ଅଂଚଳ ଖବର ଅପରାଧ ଜିଲ୍ଲାଖବର

ସନ୍ଦେହ ଜନକ ମୃତ୍ୟୁ !ବିନା ବ୍ୟବଚ୍ଛେଦରେ ଶବଦାହକୁ ନେଇ ପୁଲିସ ଭୂମିକା ସନ୍ଦେହ ଘେରରେ

Spread the love

କଣ୍ଟାପଡ଼ା,୧୦/୪(ନି.ପ୍ର) କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅନ୍ତର୍ଗତ,ଗୋବିନ୍ଦପୁର ଥାନା ପୁଲିସ, ଏକ ଆକସ୍ମିକ ମୃତ୍ୟୁ ଘଟଣାରେ ସନ୍ଦେହଜନକ ଅବସ୍ଥାରେ ମିଳିଥିବା ଶବକୁ ବିନା ବ୍ୟବଛେଦରେ ଶବ ଦାହ ସୁଯୋଗକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଛି।ପରିସ୍ଥିତି କ୍ରମେ ଜଟିଳ ଆଡ଼କୁ ଯାଉଛି,ଫଳରେ ରାଜ୍ୟ ଓ ଜିଲ୍ଲା ପୁଲିସ ମୁଖ୍ୟଙ୍କ କାନକୁ କଥା ଯିବା ଆଉ ବିଳମ୍ବ ନାହିଁ ବୋଲି ସ୍ଥାନୀୟ ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ପ୍ରାପ୍ତ ତଥ୍ୟ ଅନୁଯାୟୀ, ଗତ ୪ଦିନ ତଳେ ଚଉପଡ଼ା ଗ୍ରାମର ଜନୈକ ବ୍ୟକ୍ତି “ଏଇଠୁ ଆସୁଛି” କହି ସେ ପ୍ରତିଦିନର ଅଧିକାଂଶ ସମୟ କାଟୁଥିବା ଗାଁ ମୁଣ୍ଡ ଜନୈକ ବ୍ୟକ୍ତିଙ୍କ ପାଖକୁ ରାତିରେ ଯାଇଥିଲେ ।କିଛି ସମୟ ପରେ ଗାଁ ରେ ଖବର ବ୍ୟାପିଲା କି ସେ ମରିଗଲେ ।କେତେକ କହିଲେ ମୁଣ୍ଡରେ ମାଡ଼ ହୋଇ କ୍ଷତ ଓ ରକ୍ତ ବାହାରିଛି ।ତେବେ ଭଲରେ ଘରୁ ଚାଲି ଚାଲି ଯାଇଥିବା ମଣିଷଟିର କଣ ଅଚାନକ ଏମିତି ଘଟିଲା ଯେ?ଭିନ୍ନ ଭିନ୍ନ କଥା ଉଠିଲା।ଯେଉଁ ପରିବାର ନିକଟକୁ ମୃତକ ଯାଇଥିଲେ ଓ ମୃତ୍ୟୁ ବରଣ କଲେ ତାହା ଆଉ ଜଣଙ୍କ ଘର ଥିଲା।ପାଖା ପାଖି କିଛି ଲୋକ ମୃତ୍ୟୁ ଆଗରୁ ବିକଳ ଚିତ୍କାର ବି ଶୁଣି ଥିବା କହିଥିଲେ।ମୃତ ବୋଲି ଜାଣି ମଧ୍ୟ ଶବକୁ ସେଠାରୁ ସ୍ଥାନାନ୍ତର କରିବା ଲକ୍ଷ୍ୟରେ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆମ୍ବୁଲାନ୍ସ ଡକାଇ ସେଥିରେ ନିଆଗଲା।ଦାୟିତ୍ୱରେ ଥିବା ଡାକ୍ତରଙ୍କ ଠାରୁ ମୃତ୍ୟୁର ପ୍ରକୃତ କାରଣ ଲୁଚାଇ ରଖି ଅନ୍ୟ କାରଣ କୁହାଗଲା।ତେବେ ପୂର୍ବରୁ ମୃତ୍ୟୁ ଘଟି ସାରିଛି ବୋଲି ଡାକ୍ତର କହିବା ପରେ ଯେହେତୁ ଘଟଣା ଅନ୍ୟପ୍ରକାର ଥିଲା ବିନା ବ୍ୟବଛେଦରେ ଶବଦାହ ଉଦ୍ୟମକୁ ଗ୍ରାମର କେତେକ ପସନ୍ଦ କରି ନ ଥିଲେ।ନିୟମା ନୁଯାୟୀ, ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ,ଶବ ବ୍ୟବଚ୍ଛେଦର ଯୋଗ୍ୟତା ରଖୁଥିବା ଡାକ୍ତର ନୁହନ୍ତି।