
5Tକୁ ଜବର ଧୋକ୍କା!!ଅବରୋଧକାରୀଙ୍କ ଯୋଜନା ସଫଳ,ତହସିଲ-ପୁଲିସ୍ କାହା ପାଲତଳେ ସୁରକ୍ଷିତ?ବଳ ଗୋଟାଉଛି କି ବିଜେପି?

ନିଆଳିରେ :-ଆତସବାଜି,କମ୍ପୁଛିସହର: କଣ୍ଟାପଡ଼ାରେ 5Tକୁ ଧୋକ୍କା ହଟୁନି ଅବରୋଧ,ବିଧାୟକ ଦୁର୍ବଳ,ବଦଳି ପାରନ୍ତି ତହସିଲଦାର,ଓଲଟପୁରଥାନା ପୁଲିସ୍ ଓ ଅଡଶପୁର ମେଡିକାଲ ଅଧିକାରୀ!!
କଟକ ଗ୍ରାମାଞ୍ଚଳ (ନି.ପ୍ର)V.K ପାଣ୍ଡିଆନଙ୍କ ତୀକ୍ଷ୍ଣ ଓ ଶାଣିତ ଦୃଷ୍ଟିରେ ଏବେ ନିଆଳି ନିର୍ବାଚନ ମ ଣ୍ଡଳୀ।ଗୋଟିଏ ପଟେ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ନେଇ ସାରା ନିଆଳି ଉତ୍ସବମୁଖର ଥିବା ବେଳେ ଏଥିଲାଗି ତୁଛା,ମିଛ ବାଃ ବାଃ ନେବାକୁ ଅଣ୍ଟା ଭିଡ଼ିଥିବା ବିଧାୟକଙ୍କ ଆଶା ପାଣିଫୋଟକା ପାଲଟିବାକୁ ଯାଉଛି।କାରଣ କଣ୍ଟାପଡ଼ା ଓ ବାର ଙ୍ଗ ବ୍ଲକ ଅଂଶରେ ବିଜେଡିର ଦୁର୍ବଳ ସଂଗଠନ ଗତ ପଞ୍ଚାୟତ ଓ ସମିତି ନିର୍ବାଚନ ପରଠାରୁ ପ୍ରମାଣିତ ହୋଇସାରିଛି।ଏବେ 5Tଯୋଜନାରେ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୂପାନ୍ତରିକର ଣ ସାରି ଆଉ ମାତ୍ର କେତେଘଣ୍ଟା ପରେ ଉଦଘା ଟିତ ହେବାକୁ ଯାଉଥିବା ବେଳେ କଣ୍ଟାପଡ଼ା ତହ ସିଲଦାର ଓ ଓଲଟପୁର ପୁଲିସ ଯୋଗୁ ଗତକା ଲି ଦିନତମାମ ଅବରୋଧକାରୀ ଓ ଆର.ଆଇ ,ତହସିଲଦାରଙ୍କ ମଧ୍ୟରେ ଛକାପଞ୍ଝା/ମଧୁଚନ୍ଦ୍ରିକା ଜାରି ରହିଥିଲା।ଫଳରେ ଶୋଭାବର୍ଦ୍ଧନ କରୁଥିବା ରୁପାନ୍ତରିକରଣ ସମ୍ମୁଖରେ ପ୍ରାୟ ୩୩ଜଣ ବେଆ ଇନ ଅବରୋ ଧକାରୀଙ୍କ ମଧ୍ୟରୁ ସାରାଦିନ ଭିତ ରେ ମାତ୍ର୫ ଜଣ ସ୍ଵତଃପ୍ରବୃତ୍ତ ହଟିଥିଲେ,ପୁଲିସ କିମ୍ବା ତହସିଲ ପକ୍ଷରୁ କୌଣସି ଜଣଙ୍କୁ ବି ଉଚ୍ଛେ ଦ କରାଯାଇ ପାରିନାହିଁ।ଅପର ପକ୍ଷରେ ନିଆଳି ତହସିଲ ଅଧିନରେ ଥିବାବେଳେ ତତ୍କାଳୀନ ତହ ସିଲଦାର ତରୁଣ ଦାସ ଓ ଅବସରପ୍ରାପ୍ତ ପୁଲିସ ଏସ.