ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

କେମିତି ଚାଲିଛି ? କେନ୍ଦୁଝର ଜିଲ୍ଲାରେ ଉଦ୍ୟାନ-କ୍ରୁଷି,କାମ କମ୍ ଲୁଟ ବେଶୀ !

Spread the love

କେନ୍ଦୁଝର୧୦।୧୦ ( ଜିଲ୍ଲା ପ୍ରତିନିଧି )- ୪୪%ରୁ ଉର୍ଦ୍ଧ୍ୱ ଆଦିମ ଜନଜାତି ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା। ପ୍ରକ୍ରୁତି ରାଣୀର ଅପରୂପ ଶୋଭା ଦର୍ଶକକଂ ଚିତ୍ତକୁ ନିମିଷକେ ହରଣ କରେ ,ଘଂଚ ବନାନୀ କୋଳରେ,ମାଟିର ଗନ୍ଧରେ ସଦାବିମୋହିତ ,ବିଭୋର ସରଳ ପଲ୍ଲୀପ୍ରାଣ ଏଠିକାର ଚାଷୀସରକାରୀ ବାବୁମାନକଂ ଫନ୍ଦିଫିକର ବୁଝି ନ ପାରି ଛନ୍ଦିହୋଇଯାନ୍ତି ବୁଢିଆଣି ଜାଲ ଭିତରେ । ସରକାରୀ ଯୋଜନା କାର୍ଯ୍ୟକାରୀ ହୁଏ କେବଳ କାଗଜ କଲମରେତନ୍ମଧ୍ୟରେ ରାଜ୍ୟଉଦ୍ୟାନ କ୍ରୁଷି ଅନ୍ୟତମ ।ଜିଲ୍ଲାଟି ୩ଟି ସବଡିଭିଜନ ଓ ୧୩ଟି ବ୍ଲକ ମଧ୍ୟରୁ କେନ୍ଦୁଝର ସଦର ସବଡିଭିଜନ ଅନ୍ତର୍ଗତ ବାଂଶପାଳ ବ୍ଲକକୁ କେବଳ ଉଦାହରଣ ଭାବେ ନେଲେ ସବୁ ସ୍ପଷ୍ଟ ହେବ । ବିଭାଗରAHO ଓ Deputy Director କ୍ଷେତ୍ରକୁ କିମ୍ବା କାର୍ଯ୍ୟାଳୟ ରେ ଅଧିକାଂଶ ଦିନ ଓ ସମୟ ଅନୁପସ୍ଥିତ ରହିଥାନ୍ତି ।ମୁଖ୍ୟାଳୟରେ ବସି ସେଠାରୁ କାଗଜପତ୍ର ରେ ପରିଚାଳନା କରାଯାଏ। ମିଥ୍ୟାଟୁର ଦେଖାଇ ବିଲ କରାଯାଏ । ବ୍କକ ଅନ୍ତର୍ଗତ ୨୩ଟିପଂଚାୟତରେ ଆଗ୍ରହୀଚାଷୀ ହାଇବ୍ରିଡ ପନିପରିବା ଚାଷ କରିବାକୁ ଚାହିଁଲେ । ସେମାନେଏଥିପାଇଁ ବିଭାଗ ପ୍ରଦତ୍ତ ହିତାଧିକାରୀ ଫର୍ମ ପୂରଣ କରି ଦାଖଲ କରିଥିଲେ,ହେଲେ କଣ ହେଲା କେଜାଣି ସେମାନକଂ ମଧ୍ୟରୁ ଗୁରୁଚରଣ ମହାନ୍ତ ଓ ଅନ୍ୟଦୁଇଜଣକଂ ଦରଖାସ୍ତକୁ ବିଭାଗ ଫେରାଇଦେଲା ଅଥଚ ସେତେବେଳକୁ ବିଭାଗୀୟ ପରାମର୍ଶ କ୍ରମେ ଏହି ସବୁଚାଷୀ ବିହନ,ସାର ଆଦି କିଣି ଚାଷ କାର୍ଯ୍ୟ ଆରମ୍ଭ କରିଦେଇଥିଲେ କ୍ରୟ ରସିଦ ବି ଦାଖଲକଲେ ହେଲେ ବିଭାଗୀୟ ଅଧିକାରୀ ଶୁଣିଲେନି ଫଳରେ ସବସିଡ ମିଳିଲାନି। ଅଥଚ ଆଦୌ ପନିରିବା ଚାଷ ନକରି ବି ଚାଷୀ ସଵସିଡ ପାଇଲେ।