BREAKING NEWS:
ଯାତ୍ରୀବାହୀ ବସ ମାଡିଗଲା: ବାଇକ ଆରୋହୀମ୍ରୁତ,ଶବ ଖଣ୍ଡବିଖଣ୍ଡିତ
ଟାଂଗି ସାଲେପୁର ୧୧।୯ (ନି.ପ୍ର କିଶୋର ମହାନ୍ତିକଂ ରିପୋର୍ଟ) ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଟାଂଗି ବସ ଷ୍ଟାଣ୍ଡ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ରାସ୍ତାଦୁର୍ଘଟଣା ଘଟି ଜଣେ ଅଜଣା ବାଇକ ଧାରୀ ପ୍ରାଣ ହରାଇଛନ୍ତି । ଆମପ୍ରତିନିଧିକଂ ସୂଚନାନୁଯାୟୀ ବାଇକଧାରୀ ଜଣକଂ ଏକ ହିରୋହୋଣ୍ଡା ମୋଟରସାଇକେଲରେ ଯାଉଥିବା ବେଳେ କଟକ ଆଡୁ ବାଲେଶ୍ୱର ଆଡକୁ ଦ୍ରୁତଗତିରେ ଯାଉଥିବା “ପିଂକି” ନାମକ ଯାତ୍ରୀବାହୀ ବସ ତାଂକ ଉପରେ ମାଡିଯାଇଥିଲା,ଓ ଘୋଷାରି ଘୋଷାରି କିଛିବାଟ ପର୍ଯ୍ୟନ୍ତ ନେଇଯାଇଥିଲା,ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀକଂ ମ୍ରୁତ୍ୟୁ ହୋଇଯାଇଥିଲା,ଭାଂଗିରୁଜି ଯାଇଥିବା ବାଇକ୍ ଘଟଣାସ୍ଥଳରେ ପଡି ରହିଥିଲା ଓ ଖଣ୍ଡ ବିଖଣ୍ଡିତ ଶବ ମାଂସପିଣ୍ଡୁଳାରେ ପରିଣତ ହୋଇଯାଇଥିବାରୁ ପରିଚୟ ମିଳିପାରିନାହିଁ।ଦୁର୍ଘଟଣା ଘଟାଇ ବସ୍ ଟି ଦ୍ରୁତ ଗତିରେ ବାଲେଶ୍ୱର ଆଡକୁ ଚାଲିଯାଇଛି । ଟାଂଗିଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚିଥିଲା ଓ ମ୍ରୁତ ଶବ ସମେତ ଭଂଗା ବାଇକ କୁ ଜବତ କରିଛି ।