ଘଟଣା ସମ୍ପର୍କରେ ତତ୍କାଳ ଗୋବିନ୍ଦପୁର ପୁଲିସର ଦୁଇଜଣ କର୍ମଚାରୀଙ୍କୁ ଏଥିନେଇ ଅବଗତ କରାଯାଇ ଥିବାର ବି ପ୍ରମାଣ ରହିଛି।ଅଥଚ ସକାଳ ପର୍ଯ୍ୟନ୍ତ ପୁଲିସ ବ୍ୟବଚ୍ଛେଦ ବ୍ୟବସ୍ଥା ନ କରି କୁଆଡେ “ଶବକୁ ଜଲଦି ପୋଡ଼ିଦିଅ, ତୁମ ଗାଁ ଲୋକେ ଏହା ହତ୍ୟାକାଣ୍ଡ କହିଲେଣି” ବୋଲି ଥାନାରୁ ଓଲଟା ମୃତକ ପରିବାରକୁ ଖବର ଦିଆଗଲା।ତଦନୁଯାୟୀ, ଶବକୁ ଦାହ କରିଦିଆଗଲା।Cr.P.C ର ଧାରା ୧୫୪ ରୁ ୧୬୧ ପର୍ଯ୍ୟନ୍ତ ଉଲ୍ଲେଖ ଥିବା ସୁନ୍ଦର ଉପାଦେୟ ବ୍ୟବସ୍ଥା ଅନୁଯାୟୀ କୌଣସି ଧର୍ତ୍ତବ୍ୟ ଅପରାଧ ସମ୍ପର୍କରେ ପୁଲିସ ଅନ୍ୟ କାହାଠୁ ସୁଚନା ପାଇ ହେଉ,ଅଥବା ନିଜ ଆଡୁ ହେଉ ମାମଲା ରୁଜୁ କରିବା କଥା,ଅଥଚ ଏହି ଘଟଣାରେ ଗୋବିନ୍ଦପୁର ପୁଲିସର ଏହି ସନ୍ଦେହଜନକ ଭୂମିକା ରାଜ୍ୟ ଓ ଜିଲ୍ଲା ପୁଲିସ ମୁଖ୍ୟଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ିବାକୁ ଯାଉଛି।ସୂଚନା ଯୋଗ୍ୟ ଯେ,ଏହା ଆଗରୁ ଗୋବିନ୍ଦପୁରର ଜଣେ ଯୁବ ଇଞ୍ଜିନିୟରଙ୍କୁ ଝାରପଡ଼ା ପୁଲିସ ଜଗୁଆଳୀ ପୋଷ୍ଟ ଉପରେ ବେକ ଚାପି ସଂଘବଦ୍ଧ ହତ୍ୟା, କୁଳବ୍ରାହ୍ମଣସାଇଲୋ ଠାରେ ସର୍ବ ସାଧାରଣ ସ୍ଥାନ ଉପରେ ଜଣେ ଦଳିତ ଯୁବକଙ୍କୁ ପଛପଟୁ ହାତକୁ ଦଉଡିରେ ବାନ୍ଧି ଖରାରେ ଠିଆ କରିବା ଭଳି ଅମାନବୀୟ ଘଟଣାରେ ଉକ୍ତ ଥାନାର ଭୂମିକା ଉପରେ ରାଜ୍ୟ ମାନବାଧିକାର କମିଶନ ଏକ ମାମଲା ରୁଜ୍ଜୁ କରିଛନ୍ତି ଓ କଟକ ଗ୍ରାମାଞ୍ଚଳ ଏସ ପି ଙ୍କୁ ଏହାର ନକଲ ପଠାଇଛନ୍ତି,ଯାହା ଏବେବି ବିଚାରାଧନ। ରହିଛି।କେବଳ ଏତିକି ନୁହେଁ କୋଭିଡ୍ ପରୀକ୍ଷାକୁ ଯିବାକୁ ଖବର ଦେଇ ଗୋବିନ୍ଦପୁରର ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ଜଣେ ସରକାରୀ କ୍ରୀଡା ଶିକ୍ଷକ ସର୍ବ ସାଧାରଣରେ ଯେଉଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ଲିଖିତ ଅଭିଯୋଗ ଦାଖଲ ହୋଇଥିଲା ତାହାକୁ ଚାପି ଦିଆଯାଇଛି।ଅନ୍ୟ ଏକ ଯୁବତୀ ଅପହରଣ ମାମଲାକୁ କେଶ କଲେ ବ୍ରାହ୍ମଣ ଘର “ଝିଅଟି ବଦନାମ ହେବ” କହି ପଞ୍ଜୀକରଣ କରାଯାଇ ନାହିଁ।ଏମିତି ଆହୁରି ବହୁ ସଙ୍ଗୀନ ଅପରାଧିକ ଅଭିଯୋଗ ଏହି ଥାନା ବିରୁଦ୍ଧରେ ପାହାଡ଼ ପରି ଗଦା ହୋଇ ରହିଛି।ବିଗିଡି ଯାଉଥିବା ଆଇନ ଶୃଙ୍ଖଳାର ଏ ସମସ୍ତ କଥା ଓ ଜନ ଅସନ୍ତୋଷ ରାଜ୍ୟର ଗୃହ ବିଭାଗ ଜାଣିବା ଏବେ ଅତ୍ୟନ୍ତ ଜରୁରୀ ହୋଇପଡିଛି।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]