ଦୁର୍ନିତି

ମେସିନ ଆଂଗୁଠିଛାପ ନ ନେବାରୁ ଆଧାର ହେଲାନି:ରାସନ କଟିଲା,ଭୋକଉପାସରେ ବ୍ରୁଦ୍ଧ ବ୍ରୁଦ୍ଧା !

Spread the love

ଭୂବନେଶ୍ୱର୧୫।୯ (ସ୍ୱତନ୍ତ୍ର ପ୍ରତିନିଧି) ବିନା ଆଧାର ସଂଯୋଗରେ ସରକାରୀ ଯୋଜନା ଗୁଡିକର ଫା ଇଦା ହିତାଧିକାରୀମାନକୁଂ ଏଣିକି ମିଳିବ ନାହିଁ ଏଥିପାଇଁ ପ୍ରଶାସନ ଧୀରେ ଧୀରେ କଠୋର ହେବାରେ ଲାଗିଛି ଫଳରେ ଜାଲ ହିତାଧିକାରୀକଂ ସଂଖ୍ୟା ଆପେ ଆପେ କମିବ ।ଏହା ଯେତେଦୂର ସଠିକ୍ ତତୋଧିକ ବେଠିକ୍ ପ୍ରମାଣିତ ହେଲାଣି।ସରକାରଏଥିନେଇ ଗୁରୁତ୍ୱର ସହ ବିଚାର କରିନ ଥିବା ଏବେ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗରୁ ଜଣାପଡିଛି ଯେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆଧାର ସଂଯୋଗ ନିମନ୍ତେ ଅଗଷ୍ଟ ୩୧ ତାରିଖ କୁ ସରକାରୀ ଭାବେ ଶେଷ ତାରିଖ ଧାର୍ଯ୍ୟ ସମୟ ଥିଲା।ଏହି ସମୟ ମଧ୍ୟରେ ଯେଉଁମାନକଂ ଆଧାର ସଂଯୋଗ ହୋଇନାହିଁ ସେମାନକଂ ରାସନକୁ ଚଳିତ ମାସରେ ବନ୍ଦ କରିଦିଆ ଯାଇଛି । ଏହାଦ୍ୱାରା ବହୁ ବ୍ରୁଦ୍ଧ, ବ୍ରୁଦ୍ଧା ଅସହାୟ ଏବେ ସଂପୂର୍ଣ ଉପାସରେ ପଡିଛନ୍ତି ।ତେବେ ପ୍ରମୁଖ ସମସ୍ୟା ହୋଇଛି ୬୦ବର୍ଷ ରୁ ଉର୍ଦ୍ଧ୍ୱ ହିତାଧିକାରୀକଂ ଅଂଗୁଳି ଛାପକୁ ଆଧାର ଫିଂଗର ପ୍ରିଣ୍ଟ ମେସିନ ନ ନେବାରୁ ଆଧାର କାର୍ଡ ପ୍ରସ୍ତୁତ ହୋଇନାହିଁ । ଫଳରେ ସେମାନେ ଏବେ ଖାଦ୍ୟନିରାପତ୍ତା ଯୋଜନାରୁ ବଂଚିତ।ଆଇନ କାର୍ଯ୍ୟକାରୀ କରିବା ଆଗରୁ ସରକାର ଏଥିପାଇଁ କି ପ୍ରତିକାର ବ୍ୟବସ୍ଥା କରିଛନ୍ତି ଯାହାଫଳରେ ମେସିନ ଫିଂଗର ପ୍ରିଣ୍ଟ ନ ନେବାରୁ ଆଧାର ହେଲାନି ,ଏଥିପାଇଁ ହିତାଧିକାରୀ ଦାୟୀ ହେବ କାହିଁକି ? ଯଦି ଉଚ୍ଚନ୍ୟାୟାଳୟରେ ଏହି ମାମଲା ରୁଜୁ ହୁଏ ସରକାର କି ଜବାବ ରଖିବେ ? ବଂଚିତ ହିତାଧିକାରି ଯଦି ଖାଦ୍ୟବଂଚିତ ରୁ ମ୍ରୁତ୍ୟୁ ହୁଏ କେଉଁ ଅଧିକାରୀ ଉତ୍ତର ଦାୟୀ ହେବେ ? ଏ ସଂପର୍କରେ ନିର୍ଦ୍ଦିଷ୍ଟ ଅଭିଯୋଗ କ୍ରମେ ଆମ ପ୍ରତିନିଧି ଯୋଗାଣ ବିଭାଗର ଜନୈକା ଅଧିକାରୀ କୁଂ ମତାମତ ଲୋଡିଥିଲେ । “ସରକାର କଂ ନିର୍ଦ୍ଦେଶ କ୍ରମେ ରାସନ ବନ୍ଦ ରଖାଯାଇଛି, ସରକାରକୁଂ ଚିଠି ଲେଖାଯାଇଛି ଉତ୍ତର ମିଳିଲେ ଯାହା ପଦକ୍ଷେପ ନିଆଯିବବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]