ପି ଗୁପ୍ତେଶ୍ୱର ମହାକୁଡଙ୍କ ଉଦ୍ୟମ,ପ୍ରତ୍ୟେ କ୍ଷ ତତ୍ତ୍ଵାବଧାନରେ ଯେଉଁ ମାନଙ୍କୁ ଜେସିବି ଲ ଗାଇ ଉଚ୍ଛେଦ କରାଯାଇଥିଲା ପୁନଶ୍ଚ ସେହିସବୁ ସ୍ଥାନ ଅବରୋଧକାରୀ ମାନଙ୍କ କବଜାକୁ ଚାଲି ଯାଇ ଏବେ ପୁନର୍ଣିର୍ମିତ ହୋଇସାରିଲାଣି,ଏମି ତିକି ଏପରି କାର୍ଯ୍ୟ ଅନ୍ୟ ଅବରୋଧକାରୀଙ୍କ ମନୋବଳ ବଢାଇ ନୂଆ ଅବରୋଧ,ନିର୍ମାଣକୁ ଚଳାଇ ରଖିଛି।କେତେକ ଗତକାଲି ବ୍ୟାପକ ଲାଞ୍ଚ ଦେଇ ସୁରକ୍ଷା କବଚ ହାତେଇ ଥିବା,ଓ କତିପୟ ଗଣମାଧ୍ୟମ ପ୍ରତିନିଧି ଜଣମାଧ୍ୟମ ସା ଜିଥିବା କୌତୁହଳ ସୃଷ୍ଟିକରିଛି।ତହସିଲ କାର୍ଯ୍ୟା ଳୟର କେଉଁମାନେ ଏଥିରେ ସଂପୃକ୍ତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନଥିଲେ ବି ଅବରୋଧକାରୀ ଙ୍କ ପାଲ ତଳେ ଆଶ୍ରୟ ନେଇ ସୁରକ୍ଷାକବଚ 5T ରୁପାନ୍ତରିକରଣକୁ ଧୋକ୍କା ସନ୍ଦେହରେ ଓଲଟପୁ ର ପୁଲିସ,ତହସିଲଦାର କଣ୍ଟାପଡ଼ା,ଓ ମେଡ଼ିକାଲ ଅଧିକାରୀ ଅଡଶପୁରଙ୍କୁ ବଦଳା ଯାଇପାରେ ବୋ ଲି ଏକ ବିଶ୍ୱସ୍ଥ ସୂତ୍ରରୁ ତଥ୍ୟ,ସୂଚନା ମିଳିଛି।ଅବ ଶ୍ୟ ତହସିଲ ପକ୍ଷରୁ ଆଜି ଉଦଘାଟନ ଆଗରୁ ଏସବୁ ହଟାଯିବ ବୋଲି ବାଗାଡମ୍ବର୍ ଓ ତୁଛା ବାହାସ୍ପୋଟକୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି କାରଣ ସେମାନଙ୍କ ଯୁକ୍ତି ଯେ ଗତକାଲି ଦିନ ତ ମାମ ମାତ୍ର ୫ଟି ଅବରୋଧ ସ୍ଵତଃ ପ୍ରବୃତ୍ତ ହଟି ଯା ଇଥିବା ବେଳେ ପ୍ରଶାସନ ଅବଶିଷ୍ଟ ୨୮ଜଣଙ୍କୁ ଦିନ ୩ଟା ଭିତରେ କେମିତି ହଟେଇଦେବ ବୋଲି କେଉଁ ବିଶ୍ୱାସ ଓ ଭରଷା ପୋଷଣ କରାଯାଇପା ରିବ?ସେହିଭଳି ନିଆଳିରେ ତହସିଲଦାର ଓ ପୁ ଲି ସ ସହଯୋଗ,ସ୍ଥାନୀୟ ଲୋକଙ୍କ ଆଗ୍ରହରେ ଜେ ଏମ ଏଫ୍ ସି କୋର୍ଟ ସ୍ଥାପନ ହୋଇଥିବା ବେ ଳେ କଣ୍ଟାପଡ଼ାରେ ଜିଲ୍ଲା ଦୌରାଜଜଙ୍କ ପରିଦର୍ଶ ନ ସତ୍ତ୍ୱେ ଜଳସମ୍ପଦ ପରିସରରେ ଅସ୍ଥାୟୀ କୋର୍ଟ ସ୍ଥାପନ ପ୍ରସ୍ତାବକୁ ଖୋଦ୍ ବିଭାଗ ବିରୋଧ କରୁଛି ।