ଦୁର୍ନିତି ରାଜ୍ୟଖବର

ଏତଲାରେ ଜାଲ ଦସ୍ତଖତ ଦେଇ ଗୃହରକ୍ଷୀଙ୍କୁ ଜେଲ ପଠାଇବା ଘଟଣା:ପୁଲିସ ବାବୁଙ୍କୁ ମହଙ୍ଗା ପଡ଼ିବାକୁ ଯାଉଛି! !

Spread the love

ଜାଲିଆତି ପାଇଁ ଫସି ପାରନ୍ତି ପୁଲିସ ବାବୁ !! ହୋଇପାରେ ଉଚ୍ଚ ସ୍ତରୀୟ ତଦନ୍ତ, ଅଦାଲତରେ ମାମଲା ରୁଜୁ।

ଜଣେ ନିର୍ଦ୍ଦୋଷ ଗୃହରକ୍ଷୀଙ୍କୁ ତଞ୍ଚକତାପୂର୍ଣ୍ଣ ଉପାୟ ଅବଲମ୍ବନ ପୂର୍ବକ ୩ ଦଲାଲଙ୍କ ହାତବାରିଶି ସାଜି ଜେଲ ପଠାଇଥିବା ପୁଲି ସ ବାବୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି।ଏହି ଜାଲିଆ ତିର ଉଚ୍ଚ ସ୍ତରୀୟ ତଦନ୍ତ ସମେତ ଘଟଣା ସହ ଜଡ଼ିତ ନ ଥିବା ସାଧାରଣଙ୍କ ପକ୍ଷରୁ ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ଓ ଏତଲା କାରୀଙ୍କ ସ୍ୱାକ୍ଷର ଫରେନ୍ସିକ ଯାଞ୍ଚକୁ ଯାଇପାରେ! ତେଣୁ ପୁଲିସ ନାଁ ରେ ୩୦ ହଜାର ଟଙ୍କା କିଏ ନେଇଛି?ଧୀରେନ୍ଦ୍ର ପ୍ରଧାନଙ୍କ ଏତଲାକୁ କିଏ ଲେଖିଛି?ଏହାକୁ ଡ଼ିଟିପି କେଉଁଠି?କିଏ?କରିଛି ସେଥିନେଇ ବିଭିନ୍ନ ମହଲରୁ ଉତ୍ସୁକତା ପ୍ରକାଶ ପାଇଛି।ପ୍ରାପ୍ତ ଅଭିଯୋଗ ଅନୁଯାୟୀ,ଗଣ୍ଡଗୋଳରେ ଆଦୌ ସଂପୃକ୍ତ ନଥିବା ଓଲଟପୁର ଥାନା,ଅଡଶପୁରର ରଞ୍ଜନ ବେହେରା(ଗୃହରକ୍ଷୀ)ଙ୍କୁ ବଟି ପାଇଁ ମିଛ ମାମଲାରେ ଫସେଇ ଚାକିରି ଖାଇବା ଧମକ ଦେଇଥିବା ଜଣେ ଅସାମାଜିକ,ଏତଲାଟିକୁ ନିଜେ ଲେଖିଥିବା ବେଳେ ଏହାକୁ ସେହି ଜେରକ୍ସ କେନ୍ଦ୍ରରେ ଡ଼ିଟିପି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ଜଣକ ଡ଼ିଟିପି କରିଥିଲେ ଓ ଏତଲାକାରୀଙ୍କ ସ୍ୱାକ୍ଷର ସହ ମିଶାଇବା ଭଳି ଜଣେ ଔଷଧ ଦୋକାନୀ ଜାଲ ସ୍ୱାକ୍ଷର କରିଥିଲେ।କଥା ପଦାକୁ ଆସିବା ପରେ ଓଲଟପୁର ଥାନାରେ ଉକ୍ତ ମାମଲା(ଥାନା କେସ ନମ୍ବର୭୨/୨୧)ର ତଦ ନ୍ତାଧିକାରି ଥିବା ଏ ଏସ ଆଇ ଗଣେଶ ଚନ୍ଦ୍ର ସାମଲ ଉକ୍ତ ଘଟଣା କୁ ଚାପି ରଖିଥିଲେ।