ଦୁର୍ନିତି

ସାର କଳାବଜାରୀ ଚଢ଼ାଉ ନାଟକ

Spread the love

ଗତ ୨/୪ ଦିନ ତଳେ କଣ୍ଟାପଡ଼ା ବ୍ଲକ, ଅଡଶପୂର ଠାରେ ବ୍ଲକ ସହକାରୀ/କନିଷ୍ଠ କୃଷି ଅଧିକାରୀ ରାସାୟନିକ ସାର ହୋଲ ସେଲରଙ୍କ ଗୋଦାମ ଯାଞ୍ଚ କରିବାକୁ ଯାଇଥିଲେ!ଭେରିଗୁଡ଼ … ଭେରିଗୁଡ଼ …ଚାଷ ସମୟ ତ !ରାସାୟନିକ ସାର କଳାବଜାର କରି ଚାଷୀମାନଙ୍କୁ ଶୋଷଣ କରୁଥିବା ବ୍ୟବସାୟୀ ମାନଙ୍କୁ ଆଛା କରି ପାନେ ହବା ଦରକାର,।ଆମା ଗରିବ ଚାଷୀର ସାକ୍ଷାତ ବା ପା,ମାଆ,ନହେଲେ ମନବୁଝି,ସମୟ ବାହାର କରି କେତେ କଷ୍ଟ ନ କରୁଛନ୍ତି ସତରେ?? ଆହା!ଅନ୍ନପୂର୍ଣ୍ଣା (ଲକ୍ଷ୍ମୀ )ଯେମିତି!!ତନ ଖି ,ଯାଞ୍ଚ ଚଢ଼ାଉ କରି ପୁରା ରଗଡ଼ି ଦବା ଦରକାର।ଯେମିତି କି ଆଉ ଏମିତି ଭୁଲ ଜମାରୁ ନ ହେବ।ହେଲେ ଏହାର କାରଣ ସାରୁ ଭିତରେ ମାରୁ ନୁହେଁ ତ??ହଁ ସେମିତିକା ଗନ୍ଧ ଜଣାପଡ଼ିଛି।ଯାହା ପାଠକେ ଜାଣିବା ନିହାତି ଦରକାର।ଗତବର୍ଷ ସାର କଳାବଜାର କରୁଥିବା ଅଡଶପୂରର ଜଣେ ହୋଲସେଲର ସାହୁ ପୁଅଙ୍କ ବିଷ ୟରେ ଗୋଟିଏ ଭିନ୍ନକ୍ଷମ ଖୁବ୍ ନାଚି କୁଦି ହେଲା।ଫଳରେ ବ୍ଲକ୍ କୃଷି ଅଧିକାରୀ ଜେନାମଣି ବିଭୂତି ଭୂଷଣ ରାୟ ଅନୁସନ୍ଧାନ ଆରମ୍ଭ କରିଥିଲେ।ଏଥିରେ ବ୍ୟାପକ ଅନିୟମିତତା ଧରାପଡ଼ିଥି ଲା।ପସ ମେସିନ ଜବତ ହୋଇଥିଲା।ବ୍ଲକ୍ କୃଷି ଅଧିକାରୀଙ୍କ ରିପୋର୍ଟ ଭିତ୍ତିରେ ଜିଲ୍ଲା କୃଷି ଅଧିକାରୀ ଶଙ୍କର୍ଷଣ ସାହୁ ହୋଲ ସେଲର ସାହୁ ପୁଅଙ୍କୁ ସସପେଣ୍ଡ କରିଥିଲେ।ମାତ୍ର ତାଙ୍କ ଅବସର ର ୪ଦିନ ପରେ ସଂପୃକ୍ତ ହୋଲସେଲରଙ୍କୁ ପୁନଃ ନିଯୁକ୍ତି ଦିଆଗ ଲ।