଲପୁରଛକ ୩୩କେ.ଭି ଲାଇନପାଖରେ ନିର୍ମାଣକାର୍ଯ୍ୟକୁ ବିଦ୍ୟୁତ ବିଭାଗର ନିଷେଧାଦେଶ
ଫୁଲନଖରା-ନିଆଳି ୬୦ନମ୍ବର ରାଜ୍ୟ -ରାଜପଥ ପାର୍ଶ୍ୱସ୍ଥ ବାଗଲପୁର ତ୍ରିଛକି ନିକଟରେ ନିଆଳି ଆଡକୁ ଫୁଲନଖରା ୧୩୨ /୩୩ ବିଦ୍ୟୁତ ଗ୍ରୀଡରୁ ଯାଇଥିବା ୩୩ କେ.ଭି ବିଦ୍ୟୁତଲାଇନର ଖୁବ ନିକଟରେ ଏଜମେଣ୍ଟ ଏରିଆ ମଧ୍ୟରେ ଆସୁଥିବା ଏକ ନିର୍ମାଣ କାର୍ଯ୍ୟକୁ ବିଦ୍ୟୁତ ବିଭାଗର ବିଭିନ୍ନ ଧାରାରେ ନିଷେଧ କରାଯିବା ସହିତ ଏହାକୁ ବନ୍ଦରଖି ନିର୍ମାଣ ସରିଥିବା କାର୍ଯ୍ୟକୁ ଅବତରଣ କରିନେବାକୁ ନିର୍ଦ୍ଦେଶ ଜାରୀ ହୋଇଛି ।ବିଦ୍ୟୁତ ଉପଖଣ୍ଡ ଅଧିକାରୀ, ଗୋପାଳପୁର,ଶ୍ରୀ ଚନ୍ଦ୍ରଭାନୁ ମହାନ୍ତିକଂ ସଂପ୍ରୁକ୍ତ ହିତାଧିକାରୀଂକୁ ପ୍ରଦତ୍ତ ଗତକାଲିର ପତ୍ରାଂକ୫୬୦/୧-୧୧-୧୯ରୁ ଏହା ଜଣାପଡିଛି।ବିଦ୍ୟୁତଆଇନ୨୦୧୦ ଧାରା ୫୮,୬୦,୬୧,୬୪, ଓ ୭୬ ଆଦିର ଉଲଂଘନରେ ବ୍ୟବସାୟୀକ ଉଦ୍ଦେଶ୍ୟରେ ନିର୍ମାଣାଧୀନ ଏହିକୋଠା ୩୩କେ.ଭି ବିଦ୍ୟୁତ ଲାଇନର ଧାର୍ଯ୍ୟ ନିରାପତ୍ତା ବଳୟ ମଧ୍ୟରେ ଆସୁଥିବା ବିଭାଗ ଦାବୀକରିଛି ।ଏଣୁ ଗ୍ରୁହ ମାଲିକଂକୁ ଏଥିରୁ ବିରତ ରହିବାକୁ ସତର୍କ କରାଯିବା ସାଂଗକୁ ଜନସାଧାରଣକଂ ପ୍ରତି ଯେ କୌଣସି ସମୟରେ ବିପଜ୍ଜନକ ସାବ୍ୟସ୍ତର ଆଶଂକାଥିବାରୁ ନିର୍ମିତ ଅଂଶକୁ ଖୋଲିଦେବାକୁଏଥିରେ ନିର୍ଦ୍ଦେଶ ଦିଆଯାଇଛି ଧାର୍ଯ୍ୟ,ବିଦ୍ୟୁତ ବିଭାଗ ଆଇନ ଆଧାରରେ ବିଦ୍ୟୁତ ନିର୍ବାହୀଯନ୍ତ୍ରୀ ଯୋବ୍ରାକୁଂ ଆବେଦନ କରିବାକୁ ପତ୍ର ରେ ପରାମର୍ଶ ଦିଆଯାଇଛି ।ତେବେ ସଂପ୍ରୁକ୍ତ ହିତାଧିକାରୀକଂ ପ୍ରତିକ୍ରିୟା ମିଳିପାରିନାହିଁ।ସୂଚନାଯୋଗ୍ୟ ଯେ ଧନ ଜୀବନର ନିରାପତ୍ତା ନିମନ୍ତେ ଉଚ୍ଚଶକ୍ତି ଅନୁଯାୟୀ ବିଦ୍ୟୁତ ସରବରାହ ଲାଇନ ଉଭୟ ପାର୍ଶ୍ୱର କେତେମିଟର ଦୂରତା ମଧ୍ୟରେ ସମସ୍ତ ଜନ ଚଳାଚଳ ନିର୍ମାଣ ଆଦିପ୍ରତି ସ୍ଥାୟୀ ନିଷେଧାଦ୍ଦେଶ ରହିଛି ।୩୩ କେ.ଭି ଲାଇନର ଉଭୟପାର୍ଶ୍ୱ ୫.୩ମିଟରରୁ୬.୦୨ ମିଟର ଧାର୍ଯ୍ୟ ଥିବା ବିଦ୍ୟୁତ ବିଭାଗର ଡି.ଜି.ଏମ ପାହ୍ୟାର ଜଣେ ବରିଷ୍ଠ ଅଧିକାରୀ ଇଂଜିନିୟର ପ୍ରଶାନ୍ତ ପଟନାୟକକୁଂ ପଚାରିବାରେ ଜଣାପଡିଛି।ଏଭଳି ସ୍ଥଳେ ବାଗଲପୁରରେ ନିର୍ମାଣାଧୀନ ବ୍ୟବସାୟୀକଂ ଉକ୍ତ କୋଠାଟିଏହି ନିଷେଧାଦ୍ଦେଶ ନିୟମାବଳୀ ମଧ୍ୟରେ ଆସୁଥିବା ବିଭାଗ ଦାବୀ କରିଛି ।ଯାହାକି ବିଭାଗର ବିନା ପ୍ରାକ୍ ଅନୁମତିରେ ନିର୍ମାଣ ଚାଲିଥିଲା ବୋଲି ଗୋପାଳପୁର ବିଦ୍ୟୁତ ବିଭାଗ ଏସ.ଡି.ଓ, ଶ୍ରୀ ଚନ୍ଦ୍ରଭାନୁମହାନ୍ତିକଂ ଠାରୁ ଜାଣିବାକୁ ମିଳିଛି ।
