
୭କୋଟି ଟଂକାର ରାସ୍ତା ! ଡ୍ରେନେଜଅଭାବରୁ ଜଳାର୍ଣବ,ଲୋକକଂ ଘରେ ପଶିଲାଣି ପାଣି
କଟକ ୨୫।୯ (ସ୍ୱ.ପ୍ର)- ଜଗତସିଂହପୁର ରାସ୍ତା ଓ ଗ୍ରୁହ ନିର୍ମାଣ ବିଭାଗଅଧୀନରୁ କଟକ ଡିଭିଜନଅଧୀନକୁ ଫେରିଥିବା ବାଗଲପୁର-ସାଇଲୋଝାରପଡା ୧୦କି.ମି ରାସ୍ତା ଯାହା ଉପରେ ସରକାର ନାବାର୍ଡରୁ ୭କୋଟି ଟଂକାର ରୁଣ ଆଣି ଉନ୍ନୟନ କରିଥିଲେ ,ଲଗାଣବର୍ଷା ଓ ଡ୍ରେନେଜ ଅଭାବ ଯୋଗୁ ତାହାଏବେ ମାଇଲବ୍ୟାପୀ ଜଳାର୍ଣବ ଓ ଗମନାଗମନ ବ୍ୟାହତ ହୋଇଛି । ଲୋକ କଂ ଘରେ ପାଣି ପଶିଲାଣି,ବନ୍ୟା ନ ହୋଇ ବି ରାସ୍ତା ଉପରେ ବନ୍ୟାଜଳର ଦ୍ରୁଶ୍ୟ ମଣିଷ କଥା ଦୂର କୁକୁର ଟିଏ ବି ଯିବାକୁ ଭାବିଚିନ୍ତି ହେଉଛି । ରାସ୍ତା ପାର୍ଶ୍ୱ ସରକାରୀ ବେସରକାରୀ ସ୍ଥାନ ଅବିଚାରିତ ଭାବେ ନିର୍ମାଣ କାର୍ଯ୍ୟରୁ ଅବରୁଦ୍ଧ ଦେଖିବାକୁ କେହିନାହିଁ। ଗତରାତିରେ ରାସ୍ତାବୁଡିଥିବା ଜଳ ଓ ଖାଲ ଖମାଭିତରେ ପଡି ୨ଜଣ ଅଜଣା ବାଇକ ଆରୋହୀ ଗୁରୁତର ଆହତ। ହେଲେ ଆପଣା ହସ୍ତେ ଜିହ୍ୱା ଛେଦି……..ରୁ ତ୍ରାହୀ କରିବ ଅବା କିଏ ? ମୁକ୍ତିମିଳିବ କେବେ ?