କୌତୁହଳର କଥା ଯେ ଏହି ପୁନଃ ନିଯୁକ୍ତି ଦେବାବେଳେ ବ୍ଲକ ର କନିଷ୍ଠ କୃଷି ଅଧିକାରୀ ନିଜର ଭାଇ ବିବାହ ଉତ୍ସବ ଉପଲକ୍ଷେ ଫେବୃଆରୀ ୧୧ ରୁ ୧୭ ଯାଏ ଛୁଟିରେ ଥାଇ ଓ ବ୍ଲକର ବରିଷ୍ଠ କୃଷି ଅଧିକାରୀଙ୍କୁ ଏଡାଇ ସାର ହୋଲସେଲରଙ୍କ ପୁନଃ ନିଯୁକ୍ତି ଫାଇଲରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମୋହନ ଶର୍ମା ମହାଶୟ କୁଆଡେ ଦସ୍ତଖତ କରିଛନ୍ତି ????କେଉଁ ଅଧିକାରୀଙ୍କ ନିର୍ଦ୍ଦେଶ ରେ ନା ମୋଟା ଅଙ୍କ ବିନିମୟରେ ଏପରି ନିୟମ ବହିର୍ଭୁତ କାର୍ଯ୍ୟ କରାଗଲା?ଦାନ୍ତ ହୀନ ତଦନ୍ତ ହେଲେ ଜଣାପଡ଼ି ଯାଆନ୍ତା!ସୂଚନା ଅଧିକାର ଆଇନରେ ଆବେଦନ କରିଥିବା ଅଡଶପୁରର ଭିନ୍ନକ୍ଷମ ଜଣଙ୍କ କୁଆଡେ ୪୦ହଜାର ଟଙ୍କା କାଖ ଗୁଞ୍ଜା ନେଇ ଆବେଦନ ପ୍ରତ୍ୟାହାର କରିଥିବା କଥା ଉଠୁଛି !!କଥା ଟା ସତ ହୋଇଥିଲେ ଭେରି ବ୍ଯାଡ…. ଭେରି ବ୍ୟାଡ.……।ଏଥର ମଧ୍ୟ ସେହି ପାଲା, ସେହି ଏକା ନାଟକ!ପୁଣି ଅନ୍ୟ ଜଣେ ଅଡଶପୁର ହୋଲସେଲର ଙ୍କ ପାଖରେ।ଦେଖୁ ନାହାନ୍ତି!ବୀର ଦର୍ପରେ ,ଆଷାଢ଼ମାସ ମକା ପରି ଦାନ୍ତ ନେଫେଡି କେମିତି କ୍ୟାମେରାକୁ ଫଟୋ ପୋଜ ଦେଇ ଛନ୍ତି ଉଭୟ??ଲଜ୍ଜା ଲାଗିବା କଥା।ବଡ଼ କୌତୁହଳଜନକ ବିଷ ୟ ଯେ, ଆମାଙ୍କ ତଦନ୍ତ ବେଳେ ସେଠାରେ ଯେଉଁ ପେଷ୍ଟିସାଇଡ ଅର୍ଥାତ୍ କୀଟନାଶକ,ସାଇଡରେ ଦେଖିବାକୁ ମିଳିଛି,ତାହାର ବିକ୍ରୀ ଲାଇସେନ୍ସ କୁଆଡେ ୪ବର୍ଷ ତଳୁ ଶେଷ ହୋଇସାରିଛି!କିଓ ତାହା ଲେ ନିଜ ଘର ଖାଇବା ପାଇଁ ଯଦି ରଖିଥିବେ?ବୋଲି ଥୋକେ ନୋକେ କହୁସିନ୍ତି ,ଆମେ ସତ କଥାଟି କଣ ତାହା କହି ପାରିବୁ ନି।ଏହା ସତ ହୋଇଥିଲେ…. ଭେରି ଭେରି ବ୍ୟାଡ…..।ଏମିତି ନାଟକ କରି ରାଜ୍ୟ ସରକାର ଓ କୃଷି ବିଭାଗ ମହା ଆନନ୍ଦରେ ଥିବା ଶର୍ମା ପୁଏ କହୁଛନ୍ତି।ହେଲେ ରାଜ୍ୟରୁ ଭିଜିଲାନ୍ସ ବିଭାଗ ମୌସୁମୀ ବର୍ଷା ପରି ଉଭାନ କି ମୃତ ?ତାହା ବି ଜଣା ପଡୁନାହିଁ।