ଅପରାଧ
ପ୍ରେମପ୍ରତାରଣାରୁ କଲେଜ ଛାତ୍ରିକଂ ଆତ୍ମହତ୍ୟା !
ଅଡଶପୁର ତା୧୦/୮ଅଡଶପୁର କଲେଜର ଆଉଜଣେ ଛାତ୍ରି ଆଜି ଆତ୍ମହତ୍ୟା କରିଥିବା ସୁଚନା ମିଳିଛି। ପ୍ରାପ୍ତ ସୁଚନାଅନୁଯାୟି ନିଆଳି ଥାନାଅଧିନସ୍ଥ କୁଳଶ୍ରି ଗ୍ରାମର ଜଣେ ଛାତ୍ରି ଓଲଟପୁର ଥାନା,ଅନ୍ତର୍ଗତ ଅଡଶପୁର କଲେଜରେ ପାଠପଢୁଥିଲେ । ତାଂକ ପିତା ବାହାରେ ଚାକିରି କରୁଥିବାରୁ ମା’ କଂ ସହିତ ଘରଭଡା ନେଇ ସେ ଅଡଶପୁରଠାରେ ରହୁଥିଲେ। ପାଠପଢିବା ଭିତରେ ଜଣେ କଲେଜ ଛାତ୍ର ସହିତ ତାଂକର ପ୍ରେମସଂପର୍କ ସ୍ରୁଷ୍ଟି ହୋଇଥିଲା।ସଂପ୍ରୁକ୍ତ ଛାତ୍ର ଜଣକଂ ତାଂକୁ ଧୋକା ଦେଇଥିବା କୁହାଯାଉଥିବା ବେଳେ ଗତ ପରିକ୍ଷାରେ ସେ ମଧ୍ୟ ଫେଲ ହୋଇଥିଲେ।ଉଭୟ କାରଣରୁ ସେ ଗଭିର ମନସ୍ତାପରେ ଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଭଡାଘରର ଏକ କକ୍ଷରେ ତାଂକ ମା’ ଶୋଇଥିବା ବେଳେ ସେ ପାଠପଢିବା ନା ରେ ଅପର କକ୍ଷରେ ଶୋଇଥିଲେ। ତେବେ ନିଜ ପ୍ରେମିକକୁ ସେ ଶେଷ ଥର ପାଇଂ ମୋବାଇଲ ଫୋନରେ ଦୁଖର ସହିତ ଆତ୍ମହତ୍ୟା କରିବାକୁ ଯାଉଥିବା କଥା ଜଣାଇବା ପରେପରେ ଆତ୍ମହତ୍ୟା କରି ଦେଇଥିଲେ। ଘଟଣା ସଂପର୍କରେ ଅପରଘରେ ଶୋଇଥିବା ମା’ ବିଳମ୍ବରେ ଜାଣିଲେ ମାତ୍ର ପରିସ୍ଥିତି ସେତେବେଳକୁ ବିଗିଡିସାରିଥିଲା। ଘରମାଲିକ ଓ ସ୍ଥାନିୟ ଦୁଇଜଣ ଯୁବକକଂ ସହାୟତାରେ ଶନିବାର ପ୍ରତ୍ୟୁଷରେ ଅଡଶପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ଗୁରୁତର ଥିବା ଦର୍ଶାଇ କଟକ ବଡମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ ତେବେ ବଡମେଡିକାଲ ରେ ପହଂଚିବା ପରେ ଡାକ୍ତର ମ୍ରୁତ ଘୋଷଣା କରିଥିଲେ। ମଂଗଳାବାଗ ଥାନାପୁଲିସ ଏହି ସନ୍ଦେହଜନକ ମ୍ରୁତ୍ୟୁର, ବିନା ବ୍ୟବଛେଦରେ ଶବ ନ ଛାଡିବାକୁ ନେଇ ବାଦାନୁବାଦ ସ୍ରୁଷ୍ଟିହୋଇଥିଲା। ସୁଚନା ଯୋଗ୍ୟ ଯେ ,ଗତ କିଛିଦିନ ତଳେ ଅଡଶପୁର କଲେଜର ଅନ୍ୟଜଣେ ଛାତ୍ରି ମଧ୍ୟ ପ୍ରେମ-ପ୍ରତାରଣା ଜନିତ କଲେଜ ଛାତ୍ରାବାସରେ ପଂଖାରେ ଫାଶ ଲଗାଇ ଆତ୍ମହତ୍ୟା କରିଥିଲେ।ସେଇ ଘତଣାକୁ ୨ମାସ ନ ପୁରୁଣୁ ଆଜି ଏପରି ଦୁଖଦ ଘଟଣାର ପୁନରାବ୍ରୁତ୍ତି ଘଟିଛି। ଅଡଶପୁର କଲେଜରେ ଏପରି ବାରମ୍ବାର ଘଟୁଥିବାରୁ ଆଗାମି ଦିନରେ ଛାତ୍ର,ଛାତ୍ରିସଂଖ୍ୟା ହ୍ରାସପାଇବା ଆଶଂକା ସ୍ରୁଷ୍ଟି ହୋଇଛି। ତେବେଆଜିର ଘଟଣାରେ କଲେଜ କର୍ତ୍ରୁପକ୍ଷକୁଂ ପଚାରିବାରେ ଏପରି ଘଟଣା ଘଟିନାହିଂ କହି ଏଡାଇ ଯାଇଛନ୍ତି।ତେବେ ପୁଲିସର ଅନୁସଂଧାନ ପରେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି।