ଅଂଚଳ ଖବର

“ଚାଷ ବଂଚାଅ,ଚାଷୀ ବଂଚାଅ,ଦେଶବଂଚାଅ”

Spread the love

ବାରଂଗ ବ୍ଲକ ରେ ନବନିର୍ମାଣ କ୍ରୁଷକ ସଂଗଠନର ବୈଠକ ଅନୁଷ୍ଠିତ

କଟକସଦର ସବଡିଭିଜନ ୬।୧୦(ସ୍ୱ.ପ୍ର) ବାରଂଗ ବ୍ଲକ ଅନ୍ତର୍ଗତ, କୋରକୋରା ପଂଚାୟତ,ବନ୍ଧ ଗୋସାଇଁକଂ ପୀଠସ୍ଥଳୀରେ ଆଜି ଅପରାହ୍ନରେ ନବନିର୍ମାଣ କ୍ରୁଷକ ସଂଗଠନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ଅଭୟ କୁମାର ଭୋଳ ସଭାପତିତ୍ୱ କରିଥିଲେ । ଚଳିତ ବର୍ଷ ,ଆସନ୍ତା ନଭେମ୍ବର ମାସ ୬ତାରିଖର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବିଷୟରେ ଆଲୋଚନା କରାଯାଇ ଥିଲା । ପ୍ରତ୍ୟେକ ଗ୍ରାମପଂଚାୟତରୁ ଯେଭଳି ଅଧିକ ସଂଖ୍ୟକ ଚାଷୀଭାଇ ମାନେ ଏଥିରେ ଯୋଗଦେଇପାରିବେ ସେଥିନେଇ ସ୍ଥିର କରାଗଲା । ପୁରୁଷୋତ୍ତମ ନାୟକ,ମକର ବେହେରା, ନିରଂଜନ ପରିଡା ,ଅଭୟ ବେହେରା, ଲିଂଗରାଜ ସ୍ୱାଇଁ ,ଧୂଳେଶ୍ୱର ମୂଳିଆ, କ୍ରୁଷ୍ଣଚନ୍ଦ୍ର ବେହେରା,ବିଜୟ ମହାପାତ୍ର,ପ୍ରମୁଖ ଅଗ୍ରଣୀ ଚାଷୀ ଯୋଗଦେଇଥିଲେ।ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀକଂ ଫଟୋ ସହିତ, “ଚାଷବଂଚାଅ, ଚାଷୀବଂଚାଅ,ଦେଶବଂଚାଅ ” ଲେଖାଥିବା ସଂଗଠନର ଏକ ବ୍ୟାନର ସଭାସ୍ଥଳରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]