ଏ ନାଟକର ଅନ୍ୟ ଦୁଇଟି ଜବର ଦୃଶ୍ୟ/ ଅଙ୍କ ବି ଏକ ସମୟରେ ମଞ୍ଚସ୍ଥ ହେଉଛି।5T ମଧ୍ୟରୁ ପ୍ରଥମ T transparency ହେଲା ଲାଇସେନ୍ସର ସର୍ତ୍ତାବଳୀ ଭାଙ୍ଗି ଏ ଦୁଇ ବଡ଼ ସାରବେପାରୀ ସଂଖ୍ୟାଧିକ ସ୍ଥାନରେ ଗୁପ୍ତ ଗୋଦାମରେ ହଜାର ହଜାର ଟନ୍ ସାର କଳା ବେପାର ପାଇଁ ଗଚ୍ଛିତ କରୁଛନ୍ତି।ଯାହା ରାଜ୍ୟ ବିଜେଡ଼ି ସରକାରଙ୍କ ଚାଷୀଙ୍କ ସହ ପ୍ରଥମ transparency ର ନମୁନା ନୁହେଁ କି?।ଦ୍ଵିତୀୟ transparency ହେଲା ଯେ ହୋଲସେଲ ର ଲାଇସେନ୍ସ ଓ ଖୁଚୁରା ବିକ୍ରି ଲାଇସେନ୍ସ ଦୁଇ ବେପାରୀଙ୍କ ପରି ବାରକୁ ଏକକାଳୀନ ମିଳିଥିବାରୁ ବ୍ୟାପକ କଳାବଜାରର କ୍ଷେତ୍ର ସାହାଣମେଲା ହୋଇଛି।ଏଥିରୁ ପ୍ରମାଣିତ ଯେ ରାଜ୍ୟର ୨୨ବର୍ଷ ଧରି ଚାଲିଥିବା ବିଜେଡି ସରକାରଙ୍କ ନିକଟରେ ଚାଷୀ ସ୍ବାର୍ଥ ରକ୍ଷା ଲାଗି ସ୍ପଷ୍ଟ ଓ ସ୍ବଚ୍ଛ ରାସାୟନିକ ସାର ପରିଚାଳନା ନୀତି ଅସ୍ପଷ୍ଟ।ଶେଷ କଥା -: ଯେ ଉକ୍ତ ଚଢ଼ାଉ ବେଳର ଯେଉଁ ଭିଡିଓ ଆମ ହାତରେ ଲାଗିଛି ସେଥିରେ କେହି ଜଣେ କହୁଥିବା ଜଣାପଡିଛି ଯେ,’ ‘ ମତେ ଲାଗୁଛି ତାଙ୍କ ଠାରୁ ତମର ତ ଅଧିକା ସାର ନଗେନ ଠାରୁ ଅଛି?ଉତ୍ତର ମିଳୁଛି କି – ସେ ନୁଚେଇ ଦଉଚି !ପୁଣି ପ୍ରଶ୍ନ – ତମେ ତ ଦେଖଉଚ ନା?କିଏ ନୁଚଉଚି?ଆଉ କିଏ ଦେଖଉଚି ତାହା ସେହି ଦେଖିବା ବାଲା ଆଉ ଦେଖେଇବା ବାଲାକୁ ଜଣା।କାରଣ ହାତୀର ଖାଇବା ଦାନ୍ତ ଆଉ ଦେଖେଇବା ଦାନ୍ତ କୁଆଡେ଼ ଅଲଗା ଅଲଗା ବୋଲି ନୋକ କହୁଶିନ୍ତି !ସତ କଥା ହାତୀ ପୁଅ କି ହାତୀ ବାପା ଜାଣିଥବ ନ ହେଲେ ତା ମାହୁନ୍ତ।ଆମେ ତ ଚାଷୀ ଙ୍କ ଫେନ୍…… ନା ??!!! ହେ….. ହେ……।??

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]