ଦୁର୍ନିତି

କ୍ରିସଇଣ୍ଡିଜେନସ ଏଲ.ଇ.ଡି ସଂସ୍ଥା ବିଳି ବିଳଉଛି !

Spread the love

କଟକ/ଭୂବନେଶ୍ୱର ୧୭।୯ (ସ୍ୱତନ୍ତ୍ର ପ୍ରତିନିଧି) ରାସ୍ତା ଆଲୋକୀକରଣ ପ୍ରସଂଗରେ ହୋଇଥିବା ବ୍ୟାପକ ଦୁର୍ନୀତି ଖବର ପ୍ରକାଶ ପାଇବାପରେ କ୍ରିସଇଣ୍ଡିଜେନସ ଟେକ୍ନିକାଲ‌ ଇକ୍ୱିପମେଣ୍ଟ ( ପ୍ରା) ଲିଃ ସଂସ୍ଥା ଏକ ଖବରକାଗଜ ଜରିଆରେ ବିଳିବିଳେଇବା ଆରମ୍ଭ କରିଛିଆସିଥିବା ଅଭିଯୋଗକୁ ଯଥାର୍ଥ ଭାବେ ମୁକାବିଲା କରି ନପାରି ପ୍ରସଂଗ ଏଡାଇବାକୁ ଦେଉଳରେ କିଏ ନା ମୁଁ କଦଳୀ ଖାଇନି କହି ନିଜକୁ ଅଧିକ ଅଧିକ ଭାବେ ଦୁର୍ନିତୀ ଜଡିତ ଥିବାକୁ ପ୍ରମାଣିତ କରୁଛି । ସାରା ବିଷୟଟିକୁ ପାଠକ କଂ ସଦୟଅବଗତି ଆମେ ଏଠାରେ ଉପସ୍ଥାପିତ କରୁଛୁ।ଅଭିଯୋଗ ଅନୁଯାୟୀ ପଂଚାୟତ ଗୁଡିକରେ ଜନସାଧାରଣକଂ କଲ୍ୟାଣ ନିମନ୍ତେ ସରକାର ବିପୁଳପାଣ୍ଠି ଯୋଗାଣ କରିଥିଲେ।ଏଥିରେ କେଉଁ କେଉଁ କାର୍ଯ୍ୟ ହାତକୁ ନିଆଯାଇପାରିବ ତାହାର ବିସ୍ତ୍ରୁତ ତାଲିକା ବି ନିୟମାବଳୀ ପୁସ୍ତିକା ସହ ଦେଇ ଥିଲେ।ତନ୍ମଧ୍ୟରୁ ରାସ୍ତା ଆଲୋକୀକରଣ ଗୋଟିଏ ପ୍ରକଳ୍ପ ଅଟେ।ସରକାରକଂ ଓ.ପି.ଡବ୍ଲ୍ୟୁ.ଡି କୋଡ ରେ ଧାର୍ଯ୍ୟ ସ୍ଥାୟୀ ନିୟମାନୁଯାୟୀ, ସାମଗ୍ରୀ ଯୋଗାଣ ନିମନ୍ତେ ବିଭିନ୍ନ ସଂସ୍ଥାରୁ ଟେଣ୍ଡର ବା କୋଟେସନ ମଗାଯିବା କଥା, ଯେଉଁ ସଂସ୍ଥାର ଦର ସର୍ବନିମ୍ନ ହେବ ତାହାକୁ ଗ୍ରହଣ କରାଯିବ। କଣ୍ଟାପଡାବ୍ଲକରେ ଏହି କାର୍ଯ୍ୟରେ କିଛି ଦୁର୍ନିତୀର ସନ୍ଦେହ ଉଠିବାରୁ ଇଣ୍ଡିଜେନସ ଏଲ.ଇ.ଡି ସଂସ୍ଥାରୁ ଆମପ୍ରତିନିଧି କୋଟେସନ ଓ ଦରତାଲିକାର ସବିଶେଷ ବିବରଣୀଲିଖିତ ଭାବେ ସଂଗ୍ରହ କରିଥିଲେ, ଯାହାଆମପାଖରେ ଏବେ ସଂରକ୍ଷିତ ଅଛି ।ଯୋଜନା କାର୍ଯ୍ୟକାରୀ ହେବାପରେ ସୂଚନାଅଧିକାର ଆଇନରେ କଣ୍ଟାପଡା ବ୍ଲକ ଜନସୂଚନା ଅଧିକାରୀକୁଂ ଆମ ପ୍ରତିନିଧି ଏହାର ତଥ୍ୟ ମାଗିଥିଲେ। ବ୍ଲକ ପକ୍ଷରୁ ସଂପ୍ରୁକ୍ତ ବଡପାଟସୁନ୍ଦରପୁର ପଂଚାୟତ କୁ ଏହି ଆବେଦନପତ୍ର ପଠାଇଦିଆଯାଇଥିଲା । ମିଳିଥିବା ତ ଥ୍ୟକୁ ଅନୁଧ୍ୟାନ ଓ ମେଳକ କରାଯିବା ପରେ ଜଣା ପଡିଥିଲା କି ସଂପ୍ରୁକ୍ତ ସଂସ୍ଥା ଗୋଟିଏ ଗୋଟିଏ ଆଲୋକୀକରଣ ସ୍ତମ୍ଭକୁ ଦେଇଥିବା କୋଟେସନରେ ୩୩ହଜାର ରୁ ୩୮ ହଜାର ଟଂକା ପକାଇଛି ଅଥଚ ପଂଚାୟତରୁ ପେମେଣ୍ଟ ହୋଇଛି ୯୯ ହଜାର ଲେଖାଁ। ୧୫ଟିରୁ ୧୯ଟି ସ୍ତମ୍ଭରେ ଘୋଟାଲା ପରିମାଣ ମୋଟ ପ୍ରାୟ ୭ଲକ୍ଷ ଟଂକା ବା ତଦୁର୍ଦ୍ଧ ପରିମାଣ ।