
ସରକାରକଂ ମାଗଣା ଘରପାଇବାକୁ ଆଉ କେତେ ଯୋଗ୍ୟତା ଦରକାର?
କଟକ ୮।୧୦ (ସ୍ୱ.ପ୍ର) ରାଜ୍ୟପାଇଁ କଳଂକ ! ଆଉ କେତେ ଯୋଗ୍ୟତା ହେଲେ ଜଣେ ଗ୍ରୁହ ହୀନ ବ୍ୟକ୍ତିକୁଂ ସରକାରକଂ ମାଗଣା ଘର ଟିଏ ମିଳିବ ?
ରାଜ୍ୟରେ ଗ୍ରୁହ ହୀନ ବ୍ୟକ୍ତିକୁଂ ମାଗଣାରେ ଘରଟିଏ ଯୋଗାଇଦେବାକୁ କେନ୍ଦ୍ରସରକାର ଇନ୍ଦିରା ଆବାସ ଯୋଜନାର ଶୁଭାରମ୍ଭ କରିଥିଲେ ପରେ ଏହିଯୋଜନାର ନାମ ପ୍ରଧାନମନ୍ତ୍ରୀ ଆବାସକୁ ପରିବର୍ତ୍ତନ ହୋଇଥିଲା।ତେବେ ପ୍ରାଥମିକ ଯୋଗ୍ୟତା ସ୍ୱରୂପ ପରିବାରର କୋଠାଘର ନ ଥିବ,ସରକାରୀ ଦରମାପ୍ରାପ୍ତ ଚାକିରୀଆ ପରିବାରରେ ନଥିବେ ତେବେ ରାଜ୍ୟର ରାଜଧାନୀ ଠାରୁ ମାତ୍ର ୩୦/୩୫ କି.ମି ଦୂରରେ କଟକ ଜିଲ୍ଲା, ଜାଇଁଲୋ ଗ୍ରାମର ମମତା ଜେନା ,ସ୍ୱାମୀ ଅକ୍ଷୟ ଜେନା ଛୋଟ ଶିଶୁକୁଂ ଧରି ଭଂଗା ଚାଳଘରେ ବିପଦପୂର୍ଣ ଅବସ୍ଥାରେ ଜୀବନ ବିତାଉଛନ୍ତି । ଦଲକାଏ ଜୋର ପବନ ହେଲେ ଛାତିରୁ ନିଆଁ ଖସିପଡୁଛି, କାଳେ କେତେବେଳେ କଣ ଅଘଟଣ ଘଟିଯିବ ?ବାରମ୍ବାର କଣ୍ଟାପଡା ବ୍ଲକ ବିଡିଓ କୁଂ ନେହୁରା ହୋଇଛନ୍ତି ହେଲେ ମିଳିଛି କେବଳ ପ୍ରତିଶ୍ରୁତି ।ବି.ଡି.ଓ କୁହନ୍ତି ଲୋକପଠେଇବି ଜି. ଓ ଟ୍ୟାଗ୍ କରିବେ ବୋଲି ଆମ ପ୍ରତିନିଧିକୁଂ ମମତା ଓ ଅକ୍ଷୟ କହିଛନ୍ତି।ଦଳକୁ ଦଳ ବ୍ଲକ କର୍ମଚାରୀ ଗାଁ କୁ ଆସନ୍ତି ,ପାଖ କୋଠାଘରଥିବା ଲୋକକଂର ଜି.ଓ ଟ୍ୟାଗ ହୁଏ । ଅଥଚ ମମତା କିମ୍ବା ସ୍ୱାମୀ ପଚାରିଲେ ଉତ୍ତରମିଳେ କି, “ବି.ଡି. ଓ ଆମକୁ କହିନାହାନ୍ତି”। ତେବେ କେଉଁ ଯୋଗ୍ୟତା ହେଲେ ମମତା କୁଂ ଘରଟିଏ ମିଳିବ ? କଟକ ଭଳି ଏକ ଉପକୂଳ ଜିଲ୍ଲାରେ, ରାଜ୍ୟ ର ରାଜଧାନୀ ଠାରୁ ସ୍ୱଳ୍ପ ଦୂରରେ ଯଦି ଅବସ୍ଥା ଏଭଳି ତେବେ ଉପାନ୍ତ ଅଂଚଳକଥା କଣ କୁହାଯିବ?କଣ୍ଟାପଡା ବି.ଡି.ଓ, କେ.ଅଶୋକ କୁମାରକୁଂ ଘଟଣାରେ ମତାମତ ଲୋଡିବାକୁ ତାଂକ ମୋବାଇଲ ଫୋନକୁ ବାରମ୍ବାର ଯୋଗାଯୋଗ ପ୍ରଚେଷ୍ଠା କରିଥିଲୁ। ମାତ୍ର ସେ ଆଦୌ ଫୋନଉଠାଇ ନ ଥିଲେ କିମ୍ବା ତାଂକ ଆଡୁ ଫୋନ ବି କରି ନ ଥିଲେ ।