ଜିଲ୍ଲା ଗ୍ରାମାଞ୍ଚଳ ପୁଲିସର ଜଣେ ବରିଷ୍ଠ ଅଧି କାରୀଙ୍କୁ ରଞ୍ଜନଙ୍କ ଗିରଫ ପାଇଁ ନିଜକୁ ସାମ୍ବାଦିକ ବୋଲି ପରି ଚୟ ଦେଇ ମୋବାଇଲ ଫୋନରେ ଚାପ ପକାଯାଇ ଥିଲା।ଶ୍ରୀ ସାମଲ ଏହି ୩ ଦଲାଲଙ୍କ କଥାରେ ପ୍ରରୋଚିତ ହୋଇ ବଟି ଟଙ୍କା ରୁ ଭାଗ ଲୋଭରେ କାର୍ଯ୍ୟ କରିଥିଲେ।ଏମିତିକି ଜିଲ୍ଲା ଏସ ପି ଙ୍କୁ ଲେଖାଯାଇ ଥିବା ଗୋପନ ଚିଠିକୁ ଅଭିଯୁକ୍ତ ମାନେ ଶ୍ରୀ ସାମଲଙ୍କ ଜାଣତରେ ଥାନା ଫାଇଲରୁ ନିଜ ମୋବାଇଲ ଫୋନ କ୍ୟାମେରା ରେ ଉଠାଇ ନେଇ ରଂଜନଙ୍କ ପରିବାରକୁ ଦେଖାଇଥିଲେ ଓ ଟଙ୍କା ନ ଦେଲେ ଜେଲ ଯିବାକୁ ଓ ଚାକିରି ଖାଇବାକୁ ଧମକ ବି ଦେଇଥିଲେ।ତଦନୁଯାୟୀ ଟଙ୍କା ମିଳିଲେ ଦଫା ୩୦୭ କୁ ବଦଳା ଇ ହାଲୁକା ଦଫା ଦିଆଯିବ,ଫଳରେ ୪୧ ଧାରା ନୋଟିସ ଦେଇ ଥାନାରୁ ଜାମିନ ଦିଆଯିବାକୁ ଯୋଜନା ହୋଇଥିଲା ଏଥି ସହ ଜଣେ ସ୍ଥାନୀୟ ଆଇନଜିବୀ ଜଡ଼ିତ ଥିଲେ।ମାତ୍ର ଶେଷ ପର୍ଯ୍ୟନ୍ତ ଥାନାରେ ଟଙ୍କା ପହଞ୍ଚି ନ ଥିଲା ଯଦିଓ ପୁଲିସକୁ ଦେବାକୁ ରଞ୍ଜନ ପରିବାରଙ୍କ ଠାରୁ ୩୦ ହଜାର ଟଙ୍କା ନିଆଯାଇ ସାରିଥିଲା।ଅପ ରାଧୀ ଅପରାଧ ଘଟାଇ ବା ବେଳେ ଅଜାଣତରେ ଏମିତି କିଛି ସୂତ୍ର ଛାଡ଼ି ଯାଇଥାଏ ଯାହାକୁ ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କ ସନ୍ଧାନୀ ଆଖିରେ ଧରାପଡ଼ି ଯାଇଥାଏ।ଏହି ଘଟଣାରେ ଅପରା ଧୀ ମାନେ ଏମିତି କିଛି ସୂତ୍ର ଛାଡ଼ି ଯାଇଥିଲେ ଯାହାକୁ ପୁଲିସ ସାମଲ ବାବୁ ଜାଣିଶୁଣି ଘୋଡାଇଥିଲେ।ଏତଲା ତଳେ ଏତଲା କାରିଙ୍କ ନିଜସ୍ଵ ସ୍ୱାକ୍ଷର ବଦଳରେ ଅନ୍ୟଜଣେ (ଔଷଧ ଦୋକା ନୀ) ଯେ କି (ଧୀରେନ୍ଦ୍ରଙ୍କ ଘରପାଖ)ସ୍ୱାକ୍ଷର କରିଥିଲେ,ସେହି ଏକା କାଳୀ ଓ ହସ୍ତାକ୍ଷରରେ ଯେଉଁ ମୋବାଇଲ ନମ୍ବରଟି ଉଲ୍ଲେ ଖ ଥିଲା ତାହା ଜେରକ୍ସ ଦୋକାନୀଙ୍କର ବୋଲି ଜଣାପଡ଼ି ସାରିଛି।