
୬ ବର୍ଷର ଶିଶୁକୁ ଦୁଷ୍କର୍ମ ! ଅବସ୍ଥା ଗୁରୁତର,ଅଭିଯୁକ୍ତ ଅଟକ

କଣ୍ଟାପଡ଼ା,୨୪/୪(ନି.ପ୍ର)କଟକ ଜିଲ୍ଲା,ଓଲଟପୁର ଥାନା ଅଡଶପୁର ,ବାଲିସାହି ଭୋଇ ସାହିରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା।ଗାଁ ଦାଣ୍ଡରେ ସାଙ୍ଗ ମାନଙ୍କ ସହ ଖେଳୁଥିବା ୬ବର୍ଷର କୋମଳ ମତି,ଭଲଭାବରେ କଥା କହି ଶିଖି ନ ଥିବା ଏକ ଶିଶୁକୁ ଦୁଷ୍କର୍ମ! ଦୁଷ୍କର୍ମକାରୀ ବି ଏକ ୧୪ ବର୍ଷୀୟ ବାଳକ! ଉଭୟ ଦଳିତ ବର୍ଗର ଅଟନ୍ତି।ଘଟଣା ପରେ ପୀଡ଼ିତା ପରିବାର ପକ୍ଷରୁ ପୁଲିସରେ ଲିଖିତ ଅଭିଯୋଗ ହୋଇଛି।ଓଲଟପୁର ଥାନା କେସ ନମ୍ବର ୪୫/୨୧ ଭାରତୀୟ ଦଣ୍ଡବିଧି ଆଇନ ଦଫା ୩୭୬ ରେ ମାମଲା ରୁଜୁ ହୋଇଥିବା ବେଳେ,ଭୟରେ ଗଛ ଡାଳରେ ଲୁଚିଥିବା ଅଭିଯୁକ୍ତ କିଶୋର ଜଣଙ୍କୁ ପୁଲିସ ଉଦ୍ଧାର କରି ଥାନାକୁ ଆଣିଛି।ରକ୍ତାକ୍ତ ଅବସ୍ଥାରେ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ପୁଲିସ ଡାକ୍ତରୀ ଚିକିତ୍ସା ଓ ଡାକ୍ତରୀ ମାଇନା କରାଇଛି।ସୂଚନା ଯୋଗ୍ୟ କିଶୋର ଜଣଙ୍କ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସ୍ଥଳେ ବିଭିନ୍ନ ନିଶା ଓ ଅସାମାଜିକ କାର୍ଯ୍ୟରେ ବାରମ୍ବାର ସଂପୃକ୍ତ ହେଉଥିବାରୁ ପରିବାରର ବଡ଼ଭାଇ ସମେତ, କେତେକ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା କହିଛନ୍ତି।