
ନିଆଳି ନିର୍ବାଚନ ମଣ୍ଡଳୀ: ରାଜ୍ୟବିଜେପି ଡାକରାରେ ବ୍ଲକଘେରାଓ ଅନୁଷ୍ଠିତ
ନିଆଳି (ନି.ପ୍ର)/କଣ୍ଟାପଡା (ସ.ପ୍ର)/କଟକ ଗ୍ରାମାଂଚଳ ବ୍ଲକ (ସ୍ୱ.ପ୍ର) ୨୭।୯- ରାଜ୍ୟ ବିଜେପିର ଆହ୍ୱାନ କ୍ରମେ କଟକ ଜିଲ୍ଲା କଣ୍ଟାପଡା ଓ ନିଆଳି ବ୍ଲକରେ କେନ୍ଦ୍ରସରକାରକଂ ବିଭିନ୍ନ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟରୁ ବାଟମାରଣା ହେଉଥିବା ପ୍ରତିବାଦରେ ବିଜେପି ନେତା ଛବିମଲ୍ଲିକକଂ ନେତ୍ରୁତ୍ୱରେ ଆଜିପୂର୍ବାହ୍ନରେ ଉଭୟ ବ୍ଲକ ଘେରାଓ,ପ୍ରତିବାଦ ସଭା ଓ ବିଡିଓକଂ ଜରିଆରେ ରାଜ୍ୟପାଳକଂ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି।କଣ୍ଟାପଡା ବ୍ଲକ ସମ୍ମୁଖରେ ସଭାରେ ଛବିମଲ୍ଲିକ,ରାଜ୍ୟ କ୍ରୁଷକମୋର୍ଚ୍ଚା ସାଧାରଣ ସଂପାଦକ ଓ ଜଳବୋର୍ଡ ସଦସ୍ୟ ଇଂ ରବିନାରାୟଣ ମହାପାତ୍ର,ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀ ତଥା ପୂର୍ବତନ କଣ୍ଟାପଡା ସରପଂଚ ନମିତା ମିଶ୍ର,ରାଜ୍ୟ କ୍ରୁଷକମୋର୍ଚ୍ଚା ସଂପାଦକ ଅଶୋକ ରଥ, ମାନସପଣ୍ଡା ପ୍ରମୁଖ ଅଭିଭାଷଣ ରଖିଥିବା ବେଳେ ଅକ୍ଷୟ ରଥ,ସନ୍ତୋଷ ବିଶ୍ୱାଳ,ପ୍ରଭାତ ମହାପାତ୍ର,ସୌମ୍ୟସାଗର ମହାରଥା,ଧୂସେନ ବାରିକ, ବିଷ୍ଣୁଚରଣ ମଲ୍ଲିକ, କଣ୍ଟାପଡା ବ୍ଲକ ପୂର୍ବତନ ଚେୟାରମ୍ୟାନ ବିଷ୍ଣୁପ୍ରିୟା ପ୍ରଧାନ,ସୁବୋଧ ପାତ୍ର,ସଂଗ୍ରାମ କିଶୋର ପଟନାୟକ, ସୁରେଶ ରାଉତରାୟ,ବାଗଲପୁର ପଂଚାୟତର ପୂର୍ବତନ ସମିତି ସଦସ୍ୟ ଉମାକାନ୍ତକରକଂ ସମେତ ଶତାଧିକପୁରୁଷ ଓ ମହିଳା କର୍ମୀ ଯୋଗଦେଇଥିଲେ। ବିଡିଓ କେ.ଅଶୋକ କୁମାର ରାଜ୍ୟପାଳକଂ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବୀପତ୍ରକୁ ଗ୍ରହଣ କରିଥିଲେ । ସେହିପରି ନିଆଳି ବ୍ଲକ ସମ୍ମୁଖରେ ଘେରାଓ ରେ ବିଜେପି ନେତା ଛବିମଲ୍ଲିକ ଓ ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବିଜେପିର ରାଜ୍ୟପ୍ରବକ୍ତା ନ୍ୟାୟବ୍ରତ ରାଉତ ନେତ୍ରୁତ୍ୱ ନେଇଥିବା ବେଳେ ପ୍ରଶାନ୍ତ ପ୍ରଧାନ,ବ୍ରହ୍ମାନନ୍ଦ ମିଶ୍ର,ବିଜୟ ଖଟେଇ, ଭୋଳିନାଥ ଜେନା ,ମଧୁସ୍ମିତା ମଲ୍ଲିକ ,ବିଜୟା ନନ୍ଦିନୀ ଲେଂକା,ସାହେବ ମଲ୍ଲିକ ,ତ୍ରିନାଥ ବେହେରା , ସଂଗ୍ରାମ ଲେଂକା ,ତ୍ରିଲୋଚନ ବେହେରାକଂ ସମେତ ଶତାଧିକ କର୍ମୀ ଭାଗ ନେଇଥିଲେ । ବିଡିଓ ଅଶୋକ କୁମାର ଲେଂକା ରାଜ୍ୟପାଳକଂ ଉଦେଶ୍ୟରେ ପ୍ରଦତ୍ତ ଲିଖିତ ଦାବୀପତ୍ରକୁ ଗ୍ରହଣକରିଥିଲେ ।