ଘଟଣାର ଅଧିକ ସ୍ପଷ୍ଟୀକରଣ ପାଇଁ ଉକ୍ତସଂସ୍ଥା ସହିତ ମୋବାଇଲ ଫୋନରେ ଆମପ୍ରତିନିଧି ଯୋଗାଯୋଗ କରିବାରୁ ସେ ସ୍ପଷ୍ଟୀକରଣ ଦେଇ କହିଲେ କି ପ୍ରକ୍ରୁତରେ ସେ ଦେଇଥିବା କୋଟେସନ ଅନୁଯାୟୀ ପ୍ରାପ୍ୟ ନେଇଛନ୍ତି ।ତେବେ ଅଧିକ/ବଳକା ଟଂକା କିଏ ନେଲା, ପ୍ରଶ୍ନରେ ସେ ବି.ଡି.ଓ ଏବଂ ସରପଂଚ ନେଲେ ବୋଲି କହିଥିବାର ମୋବାଇଲ ଫୋନ ରେକର୍ଡିଂ ବି ଆମପାଖରେ ସଂରକ୍ଷିତ ରହିଛି । ଏହି ସମସ୍ତ ତଥ୍ୟକୁ ଭିତ୍ତିକରି ଏକମାତ୍ର ଗଣମାଧ୍ୟମ “ସତ୍ୟାନୁସଂଧାନ” ୱେବ ନିଉଜ ପୋର୍ଟାଲ ପ୍ରଥମ ଖବର ପ୍ରସାରଣ କରିଥିଲା। ଆମ ପ୍ରସାରିତ ଖବରର ଠିକ୍ ୨।୩ ଦିନପରେ ଦୈନିକ ସମ୍ବାଦ ଆମଖବରକୁ ଅବିକଳନକଲକରି ଛପାଇଲା ।କେଉଁ ତଥ୍ୟ ବଳରେ ସେହିଖବରକାଗଜ ଏପରିକଲା ଆମ୍ଭେ କହିପାରିବୁନାହିଁ। କିନ୍ତୁ ଏତିକିକହିପାରିବୁ ଯେ ଉକ୍ତକାଗଜଟିର ସ୍ଥାନୀୟ ପ୍ରତିନିଧିକୁଂ ଛାଡି କଟକ ଜିଲ୍ଲା ପ୍ରତିନିଧି ଏଭଳି ଘୋଟାଲାକୁ ଛପାଇଥିବାରୁ ଅଭିଯୁକ୍ତମାନେ ସ୍ଥାନୀୟ ପ୍ରତିନିଧିଉପରେ ଚାପ ପକାଇବା ସ୍ୱାଭାବିକ ଫଳରେ ସେ କହିଲେ ଯେ ମୁଁ ଏ ଖବର ପଠେଇନାହିଁତୁମେ ଅଫିସକୁ ପଚାର”ଏଖବର ଛପାହେଲା କେମିତି ? ଆମେକେଶ୍ କରିବୁ”।ଯୋଜନାନୁଯାୟୀ ସମ୍ବାଦର କଟକ ଜିଲ୍ଲା ପ୍ରତିନିଧିକୁଂ ଧମକ ମିଳିଲା। ଯାହା ସେ ଆମପ୍ରତିନିଧିକୁଂ ଜଣାଇଛନ୍ତି ।ଏହାପରେ ସମ୍ବାଦରେ ସ୍ପଷ୍ଟୀକରଣ ଆଜି ଛପାଯାଇ ସମ୍ବାଦ କାଗଜ ତାର ନିଜେ ପକେଇଥିବା ଛେପକୁ ନିଜେ ଢୋକିବାକୁ ବାଧ୍ୟହୋଇଛି,କିନ୍ତୁ ଆମେ ନୁହଁ। ଏକଥା ସମ୍ବାଦର ମୁଖ୍ୟ ସୌମ୍ୟରଂଜନ ପଟନାୟକ ଜାଣିବା ନିହାତିଦରକାର । ତେବେ ସ୍ପଷ୍ଟୀକରଣ ଛପାହେବା ବେଳକୁ ବିଳମ୍ବ ହୋଇଯାଇଥିବା ବେଳେ ଘଟଣାର ସମସ୍ତପ୍ରମାଣ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖାରେ ଦାଖଲ ହୋଇ ସାରିଥିବାରୁ ତଦନ୍ତ ଓ ଅନୁସଂଧାନ ପରେ ସତ୍ୟ ପଦାକୁ ଆସିବ। ଜଣାପଡିବ ଖବର କାଗଜରେ ଇଣ୍ଡିଜେନସ ଦ୍ୱାରା ପ୍ରକାଶିତ ସ୍ପଷ୍ଟୀକରଣ ସତ୍ୟ ନା ମୋବାଇଲ ରେକର୍ଡିଂ କଥୋପକଥନ ସତ୍ୟ ?ଏଥିରେ ସେସୁର ସଂପ୍ରୁକ୍ତି କଥା ପ୍ରଶ୍ନ ଉଠିବା ଉଭଟ ପରିକଳ୍ପନା ଛଡା ଅନ୍ୟକିଛି ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଯାହାଓୌଷଧ ବିକଳରେ ତାଟିଆ କାମୁଡା ସଦ୍ରୁଶ ଅଟେ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]