ଅନ୍ୟଜଣେ ଚାଷୀ ହେଲେ ବଟକ୍ରୁଷ୍ଣ ଦେହୁରୀ ବିଭାଗୀୟ କର୍ମଚାରୀକଂ ବୁଝାଶୁଝା ଓ ସୁନେଲିସ୍ୱପ୍ନ ପ୍ରଲୋଭନରେ ପଡି ଧାରଉଦ୍ଧାର କରି ୧୨୩୪ କଦଳୀଚାରା ବିଭାଗରୁ କିଣିଥିଲେ। ଏଥିପାଇଁ ମୂଲ୍ୟବାବଦକୁ MR.NO497/12.6.2018 ରେ ୧୮୨୦୦ବଟଂକା ଜମା ଦେଇଥିଲେ । ମାତ୍ର ବିଭାଗ ତାଂକ ସବସିଡ ଅର୍ଥ ନ ଦେବାରୁ ସେ ନିରାଶରେ ଭାଂଗି ପଡିଲେ। କଦଳୀଚାଷରେ ଲାଭ ତ ଦୂର ର କଥା ମୂଳ ବି ବୁଡିଲା ଫସଲ ନଷ୍ଟ ହୋଇଗଲା । କେନ୍ଦୁଝର ଜିଲ୍ଲାରେ ବହୁ ଅମ୍ରୁତ ଭଣ୍ଡା ଚାଷୀ ରହିଛନ୍ତି। ହେଲେ ସେମାନକୁଂ ଚିହ୍ନଟ କରି ଇଣ୍ଡେଣ୍ଟ ଓ NHM ଯୋଜନାରେ ନିୟମାନୁଯାୟୀ ଅନଲାଇନ ଚାରା ବୁକିଂ ପରିବର୍ତ୍ତେ ମନଇଛା ଚାରା କିଣାଗଲା ।ଚାରାଗୁଡିକ ଅତ୍ୟନ୍ତ ଦୁର୍ବଳ ଥିବାରୁ ସାଧାରଣ ମୋର୍ଟାଲିଟି ହାରଠାରୁ ବହୁପରିମାଣରେ ମରିଗଲା ।ପାହାଡିଆ ଅଂଚଳ ଓ ଉପଯୁକ୍ତ ଜଳସେଚନ ସୁବିଧା ନ କରି ଏପରି ଚାରାଯୋଗାଣ ଦ୍ୱାରା ଅମ୍ରୁତଭଣ୍ଡା ଚାଷଯୋଜନା ଫସର ଫାଟିଲା ମାତ୍ର କର୍ମଚାରୀକଂ ଦରମାରୁ ଚାରା ବାବଦଅର୍ଥ ଜୋର ଜବରଦସ୍ତ କାଟିନିଆ ଗଲା । ଏପରିଚାଷ ଦ୍ୱାରା କି ସୁଫଳମିଳିଲା। ଉଦ୍ୟାନ କ୍ରୁଷିର ଏପରି ନୈରାଶ୍ୟ ଜନକ ପଦକ୍ଷେପ ପାଇଁ ଦାୟୀକିଏ ? ଡେରାସ ଫାର୍ମରୁ ଏହିଚାରା କିଣିବାକୁ ବିନାଇଣ୍ଡେଣ୍ଟ ରେ କିଏ ଅନୁମତି ଦେଇଥିଲେ ? NHMର ନିୟମାବଳୀ ଭଂଗ ହୋଇଛି କି ନା ? କ୍ଷତିଭରଣା ସଂପ୍ରୁକ୍ତ ଅଧିକାରୀକଂ ଦରମାରୁ ନ ହୋଇ ତଳି ଆ କର୍ମଚାରୀକାହିଁକି ଶୁଝିବେ ? ମତାମତ ଜାଣିବାକୁ ଉପକ୍ରୁଷି ନିର୍ଦ୍ଦେଶକ କେନ୍ଦୁଝରକୁଂ ଓ ବ୍ଲକ ଆତ୍ମା ଅଧ୍ୟକ୍ଷ କୁଂ ତାଂକ ମୋବାଇଲ ଫୋନକୁ ଯେତେ ଚେଷ୍ଟାନକରାଗଲେ ବି ସେମାନେ ଉଠାଇ ନ ଥିଲେ । ତେଣୁ ମତାମତ ସଂଗ୍ରହ ସମ୍ଭବ ହୋଇନାହିଁ ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]