ଏହି ପ୍ରସଙ୍ଗରେ ଏ ଏସ ଆଇ ଗଣେଶ ଚନ୍ଦ୍ର ସାମଲ (ଅଡିଓ ରେକର୍ଡ ଆମର ପୂର୍ବ ଖବରରେ ପ୍ରସାରିତ ହୋଇସାରିଛି)ସଫେ ଇ ଦେବାକୁ ଯାଇ କହିଛନ୍ତି ଯେ ଧୀରେନ୍ଦ୍ରଙ୍କ ଫୋନ ନ ଥିବାରୁ ସେ ଦୋକାନୀଙ୍କ ନମ୍ବର ଦେଇଥିଲେ।ତେବେ ଠିକ୍ ଅଛି,କିନ୍ତୁ ସ୍ୱାକ୍ଷରଟି କିଏ?କାହାର ଦେଇ ଥିଲେ?ଯଦି ଏତଲା ବେଳର ସ୍ୱାକ୍ଷର ଧୀରେନ୍ଦ୍ରଙ୍କର ତେବେ ଥାନାରୁ ଏତଲା ନକଲ ନେବା ବେଳେ,ଯେଉଁ ୬ ଟି ନକଲରେ ସେ ସ୍ୱାକ୍ଷର କରିଛନ୍ତି ତାହା ଅମେ ଳ ହେଉଛି କାହିଁକି??ଏହାର ଫରେନ୍ସିକ୍ ଯାଞ୍ଚ ଲାଗି ଗଣେଶ ବାବୁ ଏସ ପିଙ୍କୁ ଚିଠି ଲେଖିଲେଣୀ କି?କାହିଁକି ଏ ଯାଏ ହସ୍ତାକ୍ଷର ବିଶେଷଜ୍ଞଙ୍କୁ ସ୍ୱାକ୍ଷର ଯାଞ୍ଚ ପାଇଁ ଲେଖା ଯାଇନାହିଁ??କଥା ଆଗ କୁ ବଢି ମାନ୍ୟବର ହାଇକୋର୍ଟଙ୍କୁ ଗଲେ ଭଲ ହେବ? ?ବିଚାର ବିଭାଗରେ ୧୮୬୦ ମସିହାରେ ଜଣେ ବିଦେଶର ମାନ୍ୟବର ବିଚା ରପତିଙ୍କ ଉକ୍ତି ଉଦାହରଣ ଭାବେ ସର୍ବଦା ଆସେ ଯେ ସହସ୍ର ଦୋଷୀ ଖସିଯାନ୍ତୁ ପଛକେ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ,ନଚେତ ତାହା ବିଚାର ବ୍ୟବସ୍ଥାର ଆସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇ ବ।ରଞ୍ଜନ ଯଦି ଦୋଷୀ ଦଣ୍ଡ ପାଇବା ଉଚିତ।ମାତ୍ର ନିର୍ଦ୍ଦୋଷ ଥି ଲେ ପରିବାରର ଏକମାତ୍ର ଆୟକାରୀ ତାହା ପୁଣି ଗୃହରକ୍ଷୀ ପରି ଏକ ଅସ୍ଥାୟୀ ନିଯୁକ୍ତିର ସ୍ୱଳ୍ପ ପାରିଶ୍ରମିକରେ।ଏକ ବଡପରିବାର ର ଚୁଲି ଜଳିବା ଏବେ ବନ୍ଦ।ସାରା ପରିବାର ଭୋକ ଉପାସରେ ଛଟପଟ।କେତେ ଦିନ ଏମିତି ଅନ୍ୟାୟ ଅନିତି ଚାଲିଥିବ?ଓ ଆ ମେ ଦେଖି ଦେଖି ଚୁପ୍ ରହୁଥିବା।

-ବିଜ୍ଞାପନ –

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]